Love: ପ୍ରେମୀରୁ ଦିୱାନା, ଆଶିକ୍‌ରୁ ମଜ୍‌ନୁ

1 hour ago 2
ARTICLE AD BOX

ଆଜି ହେଉଛି ନ୍ୟାସ୍‌ନାଲ ବୟଫ୍ରେଣ୍ଡ୍ ଡେ’; ଅର୍ଥାତ୍ ପୁରୁଷ ବନ୍ଧୁ ବା ପ୍ରେମିକ ଦିବସ। ତେବେ ପ୍ରେମିକକୁ ସ୍ଥଳ ବି‌େଶଷରେ ପ୍ରେମୀ, ଆଶିକ ଓ ଦିୱାନା ଇତ୍ୟାଦି ଶବ୍ଦରେ ବି ପରିଭାଷିତ କରାଯାଏ। ଶୀର୍ଷକରେ ଏଭଳି ଶବ୍ଦ ଥିବା ଓଡ଼ିଆ ସିନେମା ସଂଖ୍ୟା ବି କିଛି କମ୍‌ ନୁହେଁ। 

ଶିବଶଙ୍କର ଓଝା

୨୦୦୫ରେ ମୁକ୍ତିଲାଭ କରିଥିବା ‘ପ୍ରେମୀ ନଂ ୱାନ୍’ ହେଉଛି ଏହି ଧାରାର ପ୍ରଥମ ଓଡ଼ିଆ ସିନେମା। ବ୍ରଜରାଜ ମୁଭିଜ ବ୍ୟାନରରେ ନିର୍ମିତ ଏହି ସିନେମାରେ ଓଲିଉଡ୍‌ର ଆଗଧାଡ଼ିର ନାୟକ ଅନୁଭବ ମହାନ୍ତି ଥିଲେ ଶୀର୍ଷକ ଭୂମିକାରେ। ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନୁଭବଙ୍କ ପ୍ରେମିକା ଭୂମିକାରେ ନଜର ଆସିଥିଲେ ନବାଗତା ଚାନ୍ଦିନୀ। ଏଥିରେ ଅନୁଭବ ଶୀର୍ଷକ ଗୀତ ‘ମୁଁ ପ୍ରେମୀ ନମ୍ବର ୱାନ୍’ରେ ବି କଣ୍ଠଦାନ କରିଥିଲେ। ଏଣେ ଲୋକପ୍ରିୟ ନାୟକ ସବ୍ୟସାଚୀଙ୍କର ଡେବ୍ୟୁ ଫିଲ୍ମ ଥିଲା ‘ପାଗଳପ୍ରେମୀ’। ଏଥିରେ ସେ ଶୀର୍ଷକ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ନବାଗତା ଅର୍ପିତା। ଏ. ରମେଶ ପ୍ରସାଦ ଥିଲେ ଏହି ସିନେମାର ପ୍ରଯୋଜକ ଓ ହର ପଟ୍ଟନାୟକ ନିର୍ଦ୍ଦେଶକ।

Zoo: ବନ୍ୟପ୍ରାଣୀଙ୍କ ସେଫ୍‌ ଜୋନ୍‌ ପାପାଡାହାଣ୍ଡି ମୃଗ ବିହାର

ତେଣେ ୨୦୧୧ରେ ଲିଟୁ ମହାନ୍ତିଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ମୁଁ ପ୍ରେମୀ ମୁଁ ପାଗଳ’ ସିନେମାରେ ନାୟକ ହରିହର ଦାଶ ସାଜିଥିଲେ‌ ପ୍ରେମୀ। ଆଉ ତାଙ୍କ ସହ ଅନୁଭା ବି ପ୍ରେମିକା ବନି ଓଲିଉଡ୍‌ରେ କ୍ୟାରିଅର ଆରମ୍ଭ କରିଥିଲେ। ଠିକ୍ ସେହିପରି ଅୟସକାନ୍ତ ମହାନ୍ତିଙ୍କ ପ୍ରଯୋଜନାରେ ଆନନ୍ଦ କୁମାରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ପ୍ରେମୀ ଦିୱାନା’ ୨୦୧୮ରେ ପରଦାକୁ ଆସିଥିଲା। ଏଥିରେ ରୁଦ୍ର ନାୟକ ଭୂମିକାରେ ଥିବାବେଳେ ସୋଲାଙ୍କି ନଜର ଆସିଥିଲେ ନାୟିକା ଭୂମିକାରେ। ଏଣେ ପ୍ରଭାତୀ ଆଚାର୍ଯ୍ୟଙ୍କ ପ୍ରଯୋଜିତ ତଥା  ଲୁବୁନ୍ ଟୁବୁନଙ୍କ ନିର୍ଦ୍ଦେଶିତ ‘ପ୍ରେମୀ ଆୱାରା’(୨୦୨୪)ରେ ଶୀର୍ଷକ ଭୂମିକାରେ ନଜର ଆସିଥିଲେ ଓମକାର୍, ଆଉ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅଙ୍କିତା ଦାଶ।

