Shehzad Poonawalla: କଂଗ୍ରେସକୁ ଫେରିବେ ନାହିଁ ଶେହଜାଦ ପୁନାୱାଲା

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଶେହଜାଦ ପୁନାୱାଲା ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ସମେତ ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି। ଏକ ସାକ୍ଷାତକାରରେ ଆର୍ଥିକ କାରଣରୁ ସେ ବିଜେପିରୁ ଇସ୍ତଫା ଦେଉଥିବା କହିଛନ୍ତି। ତେବେ ବିଜେପି ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫା ମଞ୍ଜୁର କରିନାହିଁ। ସାକ୍ଷାତକାରରେ ପୁନାୱାଲା କଂଗ୍ରେସ ଫେରିବା ଉପରେ ପ୍ରଶ୍ନର ମଧ୍ୟ ଜବାବ ରଖିଛନ୍ତି।

୨୦୨୧ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ପୁନାୱାଲା

ଏକ ଟିଭି ଚାନେଲକୁ ସାକ୍ଷାତକାର ଦେଇ ପୁନାୱାଲ କହିଛନ୍ତି, ରାଜନୈତିକ ଦଳଗୁଡ଼ିକ ସେମାନଙ୍କ କାର୍ଯ୍ୟକର୍ତ୍ତାଙ୍କୁ କୌଣସି ପାରିଶ୍ରମିକ ଦେଇନଥାନ୍ତି। ମୋତେ ଘର ଭଡ଼ା ଦେବାର ଅଛି। ମୁଁ ବିଜେପିରେ ଅଛି ବୋଲି କ’ଣ ଘର ମାଲିକ ମୋତେ ମାଗଣାରେ ଘର ଦେବ କି? ଘର ମାଲିକ ୧ ତାରିଖକୁ ଭଡ଼ା ମାଗିଥାଏ। କୌଣସି ରାଜନୈତିକ ଆନ୍ଦୋଳନରେ ଯୋଡ଼ି ହେଲେ ତାହା ଚାକିରି ନୁହେଁ ଯେ, କେହି ପାରିଶ୍ରମିକ ‌ଦେବେ। କୌଣସି ଦଳର କାର୍ଯ୍ୟକର୍ତ୍ତା ହେବା ପାଇଁ ଆପଣଙ୍କୁ ଦଳର ବିଚାରାଧାରା କିମ୍ବା ବ୍ୟକ୍ତି ପସନ୍ଦ ହେବା ସହିତ ସଙ୍ଗଠନ ପ୍ରତି ଭଲ ପାଇବା ରହିବା ଉଚିତ। ଏସବୁ ମୋ ପାଖରେ ଥିଲା। ପୁନାୱାଲା କଂଗ୍ରେସକୁ ଫେରିବା କଥାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ମୁଁ ଗୋଟିଏ ସର୍ତ୍ତରେ କଂଗ୍ରେସରେ ସାମିଲ ହେବି, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରାଙ୍କୁ କଂଗ୍ରେସରୁ ହଟାଯିବା ସହିତ ନେହରୁଙ୍କ କାର୍ଯ୍ୟ ପାଇଁ କ୍ଷମା ମାଗିବା ଉଚିତ। ସୂଚନାଯୋଗ୍ୟ, ପୁନାୱାଲା ୨୦୨୧ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବିଚାରଗତ ସିଦ୍ଧାନ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଯୋଡ଼ି ହୋଇ ଅଛନ୍ତି। ବିଶ୍ବର ସବୁଠୁ ବଡ଼ ଗଣତାନ୍ତ୍ରିକ ଦଳରେ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ସାମିଲ ହେବା ପରେ ମୁଁ କୌଣସି ଦଳରେ ଯୋଡ଼ି ହୋଇ ପାରିବି ନାହିଁ ବୋଲି ପୁନାୱାଲା କହିଛନ୍ତି। ବର୍ତ୍ତମାନ ସମୟରେ ଦେଶରେ ବିଜେପି ସବୁଠୁ ଭଲ ଦଳ ବୋଲି ପୁନାୱାଲା ସାକ୍ଷାତକାରରେ କହିଛନ୍ତି।

Instagram and Children: ପିଲାମାନଙ୍କ ଉପରେ ଇନଷ୍ଟାଗ୍ରାମର ପ୍ରଭାବ ବିଷୟରେ ଅବଗତ ଥିଲା ମେଟା: ସୂଚନା ଲୁଚାଇଥିବା ଅଭିଯୋଗ ଆଣିଲେ ଆମେରିକାର ୨୯ ରାଜ୍ୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.