Phuket-Delhi flight: ଏୟାର୍ ଇଣ୍ଡିଆ ପାଇଲଟଙ୍କ ନିଶାଦ୍ରବ୍ୟ ସେବନ ‘ଗୁରୁତର ଚିନ୍ତାର ବିଷୟ’: କାର୍ଯ୍ୟାନୁଷ୍ଠାନ ପାଇଁ ଏଏଆଇବିର ସୁପାରିସ

36 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଥାଇଲାଣ୍ଡର ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର୍ ଇଣ୍ଡିଆ ବିମାନର ପାଇଲଟ୍‌-ଇନ୍‌-କମାଣ୍ଡ ନିଶାଦ୍ରବ୍ୟ ସେବନ କରିଥିବା ଧରାପଡ଼ିବା ପରେ ଏହାକୁ ଗୁରୁତର ଚିନ୍ତାର ବିଷୟ ବୋଲି କହିଛି ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି)। ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)କୁ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ମଧ୍ୟ ସୁପାରିସ କରାଯାଇଛି।

ଗତ ୪ ଅଗଷ୍ଟରେ ଏୟାର୍ ଇଣ୍ଡିଆର ଏଆଇ-୨୩୭୯ ବିମାନ ଫୁକେଟ୍‌ରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନଟି ୩୬ ହଜାର ଫୁଟ୍‌ ଉଚ୍ଚତାରେ ଉଡ଼ୁଥିବାବେଳେ ଟଳମଳ ହୋଇଥିଲା। ଏହି ସମୟରେ ବିମାନର ତିନୋଟି ହାଇଡ୍ରୋଲିକ୍‌ ବ୍ୟବସ୍ଥାରେ ଏକାସାଙ୍ଗରେ ଚାପ ହ୍ରାସ ପାଇଥିଲା। ଫଳରେ ବିମାନଟି ହଠାତ୍‌ ପ୍ରାୟ ୩୦୦ ଫୁଟ୍‌ ତଳକୁ ଖସିଯାଇଥିଲା। ଏହି ଘଟଣାରେ ୨୦ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟ ଆହତ ହୋଇଥିଲେ। ବିମାନଟି ଦିଲ୍ଲୀରେ ସୁରକ୍ଷିତ ଭାବେ ଅବତରଣ କରିବା ପରେ ନିୟମ ଅନୁସାରେ ଉଭୟ ପାଇଲଟ୍‌ଙ୍କ ନିଶାଦ୍ରବ୍ୟ ପରୀକ୍ଷା କରାଯାଇଥିଲା। ପ୍ରାରମ୍ଭିକ ପରୀକ୍ଷାରେ ପାଇଲଟ୍‌-ଇନ୍‌-କମାଣ୍ଡଙ୍କ ନମୁନା ‘ନନ୍‌-ନେଗେଟିଭ୍‌’ ଆସିଥିଲା। ପରେ କରାଯାଇଥିବା ନିଶ୍ଚିତୀକରଣ ପରୀକ୍ଷାରେ ସେ ଗଞ୍ଜେଇ ସେବନ କରିଥିବା ଜଣାପଡ଼ିଥିଲା।

ଏଏଆଇବି ତାହାର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ କହିଛି ଯେ, ବିମାନ କର୍ମଚାରୀଙ୍କ ଦ୍ୱାରା ଏଭଳି ନିଶାଦ୍ରବ୍ୟ ସେବନ ବିମାନ ନିରାପତ୍ତା ଦୃଷ୍ଟିରୁ ଗୁରୁତର ଚିନ୍ତାର ବିଷୟ। ତେଣୁ ଏହାକୁ ରୋକିବା ପାଇଁ ଡିଜିସିଏ ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବା ଉଚିତ। ତେବେ ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ପାଇଲଟ୍‌ଙ୍କ ନିଶାଦ୍ରବ୍ୟ ସେବନ ଓ ବିମାନର ହାଇଡ୍ରୋଲିକ୍‌ ବ୍ୟବସ୍ଥା ବିଫଳ ହେବା କିମ୍ବା ବିମାନଟି ହଠାତ୍‌ ତଳକୁ ଖସିବା ମଧ୍ୟରେ ସିଧାସଳଖ ସମ୍ପର୍କ ଥିବା କଥା ସ୍ଥାପିତ ହୋଇନାହିଁ। ଘଟଣାର ବୈଷୟିକ ଓ ମାନବୀୟ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି।

ଯନ୍ତରମନ୍ତରରେ ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ ଅଭିଯୋଗ: ସ୍ୱତନ୍ତ୍ର ଭରଦ୍ୱାଜ ଅଟକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.