Sexually Assaulted: ସଦର ବଜାରରେ ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗ, ୫୬ ବର୍ଷୀୟ ଦୋକାନୀ ଗିରଫ

6 days ago 6
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀର ସଦର ବଜାର ଅଞ୍ଚଳରେ ଜଣେ ଷଷ୍ଠ ଶ୍ରେଣୀର ନାବାଳିକାଙ୍କୁ ଜଣେ ଦୋକାନୀ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଷ୍ଟେସନାରୀ କିଣିବାକୁ ଘରୁ ବାହାରିଥିବା ସମୟରେ ନାବାଳିକାଙ୍କୁ ଅଭିଯୁକ୍ତ ନିଜ ଦୋକାନକୁ ନେଇଯାଇଥିବା ପୁଲିସ କହିଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଗତ ସେପ୍ଟେମ୍ବର ୧୬ ତାରିଖ ରାତି ପ୍ରାୟ ୧୧ଟା ସମୟରେ ନାବାଳିକା ଷ୍ଟେସନାରୀ କିଣିବା ପାଇଁ ବାହାରିଥିଲେ। ଏହି ସମୟରେ ଅଭିଯୁକ୍ତ ତାଙ୍କୁ ନିକଟସ୍ଥ ଦୋକାନକୁ ଡାକି ନେଇଥିବା ଅଭିଯୋଗ ହୋଇଛି।

ପୋକ୍ସୋ ଆଇନରେ ମାମଲା

ଅଭିଯୋଗ ଅନୁସାରେ, ଦୋକାନ ଭିତରେ ନାବାଳିକାଙ୍କୁ ଅଟକ ରଖି ତାଙ୍କ ହାତ ଓ ଗୋଡ଼ ବାନ୍ଧି ଦିଆଯାଇଥିଲା। ପରେ ତାଙ୍କ ସହ ଯୌନ ନିର୍ଯାତନା ହୋଇଥିବା ପୁଲିସ କହିଛି। ଘଟଣା ସମ୍ପର୍କରେ ସେପ୍ଟେମ୍ବର ୧୬ ରାତିରେ PCR କଲ୍‌ ମିଳିବା ପରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ନାବାଳିକାଙ୍କ ଅଭିଯୋଗ ଆଧାରରେ ଉତ୍ତର ଜିଲ୍ଲା ମହିଳା ଥାନାରେ ଦୁଷ୍କର୍ମ, ପକ୍ସୋ ଆଇନ ଏବଂ ବେଆଇନ ଭାବେ ଅଟକ ରଖିବା ସମ୍ପର୍କିତ ଧାରାରେ ମାମଲା ରୁଜୁ ହୋଇଛି। ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ।

ଷ୍ଟେସନାରୀ କିଣିବାକୁ ଯାଇଥିବା ବେଳେ ଘଟିଲା ଘଟଣା

ଏହି ଘଟଣାରେ ୫୬ ବର୍ଷୀୟ ମକସୁଦଙ୍କୁ ପୁଲିସ ଗିରଫ କରିଛି। ଗିରଫ ପରେ ଆଇନଗତ ପ୍ରକ୍ରିୟା ଶେଷ କରି ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି। ଅନ୍ୟପଟେ, ନାବାଳିକାଙ୍କୁ କାଉନସେଲିଂ କରାଯାଇ ପରିବାର ନିକଟକୁ ହସ୍ତାନ୍ତର କରାଯାଇଥିବା ରିପୋର୍ଟରେ କୁହାଯାଇଛି। ପୁଲିସ କହିଛି ଯେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି। ନାବାଳିକାଙ୍କ ସୁରକ୍ଷା ଓ ମାମଲାର ସମ୍ବେଦନଶୀଳତାକୁ ଧ୍ୟାନରେ ରଖି ତଦନ୍ତ କରାଯାଉଛି।

Minor Raped: ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ; ପୁଲିସ ପରିଚୟ ଦେଇ ଆସିଥିଲେ ଅଭିଯୁକ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.