Sharanakula Inspector case ଯୁବତୀଙ୍କୁ ଶରକୁଳ ଥାନା ଇନ୍‌ସପେକ୍ଟରଙ୍କ ନିର୍ଯାତନା ମାମଲା:  କ୍ରାଇମବ୍ରାଞ୍ଚ ନିକଟରେ ସୁଜିତଙ୍କ ଆତ୍ମସମର୍ପଣ

1 hour ago 1
ARTICLE AD BOX

ବାଉଁଶିଆ ସ୍ଥିତ ଭଡ଼ା ଘର ଓ ସରକାରୀ କ୍ବାର୍ଟରରେ ଚଢ଼ଉ

ନୟାଗଡ଼:  କିଛି ଦିନ ନୀରବତା ପରେ ପୁଣି ଥରେ ମୁଣ୍ଡ ଟେକିଛି ଶରଣକୁଳ ଥାନାର ନିଲମ୍ବିତ ଇନସପେକ୍ଟର ସୁଜିତ କୁମାର ଦାଶଙ୍କ ମାମଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ନିକଟରେ ସୁଜିତ ଆତ୍ମସମର୍ପଣ କରିଛନ୍ତି। ଫଳରେ ତାଙ୍କୁ ଧରି ମାମଲାର ତଦନ୍ତ ପ୍ରକ୍ରିୟାକୁ ଟିମ୍ ଜୋରଦାର କରିଛି। କେବଳ ସେତିକି ନୁହେଁ ସୁଜିତଙ୍କ ବହୁ ଚର୍ଚ୍ଚିତ ବାଉଁଶିଆ ସ୍ଥିତ ଭଡ଼ା ଘର ଓ ନୟାଗଡ଼ ସ୍ଥିତ ସରକାରୀ କ୍ବାଟର୍ସ‌ରେ ମଧ୍ୟ ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ଆସନ୍ତା ୧୭ ତାରିଖରେ ହାଇକୋର୍ଟରେ ଏ ନେଇ ଶୁଣାଣି ରହିଥିବାରୁ ସୁଜିତ ବାଧ୍ୟ ହୋଇ ନିର୍ଦ୍ଦେଶକୁ ମାନି ତଦନ୍ତକାରୀ ଟିମ୍ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

Complaint filed: ଶରଣକୁଳ ଥାନା ଅଧିକାରୀଙ୍କ ନାମରେ ସଙ୍ଗିନ ଅଭିଯୋଗ
ପୂର୍ବରୁ ତଦନ୍ତ ପାଇଁ ସୁଜିତଙ୍କ ବାରମ୍ବାର ସହଯୋଗ ଲୋଡ଼ାଯାଉଥିଲେ ମଧ୍ୟ ତାଙ୍କର ଦେଖା ମିଳୁନଥିଲା। ଫୋନ୍ ଅଫ୍ କରି ତଦନ୍ତକାରୀ ଟିମକୁ ଚକମା ଦେଇ ସେ ବୁଲୁଥିଲେ। ଏମିତିକି ପୀଡ଼ିତାଙ୍କ ମୋବାଇଲ ଓ ଭଡ଼ା ଘରେ ଥିବା ଶୟନ କକ୍ଷର ଚାବି ବାରମ୍ବାର ମଗାଯାଉଥିଲେ ମଧ୍ୟ ଏହାକୁ ସେ ଖାତିର କରୁନଥିଲେ। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ନିଶ୍ଚିତ ଭାବେ ସମସ୍ୟା ବଢ଼ିଯିବ ଜାଣି, ସେ ସମସ୍ତ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି। ଏବେ ବି ସୁଜିତ ପୀଡ଼ିତାଙ୍କ ସହ କୌଣସି ପ୍ରକାର ଅନୈତିକ କାର୍ଯ୍ୟ କରିନଥିବା ଜୋର ଦେଇ କହୁଛନ୍ତି। 

ଭିଜିଲାନ୍ସ ଜାଲରେ ଶରଣକୁଳ ଏସ୍‌ଆଇ
ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ନୟାଗଡ଼ ସହରରେ ଥିବା ଏକ ହୋଟେଲ ତାଙ୍କୁ ସୁଜିତ ରଖିଛନ୍ତି। ବାଉଁଶିଆ ସ୍ଥିତ ଭଡ଼ା ଘର ଓ ନୟାଗଡ଼ ସ୍ଥିତ ସରକାରୀ କ୍ବାର୍ଟର୍ସକୁ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଛି। ‌ଫଳରେ ଏହି ଦୁଇଟି ଘରେ ତଦନ୍ତକାରୀ ଟିମ୍ ବାରମ୍ବାର ଯାଞ୍ଚ ଚଳାଇଛି। ମାତ୍ର ଯେହେତୁ ଏହି ଘଟଣାକୁ ଦୀର୍ଘ ମାସ ବିତିଗଲାଣି, ସେଥିପାଇଁ ଡାକ୍ତରୀ ମାଇନାରୁ ସେମିତି କୌଣସି ପ୍ରମାଣ ମିଳିବ ନାହିଁ। ମାତ୍ର ନିୟମ ଅନୁଯାୟୀ ତଦନ୍ତରେ ଆବଶ୍ୟକତା ପଡ଼ୁଥିବା ପ୍ରକ୍ରିୟା ପାଇଁ ସୁଜିତଙ୍କର ଆଜି ଡାକ୍ତରୀମାଇନା କରାଯାଇଛି। ସୋସିଆଲ ମିଡିଆରେ ସୁଜିତ ଓ ପୀଡ଼ିତାଙ୍କର ଭାଇରାଲ ହୋଇଥିବା ଫଟୋରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଯେ କେତେ ନିବିଡ଼ ତାହା ପ୍ରମାଣ କରିଛି।

ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ଅଞ୍ଚଳରେ ଚାଲିଛି ଜୁଆ ଆଡ଼ା, ସବୁଜାଣି ଚୁପ୍ ବସିଛି ପୁଲିସ ପ୍ରଶାସନ
ଆଜି ସୁଜିତଙ୍କୁ ଡାକ୍ତରୀମାଇନା ପାଣି ଆଣିଥିବା ତଦନ୍ତକାରୀ ଟିମର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନି ‌ସେ ବର୍ତ୍ତମାନ ତଦନ୍ତରେ ସହଯୋଗ କରୁଛନ୍ତି। ଯଦି ପୂର୍ବ ପରି ସେ ଅସହଯୋଗ କରନ୍ତି, ତେବେ ନିଶ୍ଚିତ ଭାବେ ସେ ଅଡ଼ୁଆରେ ପଡ଼ିବେ। ଆସନ୍ତା ୧୭ରେ ହେବାକୁ ଥିବା ଶୁଣାଣି ପାଇଁ ଆବଶ୍ୟକ ସମସ୍ତ ପ୍ରମାଣପତ୍ର ଏବେ ଯୋଗାଡ଼ ଚାଲିଛି। ନିର୍ଦ୍ଦିଷ୍ଟ ସମୟରେ ଏହାକୁ କୋର୍ଟରେ ଦାଖଲ କରାଯିବ ବୋଲି ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.