ARTICLE AD BOX
ଭୁବନେଶ୍ବର: ଅଏଲର୍ ମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସତ୍ୟବିହାରର ବୈକୁଣ୍ଠପୁରୀରେ ଏହାର ସ୍ବୀକୃତିପ୍ରାପ୍ତ ଡିଲରସିପ୍ ମଲ୍ଟାୟାର ଭେଞ୍ଚର୍ସ ଖୋଲାଯାଇଛି। ଏହାକୁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ୬ହଜାର ବର୍ଗଫୁଟ ବିଶିଷ୍ଟ ସୋରୁମରେ କମ୍ପାନିର ଇଲେକ୍ଟ୍ରିକ୍ ଚାରିଚକିଆ ମାଲବାହୀ ଯାନ, ୩ ଚକିଆ ଡାଲା ବିଶିଷ୍ଟ ଯାନ ଓ ୩ ଚକିଆ ଯାତ୍ରୀବାହୀ ଯାନ ରହିଛି। ୪ଚକିଆ ଯାନର ରେଞ୍ଜ ୨୫୦ କିମି ରହିଛି। ଏକ ଟନ୍ରୁ ୧.୫ ଟନ୍ କ୍ଷମତାରେ ଉପଲବ୍ଧ ହେଉଥିବା ଏହି ଯାନର ମୂଲ୍ୟ ୬.୮୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।
ସେହିପରି, ୩ଚକିଆ ଡାଲା ବିଶିଷ୍ଟ ଯାନର କ୍ଷମତା ୫୦୦-୭୫୦ କେଜି ମଧ୍ୟରେ ରହିଛି ଓ ଏହା ୨୦୦ କିମି ରେଞ୍ଜ ପ୍ରଦାନ କରୁଛି। ଏହାର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ସାଢ଼େ ଚାରି ଲକ୍ଷ ଟଙ୍କା ରହିଛି। ୩ଚକିଆ ଯାତ୍ରୀବାହୀ ଯାନ ୨୫୦ କିମିର ରେଞ୍ଜ ପ୍ରଦାନ କରୁଥିବା ବେଳେ ତାହାର ଦାମ୍ ୩.୮୫ ଲକ୍ଷ ଟଙ୍କାରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ରାଜ୍ୟର ଯେକୌଣସି ସ୍ଥାନରେ ସର୍ଭିସ୍ ଯୋଗାଇବା ଲାଗି କମ୍ପାନିର ଏକ ସ୍ବତନ୍ତ୍ର ସର୍ଭିସ୍ ଭ୍ୟାନ୍ ରହିଛି। ପୁରୀ ଓ ବାଲେଶ୍ବରରେ କମ୍ପାନିର ଡିଲରସିପ୍ ମଧ୍ୟ ରହିଛି। ଆଗାମୀ ଦିନରେ ଏହା ବ୍ରହ୍ମପୁର, ଯାଜପୁର ଓ କଟକ ବଜାରକୁ ସମ୍ପ୍ରସାରଣ କରିବାଲକ୍ଷ୍ୟ ରଖିଛି। ଏହି ଅବସରରେ ଶ୍ରୀରାମ ଫାଇନାନ୍ସର ଆର୍ଏମ୍ (ଇଭି) ଅମିୟ, ଅଏଲର୍ ମୋଟର୍ସର ଏଏସ୍ଏମ୍ (ସେଲ୍ସ) ଅନୁପମ ଜୈନ, ଏଏସ୍ଏମ୍ (ସର୍ଭିସ) ପୁରୁଷୋତ୍ତମ, ସୁବ୍ରତ ସାହୁ, ଦେବାଂଶୁ ପ୍ରିତମ ମିଶ୍ର ଏବଂ ଡିଲର୍ର ଅଧ୍ୟକ୍ଷ ବିନାୟକ ସାହୁ, ପରିଚାଳନା ନିର୍ଦ୍ଦେଶକ ସୁରଜଭାନୁ ସାହୁ ଓ ମହାପ୍ରବନ୍ଧକ ଅସିତ ମହାନ୍ତି ଉପସ୍ଥିତ ଥିଲେ।
୪ ପିକ୍ଅପ୍-୨୫୦ କିମି (୧ ଟନ୍ ୧.୫ ଟନ୍) (ଦାମ୍ ୬ ଲକ୍ଷ ୮୫ ହଜାର-୧୪ ଲକ୍ଷ), ୩ ଡାଲା ଅଟୋ-୨୦୦ କିମି (୭୬୮ କେଜି ପେଲୋଡ୍) (୫୦୦ କେଜି-୭୫୦ କେଜି) (୩-୪.୫ ଲକ୍ଷ ଟଙ୍କା) ଓ ୩ ଚକିଆ ପାସେଞ୍ଜର-୨୫୦ (ଦାମ୍ ୩.୮୫ ଲକ୍ଷ-୪ ଲକ୍ଷ ଟଙ୍କା)।

47 minutes ago
1