ରୋମିଓ ବି ଅନେକ
୨୦୦୯ରେ ରିଲିଜ ହୋଇଥିଲା ବ୍ରଜରାଜ ମୁଭିଜ୍ ନିବେଦିତ ତଥା ହର ପଟ୍ଟନାୟକ ନିର୍ଦ୍ଦେଶିତ ‘ରୋମିଓ ଦ ଲଭର ବୟ’। ଏହି ସିନେମାରେ ରୋମିଓ ସାଜି ଓଲିଉଡ୍‌ରେ ପାଦ ଥାପିଥିଲେ ବାବୁସାନ। ଆଉ ଏଥିରେ ନବାଗତା ଲଭଲି ତାଙ୍କ ପ୍ରେମିକା ଭୂମିକାରେ ଅଭିନୟ କରିଥିଲେ। ବାବୁସାନ ଫିଲ୍ମର ଟାଇଟଲ ଗୀତ ‘ମୁଁ ରୋମିଓ ଦ ଲଭର ବୟ’ ଗୀତରେ କଣ୍ଠଦାନ ବି କରିଥିଲେ। ଠିକ୍ ସେହିପରି ‘ବିନ୍ଦାସ ରୋମିଓ’ ଟାଇଟଲ୍‌ରେ ଏକ ଫିଲ୍ମ ରିଲିଜ ହୋଇଥିଲା ୨୦୧୫ରେ। ଜିନ୍ ବେଉରାୟଙ୍କ ପ୍ରଯୋଜିତ ତଥା ଦୀପକ ସ୍ବାଇଁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ପୁପୁନ ବନିଥିଲେ ରୋମିଓ, ଆଉ ତାଙ୍କ ପ୍ରେମିକା ବନିଥିଲେ ପ୍ରକୃତି ମିଶ୍ର। ମେଘା ମହାନ୍ତି ଥିଲେ ଅନ୍ୟତମ ନାୟିକା। ଠିକ୍ ସେହିପରି ରମେଶ ବାରିକଙ୍କ ପ୍ରଯୋଜିତ ତଥା ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ରୋମିଓ ଜୁଲିଅଟ୍‌’ରେ ନଜର ଆସିଥିଲେ ଅରିନ୍ଦମ୍-ବର୍ଷାଙ୍କ ଯୋଡ଼ି।  ଏଣେ ସୁକାନ୍ତ କୁମାର ପଣ୍ଡାଙ୍କ ପ୍ରଯୋଜିତ ତଥା ରାକେଶ ସାମଲଙ୍କ ନିର୍ଦ୍ଦେଶିତ ‘ରୋମିଓ ରାଜା’ (୨୦୨୧)ରେ ଅମ୍ଳାନ ନଜର ଆସିଥିଲେ, ଆଉ ତାଙ୍କ ସହ ନାୟିକା ଥିଲେ ତମନ୍ନା।

ଆଶିକଙ୍କ ଅଭାବ ନାହିଁ
୨୦୧୩ରେ ‘ମୁଁ ଆଶିକ ମୁଁ ଆୱାରା’ ଶୀର୍ଷକରେ ଏକ ସିନେମା ଆସିଥିଲା। ସୁକାନ୍ତ ସାହୁ ଓ ଦେବେନ୍ଦ୍ର ସାହୁଙ୍କ ପ୍ରଯୋଜନାରେ ନିର୍ମିତ ଏହି ଛବିର ନିର୍ଦ୍ଦେଶନା ଦେଇଥିଲେ ମୁରଲୀଧରନ୍। ଏଥିରେ ସୁନୀଲ କୁମାରଙ୍କୁ ନାୟକ ଓ ମେଘା ଘୋଷଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ତେଣେ ୨୦୧୫ରେ ‘ଆଶିକ’ ସାଜି ଜଣାଶୁଣା ନାୟକ ସମ୍ବିତ ବଡ଼ ପରଦାରେ ନଜର ଆସିଥିଲେ। ପ୍ରମୋଦ ସ୍ବାଇଁ ଓ ସୁଧାକର ବସନ୍ତ ଏହାର ପ୍ରଯୋଜନା କରିଥିବା ବେଳେ ଏଥିରେ ସମ୍ବିତଙ୍କ ବିପକ୍ଷରେ କୋଏଲଙ୍କୁ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ସୁଧାକର ବସନ୍ତ ଏହାର ନିର୍ଦ୍ଦେଶକ। ଠିକ୍ ସେହିପରି ‘ଆଶିକ ସରେଣ୍ଡର ହେଲା’କୁ ଏହି କ୍ରମରେ ନିଆଯାଇପାରେ। ରାଜା ଡି.ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସମ୍ଭବ ଓ ଜୟା ନାୟକ-ନାୟିକା ଥିଲେ।

