ARTICLE AD BOX
ଭୁବନେଶ୍ୱର: ‘ବନପକ୍ଷୀ ଝୁରେ ରେ... ମନପକ୍ଷୀ ଝୁରେ...’, ନିଦ ଭରା ରାତି, ମଧୁ ଝରା ଜହ୍ନ...’ ପରି କାଳଜୟୀ ସଙ୍ଗୀତରେ କମ୍ପୁଥିଲା ମଞ୍ଚ। ଏହି ଚିରସବୁଜ ସଙ୍ଗୀତଗୁଡ଼ିକୁ ପରିବେଷଣ କରୁଥିଲେ ପରିଣତ ବୟସରେ ମଧ୍ୟ ହାର୍ ମାନି ନଥିବା ନାଗରିକ। ଏତେ ବୟସରେ ମଧ୍ୟ ସେମାନଙ୍କ କଳାର ଜାଦୁଗରୀ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଅବସର ଥିଲା ବୋଉ ଫାଉଣ୍ଡେସନର ପ୍ରୋଜେକ୍ଟ ‘ରାହା’ ଆନୁକୂଲ୍ୟରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ବୟୋଜ୍ୟଷ୍ଠ ଉତ୍ସବର ଉଦ୍ଯାପନୀ ସନ୍ଧ୍ୟା। ପନ୍ଦର ଦିନର ବୟୋଜ୍ୟେଷ୍ଠ ଉତ୍ସବ ମଞ୍ଚରେ ଭରପୁର ପ୍ରତିଭାରେ ଦୁଲୁକିଥିଲା ଉତ୍ସବ ପରିବେଶ।
Walkathon: ସନ୍ସାଇନ୍ ହସ୍ପିଟାଲ୍ର ୱାକାଥନ୍
କାର୍ଯ୍ୟକ୍ରମରେ ଅତିଥି ସାଂସଦ ମନମୋହନ ସାମଲ କହିଲେ ଯେ ବରିଷ୍ଠ ନାଗରିକମାନେ ସମାଜକୁ ସଂସ୍କାର , ସାହସ ଓ ଆତ୍ମବିଶ୍ୱାସ ପ୍ରଦାନ କରନ୍ତି। ଏହି ମଞ୍ଚରେ ସେମାନଙ୍କ କଳା ପରିବେଷଣ ନିଶ୍ଚୟ ଭାବରେ ଯୁବପିଢ଼ିଙ୍କୁ ଉଦ୍ବୋଧନ ଦେବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ବିଧାୟକ ବାବୁ ସିଂହ କହିଲେ ଯେ ଭାରତୀୟ ଯୌଥ ପରିବାର ପରମ୍ପରାରେ ବରିଷ୍ଠ ନାଗରିକମାନେ ଆମର ଶ୍ରେଷ୍ଠ ସମ୍ପଦ। ସେମାନେ ପରିବାରକୁ ଏକତା ସୁତ୍ରରେ ବାନ୍ଧି ରଖନ୍ତି ବୋଲି କହିଥିଲେ। ଅନ୍ୟତମ ଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ବରିଷ୍ଠ ନାଗରିକମାନେ ଆମ ଜୀବନ୍ତ ଇତିହାସ। ସେମାନେ ଇତିହାସର ପ୍ରତ୍ୟେକ ଘଟଣା ଓ ଦୁର୍ଘଟଣାର ସାକ୍ଷୀ। ସେମାନଙ୍କ ଅଭିଜ୍ଞତା, ଜ୍ଞାନ, ସାହସକୁ ସେମାନେ ବିତରଣ କରି ଏକ ବୃହତ୍ତର ଭବିଷ୍ୟତ ଗଠନରେ ସହାୟକ ହୁଅନ୍ତୁ। ଅନ୍ୟାନ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରୋଜେକ୍ଟ ରାହା କୋର କମିଟି ଅଧ୍ୟକ୍ଷ ଅରବିନ୍ଦ ବେହେରା, ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଂଜନ, ଦାଶ ବେନହୁର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଉତ୍ସବର ପାଞ୍ଚ ବିଭାଗର ଶ୍ରେଷ୍ଠ ୫୦ ଜଣଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଏଥିସହିତ ଅଂଶଗ୍ରହଣକାରୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା।
