ARTICLE AD BOX
ମ.ରାମପୁର:କଳାହାଣ୍ଡିଜିଲ୍ଲା ମଦନପୁର ରାମପୁର (ମ. ରାମପୁର)ର ଡମକରଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ଅଞ୍ଚଳର ବରିଷ୍ଠ ବିଜେପି ନେତା ଫକୀର ରଣାଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା କରିଛନ୍ତି।
ମଦନପୁର ରାମପୁରରେ ଗତମାସ ୩ ମାଓବାଦୀ ନିହତ ହୋଇଥିଲେ, ପୁଣି ମାଓ ପୋଷ୍ଟର ଦେଖି ଚିନ୍ତାରେ ଗ୍ରାମବାସୀ
ସୂଚନାନୁସାରେ, ଆଜି ରାତିରେ ସେ ପଞ୍ଚାୟତ କାର୍ଯ୍ୟାଳୟରେ ନିଜର କେତେକ ସମର୍ଥକଙ୍କ ସହ ବୈଠକ କରିଥିଲେ। ସେଠାରୁ ବାହାରକୁ ବାହାରିବା ବେଳେ ତାଙ୍କୁ ଦୁର୍ବୃତ୍ତମାନେ ଅତର୍କିତ ଆକ୍ରମଣ କରି ସେଠାରୁ ଫେରାର୍ ହୋଇଯାଇଥିଲେ। ଛୁରୀ ଆଘାତରେ ଗୁରୁତର ଫକୀରଙ୍କୁ ମଦନପୁର ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସୂଚନା ପାଇ ପୁଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମ୍ଭାବ୍ୟ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ଅତିରିକ୍ତ ପୁଲିସ ବଳ ନିୟୋଜିତ କରାଯାଇଛି।

1 month ago
12


