Scrub Typhus: ସ୍କ୍ରବ୍‌ ଟାଇଫସ୍‌ କ’ଣ? ଜାଣନ୍ତୁ ଲକ୍ଷଣ, ଚିକିତ୍ସା ଓ ପ୍ରତିରୋଧ ଉପାୟ

43 minutes ago 1
ARTICLE AD BOX

ନୂଆଦିଲ୍ଲୀ: ବାର୍ଷାଦିନରେ ବିଭିନ୍ନ ରୋଗ ଦେଖାଯାଇଥାଏ। କିଛି ଜୀବାଣୁ ଜନିତ ହୋଇଥିବାବେଳେ କିଛି ଭୂତାଣୁ ଜନିତ ମଧ୍ୟ ହୋଇଥାଏ। ମସା, ମାଛି ଓ କୀଟଙ୍କ ସଂସ୍ପର୍ଶରୁ ମଧ୍ୟ ବହୁ ରୋଗ ଶରୀରରେ ଦେଖାଯାଏ। ସେହିପରି ସ୍କ୍ରବ୍‌ ଟାଇଫସ୍‌ ଏକ ଜୀବାଣୁ ଜନିତ ରୋଗ। ଓରିଏଣ୍ଟିଆ ସୁସୁଗାମୁସି ନାମକ ଜୀବାଣୁ ଦ୍ୱାରା ଏହା ହୋଇଥାଏ। ଚିଗର୍‌ ନାମକ ଏକ କୀଟ କାମୁଡ଼ିବା ଦ୍ୱାରା ସ୍କ୍ରବ୍‌ ଟାଇଫସ୍‌ ହୁଏ। ଏହି କାଟ କାମୁଡ଼ିବାର ୭ ରୁ ୧୦ ଦିନ ମଧ୍ୟରେ ରୋଗର ଲକ୍ଷଣ ଦେଖାଯାଏ। 

ଅଧିକ ପଢ଼ନ୍ତୁ: ଅବସର ନେଇ ବସକୁ ଚୁମ୍ବନ ଦେଇ ସାଲ୍ୟୁଟ୍ ମାରି କାନ୍ଦିଲେ ଚାଳକ

ବର୍ଷାରତୁରେ ପାହାଡ଼ିଆ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌ ସଂକ୍ରମିତ ଅଧିକ ଚିହ୍ନଟ ହୋଇଥାନ୍ତି। ଜଙ୍ଗଲ, ବଣବୁଦା ସ୍ଥାନରେ ଦେଖାଯାଉଥିବା ଚିଗର୍‌ ନାମକ କାଟ କାମୁଡ଼ିଲେ ସ୍କ୍ରବ୍‌ ଟାଇଫସ୍‌ ହୁଏ। ପୀଡ଼ିତଙ୍କ ଶରୀରରେ ବିଭିନ୍ନ ଲକ୍ଷଣ ଯଥା- ଅଧିକ ଜ୍ୱର, ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା, କାଟ କାମୁଡ଼ିଥିବା ସ୍ଥାନ କଳା ହୋଇ ଫୁଲିଯିବା ବା ଘା' ହେବା, ଲସିକା ଗ୍ରନ୍ଥି ଫୁଲିଯିବା, ଝାଡ଼ା, ବୃକ୍କ ଓ ଫୁସଫୁସ୍ ଆଦି ଅଙ୍ଗରେ ସମସ୍ୟା। ଗୁରୁତର ଅବସ୍ଥାରେ ଆନ୍ତରିକ ଅବୟବ, ଶ୍ୱାସକ୍ରିୟାରେ ସମସ୍ୟା ଓ ମସ୍ତିଷ୍କ ସଂକ୍ରମଣ ତଥା ଆକ୍ରାନ୍ତଙ୍କ ମୃତ୍ୟୁ ବି ହେବାର ଆଶଙ୍କା ଥାଏ। ତେଣୁ ଉପରୋକ୍ତ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ରକ୍ତ ସେରୋଲୋଜି, ଇମ୍ୟୁନୋଫ୍ଲୋରେସେନ୍ସ ଏବଂ ଡିଏନ୍‌ଏ ପିସିଆର୍‌ ଦ୍ୱାରା ରୋଗକୁ ଚିହ୍ନଟ କରାଯାଏ।

ଚିକିତ୍ସା ପଦ୍ଧତି:

ଡାକ୍ତର ରୋଗର ତୀବ୍ରତା ଏବଂ ପୀଡ଼ିତଙ୍କ ସ୍ୱାସ୍ଥ୍ୟାବସ୍ଥା ଆଧାରରେ ଡକ୍ସିସାଇକ୍ଲିନ୍, ଆଜିଥ୍ରୋମାଇସିନ୍‌ ଭଳି ଆଣ୍ଟିବାୟୋଟିକ୍‌ ପ୍ରଦାନ କରନ୍ତି। ଅତିମାତ୍ରାରେ ସଂକ୍ରମିତ ରୋଗୀଙ୍କୁ ହସ୍ପିଟାଲରେ ରଖି ଇଞ୍ଜେକ୍ସନ ଦେବାକୁ ପଡ଼ିଥାଏ।

ସ୍କ୍ରବ୍‌ ଟାଇଫସ୍‌ ମାମଲା ଚିହ୍ନଟ ହୋଇଥିବା ସ୍ଥାନକୁ ଯିବା ଅନୁଚିତ। ଘର ଏବଂ ଆଖପାଖ ଅଞ୍ଚଳକୁ ସଫା ରଖିବା ସହ ସଫା ପୋଷାକ ପିନ୍ଧିବା ଆବଶ୍ୟକ। ଜଙ୍ଗଲ କିମ୍ବା ଖେତରେ କାମ କରିବା ସମୟରେ ହାତପାଦ, ଛାତି ଓ ପେଟକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କିବା ଆବଶ୍ୟକ। ଦୈନିକ ସନ୍ତୁଳିତ ଖାଦ୍ୟପେୟ ଗ୍ରହଣ କରିବା ଜରୁରୀ।

ଅଧିକ ପଢ଼ନ୍ତୁ: ଅନିଲ ଚକ୍ରବର୍ତ୍ତୀ ଆଡୋବ୍‌ର ନୂଆ ସିଇଓ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.