ARTICLE AD BOX
ମାଲକାନଗିରି: ଦିନେ ହାତରେ ଥିଲା ବନ୍ଧୁକ, ଚାରିପାଖରେ ଥିଲା ହିଂସା ଓ ଅନିଶ୍ଚିତତାର ପରିବେଶ। ଆଜି ସେହି ହାତରେ ଶୋଭା ପାଉଛି ଦାଣ୍ଡିଆ କାଠି, ମୁହଁରେ ଫୁଟିଛି ନୂଆ ଜୀବନର ହସ। ଜଙ୍ଗଲର ଅନ୍ଧାରରୁ ବାହାରି ନବରାତ୍ରିର ରଙ୍ଗିନ ଆଲୋକରେ ଉତ୍ସବ ପାଳନ କରୁଛନ୍ତି ଆତ୍ମସମର୍ପଣ କରିଥିବା ମହିଳା ନକ୍ସଲ। ସଙ୍ଗୀତର ତାଳେ ତାଳେ ଦାଣ୍ଡିଆ ନୃତ୍ୟ ଏବଂ ମା’ ଦୁର୍ଗାଙ୍କ ଆରାଧନା ଭିତରେ ଫୁଟି ଉଠିଛି ପରିବର୍ତ୍ତନର ଏକ ନୂଆ ଚିତ୍ର।
ଇସ୍ପାତ ନଗରୀରେ ଆକର୍ଷଣୀୟ ପୂଜା, ତୋରଣ
ଛତିଶଗଡ଼ ସୁକମା ପୁଲିସ ପକ୍ଷରୁ ଆୟୋଜିତ ନବରାତ୍ରି କାର୍ଯ୍ୟକ୍ରମରେ ଆତ୍ମସମର୍ପଣ କରିଥିବା ମହିଳା ନକ୍ସଲଙ୍କ ଏଭଳି କିଛି ନିଆରା ରୂପ ଦେଖିବାକୁ ମିଳିଛି। ପାରମ୍ପରିକ ପୋଷାକ ପରିଧାନ କରି ସେମାନେ ସଙ୍ଗୀତର ତାଳେ ତାଳେ ଦାଣ୍ଡିଆ ନୃତ୍ୟ କରିଥିଲେ। ଦିନେ ହିଂସା ଓ ଆତଙ୍କର ପରିବେଶରେ ଜୀବନ ବିତାଉଥିବା ଏହି ମହିଳାମାନେ ଏବେ ଆଧ୍ୟାତ୍ମିକତାର ପଥ ବାଛିବା ସହ ଏକ ନୂଆ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଛନ୍ତି।
Weather: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ, ଚେନ୍ନାଇରେ ପ୍ରବଳ ବର୍ଷା
ମା’ ଦୁର୍ଗାଙ୍କ ଉପାସନା ସହ ଏକ ଉନ୍ନତ ଓ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ପାଇଁ ସେମାନେ ଆଶୀର୍ବାଦ କାମନା କରିଛନ୍ତି। ଏହି ଦୃଶ୍ୟ ମାନବ ଜୀବନରେ ପରିବର୍ତ୍ତନର ଅପାର ସମ୍ଭାବନାକୁ ପ୍ରତିଫଳିତ କରୁଛି। ଉପଯୁକ୍ତ ସୁଯୋଗ ଓ ସହଯୋଗ ମିଳିଲେ ହିଂସା ପଥରୁ ଫେରି ଜଣେ ବ୍ୟକ୍ତି ନୂଆ ଜୀବନ ମଧ୍ୟ ଆରମ୍ଭ କରିପାରେ, ଏହାର ଏକ ସୁନ୍ଦର ଉଦାହରଣ ହେଉଛି ସୁକମାର ଏହି ନବରାତ୍ରି ଉତ୍ସବ। ଏହି ପରିବର୍ତ୍ତନ କେବଳ ପୁଲିସ କିମ୍ବା ପ୍ରଶାସନର ସଫଳତା ନୁହେଁ, ସମାଜ ପାଇଁ ମଧ୍ୟ ଏକ ବଡ଼ ଉପଲବ୍ଧି।

53 minutes ago
1


