ARTICLE AD BOX
କଟକ: ରୌପ୍ୟନଗରୀ କଟକର ଦଶହରା ଆୟୋଜନ ବିଶ୍ବ ପ୍ରସିଦ୍ଧ। ଦଶହରା ସମୟରେ ସୁନା ଓ ଚାନ୍ଦିର ମେଢ଼ ପ୍ରସ୍ତୁତି ପରମ୍ପରା କେବଳ ଦେଶରେ ନୁହେଁ, ବିଶ୍ବରେ ବିରଳ। ଚଳିତ ବର୍ଷ କଟକରେ ୩୬ଟି ଚାନ୍ଦି ମେଢ଼ରେ ମା’ ଦୁର୍ଗା ଓ ମହାଦେବ ପୂଜା ପାଉଥିବା ବେଳେ ୯ଟି ମଣ୍ଡପରେ ମେଢ଼ ଓ ଅଳଙ୍କାରରେ ସୁନା ବ୍ୟବହାର ହେଉଛି। ସୁନା, ଚାନ୍ଦିର ବ୍ୟବହାର ଦୃଷ୍ଟିରୁ ବିଚାର କଲେ କଟକ ଦଶହରା ସବୁଠୁ ବ୍ୟୟବହୁଳ ପୂଜା ଭାବେ ସାରା ଦେଶ ଏମିତିକି ବିଶ୍ବରେ ପରିଗଣିତ ହେଉଛି। କୌଣସି ପୂଜାରେ ଏତେ ପରିମାଣର ସୁନା, ଚାନ୍ଦିର ବ୍ୟବହାର ଦେଖାଯାଏ ନାହିଁ। ଅନ୍ୟପଟେ ସୁନା, ଚାନ୍ଦିର ବ୍ୟବହାର ସହିତ କଟକରେ ପିତ୍ତଳ ମେଢ଼ ପ୍ରସ୍ତୁତି ବି ବଢ଼ିଚାଲିଛି। ଚଳିତ ବର୍ଷ ସହରରେ ମୋଟ ୩ଟି ପିତ୍ତଳ ମେଢ଼ ପ୍ରସ୍ତୁତ କରାଯାଇଛି। ଚୌଧୁରୀ ବଜାର ପ୍ରଥମ ପୂଜା ମଣ୍ଡପ ଭାବେ ମେଢ଼ରେ ପ୍ରଥମେ ଚାନ୍ଦି ଓ ସୁନା ବ୍ୟବହାର ଆରମ୍ଭ କରିଥିଲା। ପରକୁ ପର ଏହି ଧାରା ବଢ଼ିବାରେ ଲାଗିଛି।
Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ
ଚୌଧୁରୀ ବଜାର ମଣ୍ଡପର ମେଢ଼ ଓ ମା’ଙ୍କ ଅଳଙ୍କାରରେ ପ୍ରାୟ ୪୦ କିଲୋ ପାଖାପାଖି ସୁନା ବ୍ୟବହାର ହୋଇଛି। ମଙ୍ଗଳାବାଗ, ଚାଉଳିଆଗଞ୍ଜ, ରାଣୀହାଟ ଭଳି ମେଢରେ ସୁନା ବ୍ୟବହାର ପରିମାଣ ବଢ଼ୁଛି। ଆସନ୍ତାବର୍ଷକୁ ବି ଆହୁରି ଦୁଇଟି ପୂଜା ମଣ୍ଡପ ସୁନା-ଚାନ୍ଦି ମେଢ଼ରେ ଯୋଡ଼ି ହେବାକୁ ଯାଉଛନ୍ତି। ସେହିଭଳି ତେଲେଙ୍ଗାବଜାର ପୂଜା କମିଟି ପିତ୍ତଳ ମେଢ଼ କରିଥିବା ବେଳେ ପରେ ବୟାଳିଶମୌଜା ପୂଜା କମିଟି ଏବଂ ଚଳିତ ବର୍ଷ ନୂଆ କରି ନେତାଜୀନଗର ବଙ୍ଗାଳୀ ସାହି ପୂଜା କମିଟି ପିତ୍ତଳ ମେଢ଼ ପ୍ରସ୍ତୁତ କରିଛନ୍ତି। କଟକ ଦଶହରାରେ କାଠ ମେଢ଼, ସୋଲ, ଜରି ସହିତ ରାଉସାପାଟଣାର କାଚ ମେଢ଼ ବି ଅନ୍ୟତମ ଆକର୍ଷଣ ହୋଇଆସିଛି।

1 hour ago
1


