ARTICLE AD BOX
ସମ୍ବଲପୁର/ଚିପିଲିମା(ଗାର୍ଗୀ ଶତପଥୀ/ସଞ୍ଜୀବ ଠାକୁର): ରିହାତି ଦରରେ ସୂତା ଓ ରଙ୍ଗ ବିକ୍ରି ହେଉଛି। ହେଲେ ବୁଣାକାର ପାଉନାହାନ୍ତି। ସମିତି ଯେଉଁ ବୁଣାକାରଙ୍କଠାରୁ ଶାଢ଼ି କିଣୁଥିବା ଦର୍ଶାଉଛି, ସେମାନେ କହୁଛନ୍ତି ଆମେ ବିକିନୁ। ୨୭ ବର୍ଷ ହେଲା କାର୍ଯ୍ୟାଳୟର ସଟର ଖୋଲିନି। ବୁଣାକାରମାନଙ୍କ ପାଇଁ ଯେଉଁ ସଂସ୍ଥା ମୃତ, ସେ କିନ୍ତୁ ସରକାରୀ କାଗଜରେ ଜୀବନ୍ତ ରହି ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛି। ଏ ହେଉଛି ଭାତହାଣ୍ଡିରୁ ଗୋଟିଏ ଭଳି ସମ୍ବଲପୁରର ବୁଣାକାର ଗାଁ ଧନକଉଡ଼ା ବ୍ଲକ୍ କର୍ଡୋଲା ବୁଣାକାର ସମବାୟ ସମିତିର ଚିତ୍ର। ବୁଣାକାରଙ୍କ ନାଁରେ କାଗଜପତ୍ରରେ କିପରି ସରକାରୀ ଯୋଜନା ହରିଲୁଟ୍ ହୋଇଛି ‘ସମ୍ବାଦ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟ ତା’ର ମୁଖା ଖୋଲିଛି।
Liver Transplantation: ଯକୃତ ପ୍ରତିରୋପଣରେ ଷ୍ଟାର୍ ହସ୍ପିଟାଲ୍ର ସଫଳତା
ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବୁଣକାର କୃତାର୍ଥ ମେହେର, ଜେନାମଣି ମେହେରଙ୍କ ସମେତ ଅନେକ ବୁଣାକାରଙ୍କଠାରୁ ଏହି ସମିତି ଶାଢ଼ି କିଣିବା ସହିତ ରଙ୍ଗ ଓ ସୂତା ବିକ୍ରି କରୁଥିବା କହୁଛି। କିନ୍ତୁ, କୃତାର୍ଥ କହନ୍ତି, ୧୯୯୯ ମସିହାରୁ ତାଙ୍କ ଗାଁରେ ଥିବା ସମବାୟ ସମିତି କାର୍ଯ୍ୟାଳୟ ବନ୍ଦ ରହିଛି। ସେବେଠାରୁ ସେମାନେ ସମିତିକୁ ଶାଢ଼ି ବିକ୍ରି କରୁନାହାନ୍ତି। ବାହାରୁ ଆସୁଥିବା ବ୍ୟବସାୟୀଙ୍କୁ ବିକ୍ରି କରନ୍ତି। ଗାଁରେ ରଙ୍ଗ ଓ ସୂତା ଉପଲବ୍ଧ ନ ଥିବାରୁ ସେସବୁ କିଣିବା ପାଇଁ ମଧ୍ୟ ବହୁ କଷ୍ଟ ସହୁଛନ୍ତି। ୫୦ କିଲୋମିଟର ବରଗଡ଼ ଯାଇ ୧୨୦ ନମ୍ବରର ସୂତା ୬୦୦୦ ଟଙ୍କାରେ ଏବଂ ୨୫ ଗ୍ରାମ୍ର ରଙ୍ଗ ୧୬୦ ଟଙ୍କାରେ ଖୋଲା ବଜାରରୁ କିଣୁଛନ୍ତି। ଯାହାର ଦର ଅଚାନକ ବୃଦ୍ଧି ପାଇଥିବାରୁ ଚିନ୍ତା ବଢ଼ିଯାଇଛି। ଅନ୍ଲାଇନ୍ରେ ଆବେଦନ ପରେ ରିହାତିରେ ଇନ୍ଭର୍ଟର ପାଇଛନ୍ତି। ବରିଷ୍ଠ ବୁଣାକାର ଜେନାମଣିଙ୍କ କହିବା ଅନୁସାରେ, ଗାଁରେ ଥିବା କର୍ଯ୍ୟାଳୟ ବନ୍ଦ ପଡ଼ିଛି।
