Shooting: ସୁଇଜରଲ୍ୟାଣ୍ଡରେ ରେଭ୍ ପାର୍ଟି ଚାଲିଥିବା ବେଳେ ଗୁଳିକାଣ୍ଡ: ଜଣଙ୍କ ମୃତ୍ୟୁ, ୫ ଗୁରୁତର

1 month ago 10
ARTICLE AD BOX

ଆରୋ:ସୁଇଜରଲ୍ୟାଣ୍ଡର ଜୁରିକ୍ ର ଉତ୍ତରାଞ୍ଚଳରେ ଥିବା ଆରୋ ସହରରେ ଆୟୋଜିତ ଏକ ରେଭ୍ ପାର୍ଟି ଚାଲିଥିବା ବେଳେ ଅନ୍ଧାଧୁନ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିବା ଏହି ବାର୍ଷିକ ''ଆରୋ ରେଭ୍'' ପାର୍ଟିରେ ପ୍ରାୟ ୩,୫୦୦ ଲୋକ ଏକାଠି ହୋଇଥିବା ବେଳେ, ରବିବାର ଭୋର ସମୟରେ ଅଚାନକ ଗୁଳିଚାଳନା ହୋଇଥିଲା। ଘଟଣାପରେ ବିଶାଳ ସୁରକ୍ଷା ବାହିନୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି।

ଗୁଳିକାଣ୍ଡର କାରଣ ଅସ୍ପଷ୍ଟ

ପୁଲିସ ସୂଚନା ଅନୁଯାୟୀ, ଘୋଡ଼ାଦୌଡ଼ ପଡ଼ିଆରେ ଅନୁଷ୍ଠିତ ଏହି ରେଭ୍ ପାର୍ଟିରେ ଏକ ବଡ଼ ଜନସମାବେଶକୁ ଲକ୍ଷ୍ୟ କରି କିଛି ଦୁର୍ବୃତ୍ତ ଅନ୍ଧାଧୁନ ଗୁଳିଚାଳନା କରିଥିଲେ। ଆକ୍ରମଣକାରୀଙ୍କ ପରିଚୟ, ଗୁଳିକାଣ୍ଡର ପ୍ରକୃତ କାରଣ ଓ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ଛାନବିନ୍ ଓ ପାଟ୍ରୋଲିଂ ଜାରି ରହିଛି।

Kapil Sibal: ବିଦେଶରେ ଜ୍ଞାନର କଥା କହୁଥିବାବେଳେ ଘରେ କାହିଁକି ନୀରବ: ମୋହନ ଭାଗବତଙ୍କ ଭାଷଣକୁ ନେଇ କପିଲଙ୍କ କଟାକ୍ଷ

Read Entire Article
LEFT SIDEBAR AD

Hidden in mobile, Best for skyscrapers.