ARTICLE AD BOX
ଶ୍ରୀନଗର: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ବୁଧବାର ଶ୍ରୀନଗର ଗସ୍ତରେ ଯିବେ। ଏହାପରେ ସେ ଲଦାଖ ଗସ୍ତରେ ଯିବେ। ତେବେ ଗୋର୍ ଲଦାଖ ଯିବା ପୂର୍ବରୁ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କୁ ଭେଟିବେ। ଗୋର୍ଙ୍କ ପ୍ରସ୍ତାବିତ ଗସ୍ତ ପୂର୍ବରୁ ଅବଦୁଲ୍ଲା କହିଥିଲେ ଯେ, ସେ ଆଲୋଚନା ପାଇଁ ଅପେକ୍ଷା କରିଛନ୍ତି କିନ୍ତୁ ଆମର ସମସ୍ୟାଗୁଡ଼ିକର ସହିତ ଆମେରିକାର କୌଣସି ସମ୍ପର୍କ ନାହିଁ।
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ଅବଦୁଲ୍ଲା
ବୁଧବାର ସକାଳେ ଶ୍ରୀନଗରରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ପରେ ଅବଦୁଲ୍ଲା ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି, ମୁଁ ତାଙ୍କଠାରୁ ଶୁଣିବାକୁ ଅଧିକ ଆଗ୍ରହୀ। ମୁଁ ଅନ୍ୟ ଦେଶର ରାଷ୍ଟ୍ରଦୂତଙ୍କ ପାଖକୁ ମୋର ଅଭିଯୋଗ ନେବାକୁ ପ୍ରସ୍ତୁତ ନୁହେଁ। ଆମର ମାମଲା ୱାସିଂଟନରେ ସମାଧାନ ହେବ ନାହିଁ; ସେଗୁଡ଼ିକ ଆମ ଦେଶର ସରକାର ଦ୍ୱାରା ସମାଧାନ ହେବ ବୋଲି ଓମାର୍ କହିଥିଲେ। ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ପରେ ଜଣେ ଆମେରିକୀୟ ରାଷ୍ଟ୍ରଦୂତ ଜମ୍ମୁ-କାଶ୍ମୀର ଗସ୍ତ କରୁଛନ୍ତି।
Operation Sindoor Documentary: ‘ଅପରେସନ୍ ସିନ୍ଦୂର’ ଉପରେ ଡକ୍ୟୁମେଣ୍ଟାରୀ ଦେଖି ପାକିସ୍ତାନ ବିଚଳିତ

1 hour ago
1