ବିଭିନ୍ନ ବରିଷ୍ଠ ନାଗରିକ ସଂଘ ଓ ମଞ୍ଚର ପ୍ରମୁଖ ଯଥା ପ୍ରସନ୍ନ କୁମାର ଦାସ, ସୂର୍ଯ୍ୟମଣି ତ୍ରିପାଠୀ, ମଧୁମାଧବ ଜେନା, ନିରଞ୍ଜନ ପଣ୍ଡା , ଡାକ୍ତର ସେବା ମହାପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ପ୍ରତିଷ୍ଠାତା ଅତିଶ୍ ମହାନ୍ତି ଓ ସହପ୍ରତିଷ୍ଠାତା ସସ୍ମିତା ଦାଶ ପରିଚାଳନା କରିଥିଲେ। ଆସନ୍ତାବର୍ଷମାନଙ୍କରେ ବୟୋଜ୍ୟେଷ୍ଠ ଉତ୍ସବକୁ ଏକ ବାର୍ଷିକ ପରମ୍ପରା ଭାବରେ ଆପଣେଇବାକୁ ସରକାରଙ୍କୁ ଫାଉଣ୍ଡେସନ ପ୍ରସ୍ତାବ ଦେଇଛି ବୋଲି ସେମାନେ କହିଥିଲେ।
‘ବରିଷ୍ଠ ନାଗରିକଙ୍କ ଅନୁଭବ ଜୀବନ୍ତ ଗ୍ରନ୍ଥାଗାର’, ଶ୍ରୀରାମନଗର-ସାମନ୍ତରାପୁରରେ ବରିଷ୍ଠ ନାଗରିକ ଦିବସ
ଭୁବନେଶ୍ୱର,: ‘ବରିଷ୍ଠ ନାଗରିକମାନଙ୍କ ଜୀବନର ଅନୁଭବ ଏକ ଜୀବନ୍ତ ଗ୍ରନ୍ଥାଗାର ଭଳି। ସେମାନେ ଜୀବନକୁ ପ୍ରାୟତଃ ସବୁ ଦିଗରୁ ବୁଝିସାରିଥିବାରୁ ସେମାନଙ୍କ ଅନୁଭବ ବେଶ୍ ପ୍ରଭାବଶାଳୀ। ତାହା କୌଣସି ପାଠ୍ୟକ୍ରମ ବା ପୁସ୍ତକରୁ ମିଳିବା ସହଜ ନୁହେଁ। ତେଣୁ ସେଭଳି ଅନୁଭବ, ଜ୍ଞାନ ଓ ଅଭିଜ୍ଞତାକୁ ସମାଜର ଉନ୍ନତିରେ ବିନିଯୋଗ କରିବା ଆବଶ୍ୟକ। ସମାଜର ବିକାଶ ପାଇଁ ବରିଷ୍ଠ ନାଗରିକମାନଙ୍କ ଅନୁଭବଠାରୁ ବଳିଷ୍ଠ ଉପାଦାନ ଆଉ କିଛି ନାହିଁ। ତେଣୁ ସେମାନେ କେବେ ବି ଆମ ପାଇଁ ଅଲୋଡ଼ା ନୁହନ୍ତି।’ ଆଜି ଶ୍ରୀରାମନଗରସ୍ଥିତ ରୁଚିକା ସଂଗଠନ ପରିସରରେ ଶ୍ରୀରାମନଗର-ସାମନ୍ତରାପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆୟୋଜିତ ବିଶ୍ବ ବରିଷ୍ଠ ନାଗରିକ ଦବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଭଳି ମତ ରଖିଛନ୍ତି।
Education: ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ସ୍ୱଚ୍ଛ ଭାରତ ମିସନ ଆରମ୍ଭ କରାଯାଇଛି: ମନ୍ତ୍ରୀ
