Sergio Gor: ୨୮ ସଦସ୍ୟ ବିଶିଷ୍ଟ ଆମେରିକୀୟ ପ୍ରତିନିଧିଦଳ ବି ସାମିଲ ‘ଖଲିସ୍ତାନ ଜିନ୍ଦାବାଦ’ ନାରା

53 minutes ago 1
ARTICLE AD BOX

ଅମୃତସର: ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର୍‌ ସୋମବାର ଅମୃତସରର ପବିତ୍ର ଶ୍ରୀହରିମନ୍ଦିର ସାହିବ ବା ସ୍ୱର୍ଣ୍ଣମନ୍ଦିର ପରିଦର୍ଶନ କରିଛନ୍ତି। ୨୮ ସଦସ୍ୟ ବିଶିଷ୍ଟ ଏକ ଉଚ୍ଚସ୍ତରୀୟ ଆମେରିକୀୟ ପ୍ରତିନିଧିଦଳ ସହ ସେ ମନ୍ଦିରରେ ପହଞ୍ଚିଥିଲେ। ପ୍ରତିନିଧିଦଳରେ ଆମେରିକାର କେତେକ ପ୍ରମୁଖ ସିନେଟର, ବରିଷ୍ଠ ସରକାରୀ ଅଧିକାରୀ ଓ ବିଦେଶ ନୀତି ବିଶେଷଜ୍ଞ ରହିଥିଲେ।

ଗୋର୍‌ଙ୍କ ଦର୍ଶନ ସମୟରେ ଶ୍ରୀହରିମନ୍ଦିର ସାହିବର ମୁଖ୍ୟ ପ୍ରବେଶଦ୍ୱାର ବାହାରେ କେତେକ ଲୋକ ପ୍ରଦର୍ଶନ କରିଥିଲେ। ଶିରୋମଣି ଅକାଳୀ ଦଳ ଅମୃତସରର କାର୍ଯ୍ୟକାରୀ ଅଧ୍ୟକ୍ଷ ଇମାନ ସିଂହ ମାନ ଦଳୀୟ କର୍ମୀଙ୍କ ସହ ସେଠାରେ ପହଞ୍ଚିଥିଲେ। ପ୍ରଦର୍ଶନକାରୀମାନେ କିଛି ସମୟ ପାଇଁ ‘ଖଲିସ୍ତାନ ଜିନ୍ଦାବାଦ’ ଓ ‘ଗଡ୍ ବ୍ଲେସ୍ ଆମେରିକା’ ନାରା ଦେଇଥିଲେ। ପରେ ସୁରକ୍ଷାକର୍ମୀମାନେ ଭିଡ଼କୁ ସେଠାରୁ ହଟାଇ ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ। ଗୋର୍‌ଙ୍କ ଗସ୍ତକୁ ନେଇ ଅମୃତସରରେ ପୂର୍ବରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପୁଲିସ ଅନୁସାରେ, ଶ୍ରୀହରିମନ୍ଦିର ସାହିବ ଭିତର ଓ ବାହାରେ ପ୍ରାୟ ୧୫୦ ଜଣ ସାଧା ପୋଷାକଧାରୀ ଓ ୟୁନିଫର୍ମଧାରୀ ପୁଲିସକର୍ମୀ ମୁତୟନ ହୋଇଥିଲେ। ଗସ୍ତ ସମୟରେ ସୁରକ୍ଷା ଓ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ମଧ୍ୟ ଅତିରିକ୍ତ ବ୍ୟବସ୍ଥା ହୋଇଥିଲା।

ଅପରେସନ ବ୍ଲୁଷ୍ଟାରର ୩୫ ବାର୍ଷିକୀ, ସ୍ୱର୍ଣ୍ଣମନ୍ଦିର ପରିସରରେ ଅସ୍ତ୍ରଶସ୍ତ୍ର ସହ ଖଲିସ୍ତାନ ସପକ୍ଷବାଦୀ ସ୍ଲୋଗାନ

ଗୋର୍‌ଙ୍କ ଗସ୍ତ ପୂର୍ବରୁ ଅମୃତସରର ବିଭିନ୍ନ ସ୍ଥାନରେ ଉତ୍ତେଜକ ସ୍ଲୋଗାନ ଲେଖାଯିବା ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିଲା। ମଙ୍ଗଳ ସିଂହ ଓ ଅର୍ଶଦୀପ ସିଂହ ନାମକ ଦୁଇଜଣଙ୍କୁ ପୁଲିସ ଧରିଥିବାବେଳେ ଏହି ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି। ଅମେରିକୀୟ ପ୍ରତିନିଧିଦଳର ଅମୃତସର ଗସ୍ତରେ ସ୍ବର୍ଣ୍ଣମନ୍ଦିର ସହ ଅନ୍ୟ ଐତିହାସିକ ସ୍ଥଳ ପରିଦର୍ଶନର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.