SE Railway GM Inspects ଦକ୍ଷିଣ-ପୂର୍ବ ରେଳପଥ ମହାପ୍ରବନ୍ଧକଙ୍କ ରାଇରାଙ୍ଗପୁର ଷ୍ଟେସନ୍ ନିରୀକ୍ଷଣ

1 hour ago 2
ARTICLE AD BOX

ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ଦକ୍ଷିଣ- ପୂର୍ବ ରେଳପଥ ମହାପ୍ରବନ୍ଧକ ଏ.କେ ଜୈନ ଆଜି (ଗୁରୁବାର) ଟାଟା - ବାଦାମପାହାଡ ରେଳ ସେକ୍ସନକୁ ବିସ୍ତୃତ ଭାବେ ନୀରିକ୍ଷଣ କରିଛନ୍ତି । ଏହି ନୀରିକ୍ଷଣ ସମୟରେ ରେଳ ସେକ୍ସନର ବିଭିନ୍ନ ଷ୍ଟେସନରେ ନିରାପତ୍ତା ବ୍ୟବସ୍ଥା, ଟ୍ରାଫିକ୍ ସୁବିଧା, ଯାତ୍ରୀଙ୍କ ସୁବିଧା ଭିତ୍ତିଭୂମିର ଗୁଣବତ୍ତାକୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Rairangpur Railway DGM1


ନୀରିକ୍ଷଣ ସମୟରେ ଶ୍ରୀଜୈନ ରାଇରଙ୍ଗପୁର ଓ ବାଦାମପାହାଡ ଷ୍ଟେସନର ଅମୃତଭାରତ ଯୋଜନାରେ ନିର୍ମିତ ନୂତନ ଷ୍ଟେସନ୍ ସମେତ ବିଭିନ୍ନ ଷ୍ଟେସନରେ ଟ୍ରାଫିକ ସୁବିଧା କାର୍ଯ୍ୟ, ଯାତ୍ରୀଙ୍କ ସୁବିଧା ତଥା ଭିତ୍ତିଭୂମି ବିକାଶ ପ୍ରକଳ୍ପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ମହାପ୍ରବନ୍ଧକ ମଧ୍ୟ ନିରାପଦ ଏବଂ ସୁଗମ ଟ୍ରେନ୍ ଚଳାଚଳ କାର୍ଯ୍ୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ଅନେକ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଉପରେ ମଧ୍ୟ ଶ୍ରୀ ଜୈନ ସମୀକ୍ଷା କରିଛନ୍ତି। 

Narcotics: ନିଶା ଧରିବାକୁ ୧୮ କୁକୁର ସାମିଲ: ପୂର୍ବତଟ ରେଳପଥର ‘ଅପରେସନ ନାର୍କୋସ୍’
ମହାପ୍ରବନ୍ଧକଙ୍କ ନୀରିକ୍ଷଣ ସମୟରେ ଚକ୍ରଧରପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ତରୁଣ ହୁରିୟାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରକଳ୍ପ ସମୟସୀମା ଏବଂ ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନାରେ ସହଯୋଗ କରିଥିଲେ । 

Indian Railways: ଜଳ ମାନରେ ଉନ୍ନତି ପାଇଁ ଦକ୍ଷିଣ ପୂର୍ବ ରେଳପଥର ପଦକ୍ଷେପ
ଶ୍ରୀ ଜୈନଙ୍କ ଗସ୍ତ ସମୟରେ ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ, ବରିଷ୍ଠ ବିଜେପି ନେତା ନବୀନ ରାମ, ବିକାଶ ମହାନ୍ତ, ଅଶୋକ ମହାନ୍ତଙ୍କ ଅନ୍ୟ ମାନେ ଉପସ୍ଥିତ ରହି ତାଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିବା ସହିତ ଷ୍ଟେସନର କେମିତି ଉନ୍ନତି ହେବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.