ଶ୍ରୀ ପଟ୍ଟନାୟକ ଏହି ଅବସରରେ ନାଗରିକମାନଙ୍କୁ ଆହ୍ବାନ ଦେଇ କହିଛନ୍ତି ଯେ ସେମାନେ ଜୀବନର ଟେଷ୍ଟ ଓ ୱାନ୍ଡେ ମ୍ୟାଚ୍ ଖେଳିସାରି ବହୁ ଅଭିଜ୍ଞତାର ଅଧିକାରୀ ହୋଇଛନ୍ତି। ବାକିତକ ଜୀବନକାଳରେ ସେମାନେ ବି ନିରବ ନ ରହି ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିବା ଜରୁରି ଏବଂ ସମାଜକୁ ସେମାନଙ୍କ ଅନୁଭୂତିରୁ ହାସଲ କରିଥିବା ଜ୍ଞାନକୁ ଯୁବପିଢ଼ି ପାଇଁ ଦେଇଯିବା ଉଚିତ। ଯୁବପିଢ଼ିକୁ ଦିଗ୍ଦର୍ଶନ ଦେବା ବରିଷ୍ଠ ନାଗରିକମାନଙ୍କ ପରମକର୍ତ୍ତବ୍ୟ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ପ୍ରଫେସର ଦାଶ ବେନହୁର୍ କହିଲେ ଯେ ବରିଷ୍ଠ ନାଗରିକମାନେ ନିଜ ନିଜ ମଧ୍ୟରେ ଭାବବିନିମୟ କରିବା, ଏକାଠି ହେବା, ଗୀତ ଶୁଣିବା ଓ ବିଭିନ୍ନ ସାମାଜିକ ଓ ସମସାମୟିକ ବିଷୟକୁ ନେଇ ଆଲୋଚନା କରିବା ଉଚିତ। ଏହା ଦ୍ୱାରା ସେମାନଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ବଜାୟ ରହିବ। ସମ୍ମାନିତ ଅତିଥି ଆଇସିଏମ୍ଆର୍ର ନିର୍ଦ୍ଦେଶକ ଡା. ସଂଘମିତ୍ରା ପତି ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଅବସରପ୍ରାପ୍ତ ବିଚାରପତି ଗୌରାଙ୍ଗ ଚରଣ ତ୍ରିପାଠୀ ବରିଷ୍ଠ ନାଗରିକଙ୍କ ନ୍ୟାୟିକ ଅଧିକାର ଉପରେ କହିଥିଲେ। ଅନ୍ୟତମ ଅତିଥି ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ ବିଭିନ୍ନ ସମସ୍ୟା ଓ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ। ସଚ୍ଚିତ୍ର କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ଡା. ଗଗନ ରାଉତ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ। କବି ଶୈଳେନ୍ଦ୍ର ନାରାୟଣ ବେହେରା ଓ ପୁଲିସ କର୍ମଚାରୀ ରାମକୃଷ୍ଣ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ପାଦକ ବିଚିତ୍ରାନନ୍ଦ ବସ୍ତିଆ, ଉପସଭାପତି ମଧୁସୂଦନ ପାଣି, ରୁଚିକା ସମ୍ପାଦକ ଡା. ବେଣୁଧର ସେନାପତି, ଡା. ଦେବାଶିଷ ମହାପାତ୍ର, ଡା. ରମେଶ ଚନ୍ଦ୍ର ପାଣି, ଅଲେଖ ନନ୍ଦୀ, ଧନେଶ୍ବର ସ୍ବାଇଁ, ବୈଷ୍ଣବ ଚରଣ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

41 minutes ago
1


