Silver Medal: ରାଜ୍ୟଗୋଷ୍ଠୀ କ୍ରୀଡ଼ା: ରୌପ୍ୟ ଜିତିଲେ ମୁଥୁପାଣ୍ଡି

1 hour ago 1
ARTICLE AD BOX

ରାଜ୍ୟଗୋଷ୍ଠୀ ପୁରୁଷ ୬୫ କିଲୋଗ୍ରାମ ଭାରୋତ୍ତୋଳନରେ ଭାରତର ରାଜା ମୁଥୁପାଣ୍ଡି ରୌପ୍ୟ ପଦକ ଜିତିଛନ୍ତି। ସେ ସ୍ନାଚ୍‌ରେ ୧୨୬ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୬୦ କିଲୋଗ୍ରାମ୍‌ ଓଜନ ଉଠାଇ ମୋଟ ୨୮୬ କିଲୋଗ୍ରାମ୍‌ ସହ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ।

 (sambad.in) Raja Muthupandi Photograph: (sambad.in)

ଗ୍ଲାସ୍‌ଗୋ:ରାଜ୍ୟଗୋଷ୍ଠୀ ପୁରୁଷ ୬୫ କିଲୋଗ୍ରାମ ଭାରୋତ୍ତୋଳନରେ ଭାରତର ରାଜା ମୁଥୁପାଣ୍ଡି ରୌପ୍ୟ ପଦକ ଜିତିଛନ୍ତି। ସେ ସ୍ନାଚ୍‌ରେ ୧୨୬ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୬୦ କିଲୋଗ୍ରାମ୍‌ ଓଜନ ଉଠାଇ ମୋଟ ୨୮୬ କିଲୋଗ୍ରାମ୍‌ ସହ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ମାଲେସିଆର ମୁହମ୍ମଦ ଆଜନିଲ୍ ବିନ୍ ବିଦିନ୍ ମୋଟ ୨୯୯ କିଗ୍ରା ଓଜନ ଉଠାଇ ନୂତନ ରାଜ୍ୟଗୋଷ୍ଠୀ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, ପାପୁଆ ନ୍ୟୁ ଗିନିର ମୋରିଆ ବାରୁ ମୋଟ ୨୮୨ କିଗ୍ରା ଓଜନ ଉଠାଇ କାଂସ୍ୟ ପଦକ ହାସଲ କରିଛନ୍ତି।

ଭାରତର ମୋଟ ପଦକସଂଖ୍ୟା ୪

ଏହାସହ ଭାରତ ଭାରୋତ୍ତୋଳନର ତିନୋଟିଯାକ ଇଭେଣ୍ଟରେ ଅତିକମରେ ଗୋଟିଏ ଲେଖାଏଁ ପଦକ ନିଶ୍ଚିତ କରିଛି ଏବଂ ପାରାଶକ୍ତିଉତ୍ତୋଳନକୁ ମିଶାଇ ଏଥିରେ ଭାରତର ମୋଟ ପଦକସଂଖ୍ୟା ୪ରେ ପହଞ୍ଚିଛି।

Junior World Squash: ‘ଅଭିଶପ୍ତ’ ମନେକରୁଥିବା ଟାଇଟଲ୍‌ ହାତେଇଲେ ଅନାହତ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.