Smart Bazaar: ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍‌

ଦିୱାନାଙ୍କ ଦମ୍‌   
‘ଦିୱାନା’ ଶବ୍ଦ ଥିବା ଏକାଧିକ ଓଡ଼ିଆ ଛବି ବିଭିନ୍ନ ସମୟରେ ମୁକ୍ତିଲାଭ କରିଛି। ଏଥିମଧ୍ୟରେ ରହିଛି ବିଜୟ କନ୍ଦୋଇଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଦିୱାନା’। ୨୦୧୦ରେ ମୁକ୍ତିପ୍ରାପ୍ତ ଏହି ସିନେମାରେ ଅନୁଭବ ସାଜିଥିଲେ ଦିୱାନା, ଆଉ ତାଙ୍କ ନାୟିକା ଥିଲେ ବର୍ଷା ପ୍ରିୟଦର୍ଶିନୀ।
ଶିବ ପ୍ରସାଦ ଦାସ ଓ ପ୍ରମୋଦ ସ୍ବାଇଁଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଦିୱାନା ଦିୱାନା’ରେ ବାବୁସାନ ଦିୱାନା ବନିଥିବା ବେଳେ ତାଙ୍କର ଦିୱାନୀ ଭାବେ ଦେଖିବାକୁ ମିଳିଥିଲା ବଙ୍ଗୀୟ ନାୟିକା ମଧୁମିତାଙ୍କୁ। ଠିକ୍ ସେହିପରି ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ‘ଦିୱାନା ହେଲି ତୋ ପାଇଁ’ ଓ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ଦିଲ୍ ଦିୱାନା ହେଇଗଲା’କୁ ବି ଏହି ଶ୍ରେଣୀଭୁକ୍ତ କରାଯାଇପାରେ।

ପ୍ରେମିକ ଓ ମଜନୁ
ବଲିଉଡ୍‌ର ଲୋକପ୍ରିୟ ନାୟକ ବାବୁସାନଙ୍କୁ ‘ଜବରଦସ୍ତ ପ୍ରେମିକ’ ଓ ‘ମିଷ୍ଟର ମଜନୁ’ ଟାଇଟଲରେ ନିର୍ମିତ ଦୁଇଟି ସିନେମା ପ୍ରେମିକପ୍ରବର ଭୂମିକାରେ ଦେଖିବାକୁ ମିଳିଥିଲା। ଅରୁନ ପାଣ୍ଡିଆନଙ୍କ ପ୍ରଯୋଜିତ ତଥା ରାଜୁ ସରଭେୟାଙ୍କ ନିର୍ଦ୍ଦେଶିତ ‘ଜବରଦସ୍ତ ପ୍ରେମିକ’ (୨୦୧୬)ରେ ବାବୁଙ୍କ ବିପକ୍ଷରେ ନଜର ଆସିଥିଲେ ତାଙ୍କର ହିଟ୍ ପାର୍ଟନର ଝିଲିକ। ତେଣେ ତରଙ୍ଗ ସିନେ ପ୍ରଡକସନସର ଅଶୋକ ପତିଙ୍କ ସିନେମା ‘ମିଷ୍ଟର ମଜନୁ’ରେ ବାବୁସାନଙ୍କ ବିପକ୍ଷରେ ଶୀତଲ, ଦିବ୍ୟା ଓ ସୂର୍ଯ୍ୟମୟୀଙ୍କୁ ନାୟିକା ଭାବେ ଦେଖିବାକୁ ମିଳିଥିଲା। ତେଣେ ବାବୁସାନ୍ ବି ‘ଲଭ୍ ମାଷ୍ଟର୍’ (୨୦୧୨) ବନିଥିଲେ ଅପରାଜିତା ମହାନ୍ତିଙ୍କ ପ୍ରଯୋଜିତ ତଥା ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ସିନେମାରେ। ଏଥିରେ ତାଙ୍କୁ ରୀୟା ଓ ପୁନମଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଥିଲା। ଏଣେ ନାରାୟଣ  ଚନ୍ଦ୍ର ନାୟକଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ପ୍ରେମରୋଗୀ’(୨୦୦୯)ରେ  ବୁଦ୍ଧାଦିତ୍ୟ ମହାନ୍ତି ଥିଲେ ଶୀର୍ଷକ ଭୂମିକାରେ ଆଉ ତାଙ୍କ ବିପକ୍ଷରେ ନାୟିକା ଥିଲେ ବର୍ଷା ପ୍ରିୟଦର୍ଶିନୀ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.