Sensex rises: ସେନ୍‌ସେକ୍ସରେ ୭୭୬ ପଏଣ୍ଟ ବୃଦ୍ଧି

57 minutes ago 1
ARTICLE AD BOX

ମୁମ୍ବାଇ: ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ହ୍ରାସହେବା ସହ ଅଶୋଧିତ ତୈଳ ଦର କମିବାରୁ ନିବେଶକମାନେ ଆଜି ଉତ୍ସାହିତ ହୋଇ ଷ୍ଟକ୍‌ରେ ନିବେଶ କରିଥିଲେ। ତାହାର ପ୍ରଭାବ‌ରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୭୬.୦୧ ପଏଣ୍ଟ୍‌ ବୃଦ୍ଧି ପାଇ୭୬,୮୩୫.୭୮ ପଏଣ୍ଟ୍‌ରେ ବନ୍ଦ ହୋଇଥିଲା। ଗତ ସପ୍ତାହ ସାରା ସେନ୍‌ସେକ୍ସ ତଳକୁ ଖସି ୨୦୯୨ ପଏଣ୍ଟ ହରାଇଥିଲା। ଚଳିତ ସପ୍ତାହର ପ୍ରଥମ ଦିନରୁ ଏହା ସକାରାତ୍ମକ ଯାତ୍ରା ଆରମ୍ଭ କରିଛି। ଆଜି ନ୍ୟାସନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୨୨୮.୫୦ ପଏଣ୍ଟ୍‌ ହ୍ରାସ ପାଇ ୨୩,୯୯୫.୯୫ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ଆହୁରି ପଢନ୍ତୁ : Rashtra Mata status, ଗୋମାତାଙ୍କୁ ‘ରାଷ୍ଟ୍ରମାତା’ର ମାନ୍ୟତା ଦାବିରେ ସ୍ମାରକପତ୍ର

 ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ୍‌ ପିଛା ଦର ୮୭.୬୪ ଡଲାରକୁ ହ୍ରାସ ପାଇଛି। ଏହା ଭାରତ ପାଇଁ ଏକ ସକାରାତ୍ମକ ଖବର, କାରଣ ଏହା ନିଜ ଆବଶ୍ୟକତାର ୮୫ ପ୍ରତିଶତ ତେଲ ଆମଦାନି କରୁଛି। ଏହି ଖୁସି ଖବର ପାଇବା ପରେ ନିବେଶକମାନେ ସୂଚନା ପ୍ରଯୁକ୍ତି, ଗଣମାଧ୍ୟମ, ରିଅଲ ଇଷ୍ଟେଟ୍‌, ଅଟୋମୋବାଇଲ୍ ଓ ସ୍ବାସ୍ଥ୍ୟସେବା କମ୍ପାନିଗୁଡ଼ିକର ସେୟାର କିଣିବା ଆରମ୍ଭ କରିଥିଲେ। ସେନ୍‌ସେକ୍ସର ଅଂଶ ଥିବା ଇଟରନାଲ୍‌, ଇଣ୍ଡିଗୋ, ଇନ୍‌ଫୋସିସ୍‌, ବଜାଜ ଫାଇନାନ୍ସ, ଏସିଆନ ପେଣ୍ଟ୍‌ସ, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ବଜାଜ ଫିନ୍‌ସର୍ଭ, ଏଚ୍‌ସିଏଲ୍‌ଟେକ୍‌ର ସେୟାର ମୂଲ୍ୟ ବଢ଼ିଥିଲା ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ପାୱାରଗ୍ରିଡ୍‌ ଓ ଆକ୍ସିସ୍‌ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.