ARTICLE AD BOX
ନାଗୋୟା: ଭାରତର ଗୁଲବୀର ସିଂହ ପୁରୁଷ ୧୦,୦୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ଶୁକ୍ରବାର ସେ ୨୮ ମିନିଟ୍ ୨୯.୩୮ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ବାହାରିନ୍ର ବିରହାନୁ ବାଲେଓ ୨୮ ମିନିଟ୍ ୨୭.୫୧ ସେକେଣ୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଗୁଲବୀର ମାତ୍ର ୧.୮୭ ସେକେଣ୍ଡ ବ୍ୟବଧାନରେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ। ବାହାରିନ୍ର ଆଲବର୍ଟ କିପ୍ଟୋ କାଂସ୍ୟ ପଦକ ଜିତିଛନ୍ତି।
Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା
୨୦୨୩ ହାଙ୍ଗଝୁ ଏସୀୟ କ୍ରୀଡ଼ାରେ ସମାନ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିବା ଗୁଲବୀର ଏଥର ନିଜ ପ୍ରଦର୍ଶନରେ ଉନ୍ନତି ଆଣି ରୌପ୍ୟ ପଦକ ହାସଲ କରିଛନ୍ତି। ଚଳିତ ବର୍ଷ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସେ ରୌପ୍ୟ ପଦକ ଜିତିଥିଲେ। ଏହାର ଦିନକ ପୂର୍ବରୁ ଗୁରୁବାର ସୀମା କୁମାରୀ ମହିଳା ୧୦,୦୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତିଥିଲେ। ସେ ୩୨ ମିନିଟ୍ ୫୦.୦୫ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଇଭେଣ୍ଟରେ ଭାରତର ୧୬ ବର୍ଷର ପଦକ ପ୍ରତୀକ୍ଷାର ଅନ୍ତ ଘଟିଥିଲା।
Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର

1 day ago
2


