ARTICLE AD BOX
ନୂଆଦିଲ୍ଲୀ: ଦୁବାଇରୁ ତେଲ୍ ଆଭିଭ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା ଚାଞ୍ଚଲ୍ୟକର ଆକ୍ରମଣ ଘଟଣାରେ ନୂଆ ମୋଡ଼ ଆସିଛି। ଭାରତୀୟ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କ ଉପରେ ଆକ୍ରମଣ କରି ବିମାନକୁ ହାଇଜାକ୍ କରିବାକୁ ଉଦ୍ୟମ କରିଥିବା ଅଭିଯୁକ୍ତ ସହ-ପାଇଲଟ୍ଙ୍କୁ ସୌଦି ଆରବ ୟୁଏଇ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି। ବର୍ତ୍ତମାନ ୟୁଏଇର ତଦନ୍ତକାରୀ ସଂସ୍ଥା ଘଟଣା ପଛର ଉଦ୍ଦେଶ୍ୟ ଏବଂ ସମ୍ଭାବ୍ୟ ଆତଙ୍କବାଦୀ ସଂଯୋଗ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁସାରେ, ଫ୍ଲାଇଦୁବାଇର ବିମାନ FZ1073 ଦୁବାଇରୁ ଇସ୍ରାଏଲର ତେଲ ଆଭିଭ ଯାଉଥିବା ବେଳେ କକପିଟ୍ ଭିତରେ ଏହି ଆକ୍ରମଣ ଘଟିଥିଲା। ସହ-ପାଇଲଟ୍ ହଠାତ୍ ଭାରତୀୟ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କ ଉପରେ ଜୀବନଘାତୀ ଆକ୍ରମଣ କରି ବିମାନର ନିୟନ୍ତ୍ରଣ ନେବାକୁ ଚେଷ୍ଟା କରିଥିଲେ।
ସ୍ବୀକାର କଲେ ଅମରିନ୍ଦର ସିଂହ, ଅନ୍ତଃକନ୍ଦଳ ପାଇଁ ଦଳ କ୍ଷତି ସହୁଛି; ମୋ ସହ କିଛି ନେତାଙ୍କର ସମସ୍ୟା ରହିଛି
ତେବେ କ୍ୟାପଟେନ୍ଙ୍କ ସାହସିକତା ଏବଂ ଯାତ୍ରୀଙ୍କ ତତ୍ପରତା ଯୋଗୁଁ ବିମାନରେ ଥିବା ସମସ୍ତ ୧୭୪ ଜଣ ଯାତ୍ରୀ ସୁରକ୍ଷିତ ରହିଥିଲେ। ଏହି ଘଟଣାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରାରମ୍ଭିକ ସୂଚନା ଆଧାରରେ ଆକ୍ରମଣକାରୀ ସହ-ପାଇଲଟ୍ଙ୍କ ସହ ଇରାନର ସମ୍ଭାବ୍ୟ ସଂଯୋଗ ଥାଇପାରେ। ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ତଦନ୍ତ ଏବେ ବି ଚାଲିଛି ଏବଂ ଚୂଡ଼ାନ୍ତ ନିଷ୍କର୍ଷ ଆସିନାହିଁ। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି, ଅଭିଯୁକ୍ତ ସହ-ପାଇଲଟ୍ କଟ୍ଟରପନ୍ଥୀ ଇସ୍ଲାମିକ ଚିନ୍ତାଧାରାର ପ୍ରଭାବରେ ଥିବା ନେଇ ପ୍ରାରମ୍ଭିକ ସଙ୍କେତ ମିଳିଛି। ତେବେ ଇରାନ ସହ ସିଧାସଳଖ ସଂପର୍କ ଥିଲା କି ନାହିଁ, ସେନେଇ ଏବେ କିଛି କହିବା ଉଚିତ୍ ହେବ ନାହିଁ ସେ କହିଛନ୍ତି। ଘଟଣାର ସତ୍ୟତା ଏବଂ ଆକ୍ରମଣର ପ୍ରକୃତ କାରଣ ଜାଣିବା ପାଇଁ ୟୁଏଇର ତଦନ୍ତକାରୀ ସଂସ୍ଥା ତଦନ୍ତ ଚଳାଇଛି। ଏହି ଘଟଣା ଅନ୍ତର୍ଜାତୀୟ ବିମାନ ସୁରକ୍ଷାକୁ ନେଇ ନୂଆ ଚିନ୍ତା ବଢ଼ାଇଛି।

34 minutes ago
1