Dead: ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ; ଦିନକ ପରେ ମୃତଦେହ ଉଦ୍ଧାର
ତେଣୁ ସେଠାରୁ ରଙ୍ଗ ଓ ସୂତା କିଣିବାର ପ୍ରଶ୍ନ ହିଁ ଉଠୁ ନାହିଁ। ୨୦୧୦ ମସିହାରୁ ସେ ଆଉ ସମବାୟ ସମିତିକୁ ଶାଢ଼ି ବିକ୍ରି କରୁ ନାହାନ୍ତି। ବିଭିନ୍ନ ଆଳରେ ସମବାୟ ସମିତି ତାଙ୍କ ଭଳି ବୁଣାକାରମାନଙ୍କୁ ଟଙ୍କା ମାଗିବାରୁ ସେ ବିକ୍ରି କରିବା ବନ୍ଦ କରିଦେଲେ। ପ୍ରଥମତଃ ୨୫୦୦ ଟଙ୍କା ଦେଇ ସମିତିରେ ପଞ୍ଜୀକୃତ ହେଲେ। ଏହାପରେ ନିଜ ଶାଢ଼ିକୁ ବିକ୍ରି କରିବା ବେଳକୁ ୧୦ ପ୍ରତିଶତ ଅଗ୍ରିମ ଜମା ଦେବାକୁ ପଡ଼ୁଥିଲା। ଏହାବାଦ୍ ମଧ୍ୟ ବୀମା ବାବଦରେ ୮୦ ଟଙ୍କା ପ୍ରିମିୟମ କାଟି ରଖିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଅଗ୍ରିମ ଜମା ଫେରସ୍ତ କିମ୍ବା ବୀମା ଟଙ୍କା ତାଙ୍କୁ ମିଳି ନାହିଁ। ଏଭଳି କେତେ ଟଙ୍କା କେଉଁ ସମବାୟ ସମିତି ପାଖରେ ପଡ଼ିଛି ତା’ର ହିସାବ ହିଁ ନାହିଁ। ବୁଣାକାରମାନଙ୍କଠାରୁ ସମବାୟ ସମିତି ସମ୍ପାଦକମାନେ ବିଭିନ୍ନ ଆଳରେ ଟଙ୍କା ବି ନିଅନ୍ତି ଏବଂ ସେମାନଙ୍କୁ ଖରାପ ବ୍ୟବହାର ମଧ୍ୟ ପ୍ରଦର୍ଶନ କରନ୍ତି। ତେଣୁ ସେମାନେ ସମିତି ଛାଡ଼ି ବ୍ୟବସାୟୀଙ୍କ ଉପରେ ଭରସା କରୁଛନ୍ତି। ଯୁବ ବୁଣାକାର ବାବଲୁ ମେହେର କହନ୍ତି, ଘର ପାଖରେ ସୂତା, ରଙ୍ଗ ମିଳୁ ନଥିବାରୁ ଅସୁବିଧା ହେଉଛି। ୨୦୧୫ ମସିହାରୁ ବୁଣାକାର ଯୋଜନାରେ ଘର ପାଇଁ ପଟ୍ଟା ସହିତ ଆବେଦନ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ପାଇ ନାହାନ୍ତି। ଅନ୍ୟଦିଗରେ ବୁଣାକାର ସମବାୟ ସମିତି ନିରୀକ୍ଷକ ସୁଦାମ ପଣ୍ଡାଙ୍କ କହିବା ଅନୁସାରେ, କର୍ଡୋଲା ସମବାୟ ସମିତି ବନ୍ଦ ହୋଇ ନାହିଁ। ଏହାର ସମ୍ପାଦକ ଅଛନ୍ତି। ଏହି ସମିତି କର୍ଡୋଲା, ଚାରପାଲି ଓ ବଇଜାମୁଣ୍ଡାର ଅନେକ ବୁଣାକାରଙ୍କଠାରୁ ଶାଢ଼ି କିଣିବା ସହିତ ସେମାନଙ୍କୁ ସୂତା, ରଙ୍ଗ ବିକ୍ରି କରୁଛି। ଏହା ସହିତ ଗତବର୍ଷ ମହିଳା ବୁଣାକାରମାନଙ୍କୁ ଏକ୍ସପୋଜର୍ ଭିଜିଟ୍ରେ ପଠାଯାଇଥିଲା। ବୁଣାକାରମାନଙ୍କୁ ଇନଭର୍ଟର ମଧ୍ୟ ଦିଆଯାଇଛି।

1 hour ago
1


