Shubman Gill: ଗିଲ୍‌ଙ୍କ ଅବିଶ୍ୱସନୀୟ କ୍ୟାଚ୍‌

1 hour ago 2
ARTICLE AD BOX

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଗଲ୍‌ଠାରେ ଚାଲିଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଶୁଭମନ ଗିଲ୍‌ଙ୍କ ଏକ ଅସାଧାରଣ କ୍ୟାଚ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

 (google) Photograph: (google)

ଗଲ୍‌: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଗଲ୍‌ଠାରେ ଚାଲିଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଶୁଭମନ ଗିଲ୍‌ଙ୍କ ଏକ ଅସାଧାରଣ କ୍ୟାଚ୍‌ ଚର୍ଚ୍ଚାର ବିଷୟ ପାଲଟିଛି। କୁଲଦୀପ ଯାଦବଙ୍କ ବଲ୍‌ରେ କାମିନ୍ଦୁ ମେଣ୍ଡିସ୍‌ଙ୍କୁ ଆଉଟ୍ କରିବା ପାଇଁ ଗିଲ୍‌ ଏକ୍ସଟ୍ରା କଭରରେ ଏହି ଅବିଶ୍ୱସନୀୟ କ୍ୟାଚ୍‌ ଧରିଥିଲେ। ମେଣ୍ଡିସ୍‌ କ୍ରିଜ୍‌ରୁ ଆଗକୁ ବଢ଼ି କୁଲଦୀପଙ୍କ ଏକ ବଲ୍‌କୁ ଏକ୍ସଟ୍ରା କଭର ଅଂଚଳକୁ ଖେଳିଥିଲେ। ବଲ୍‌ଟି କିଛି ସମୟ ଶୂନ୍ୟରେ ରହି ଭୂମିକୁ ଛୁଇଁବାକୁ ଯାଉଥିବା ବେଳେ ଗିଲ୍‌ ନିଜର ବାମ ପଟକୁ ଡେଇଁ ଗୋଟିଏ ହାତରେ ବଲ୍‌ଟିକୁ ଧରି ନେଇଥିଲେ। ସେ ନିଜେ ଖସି ପଡ଼ିଥିଲେ ବି କ୍ୟାଚ୍‌ଟି ହାତରୁ ଖସି ନଯିବା ପାଇଁ ସେ ମଧ୍ୟ ସତର୍କ ରହିଥିଲେ। ଏହି ଅବିଶ୍ବସନୀୟ କ୍ୟାଚ୍‌କୁ ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ସଞ୍ଜୟ ମଞ୍ଜରେକର ଗିଲ୍‌ଙ୍କ ପ୍ରଶଂସା କରି କହିଛନ୍ତି, “ଏହା ତାଙ୍କ ପହଞ୍ଚ ଭିତରେଆଦୌ ନଥିଲା। ଏହା ଆପଣ ଦେଖିବାକୁ ପାଇଥିବା ସର୍ବଶ୍ରେଷ୍ଠ କ୍ୟାଚ୍‌ଗୁଡ଼ିକ ମଧ୍ୟରୁ ଗୋଟିଏ।”

ଆହୁରି ପଢ଼ନ୍ତୁ: ଡ୍ରଗ୍ ଟେଷ୍ଟରେ ପଜିଟିଭ୍ ଆଉ ଦୁଇ ଏୟାର ଇଣ୍ଡିଆ ପାଇଲଟ୍

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.