Scooty Accident ସ୍କୁଟି ଦୁର୍ଘଟଣାରେ ଦୁଇ ଆହତ, ଜଣେ ଗୁରୁତର

1 month ago 16
ARTICLE AD BOX

ଘୁ.ଉଦୟଗିରି: ସ୍ଥାନୀୟ ଥାନା ଅନ୍ତର୍ଗତ ବାଗାରାମା ଗ୍ରାମ ନିକଟରେ ସ୍କୁଟି ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସୂଚନାନୁସାରେ, ଗସାଗୁଡ଼ା କାମ୍ବାନାଜୁ ଗ୍ରାମର କନିଷ୍ଠ ଗହୀର (୪୮) ଓ ବାଲେଶ୍ୱର ପ୍ରଧାନ (୫୨) ସ୍କୁଟିରେ ନିଜ ଗ୍ରାମକୁ ଫେରୁଥିବା ବେଳେ ବାଗାରାମା ଗ୍ରାମ ନିକଟରେ ସ୍କୁଟିର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା।

Death: ପୋଲକୁ ପିଟିଲା ସ୍କୁଟି: ଘଟଣା ସ୍ଥଳରେ ଦୁଇ ମୃତ

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ସୂଚନା ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଆହତଙ୍କୁ ଉଦ୍ଧାର କରି ଘୁମୁସର ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ସେଠାରେ କାର୍ଯ୍ୟରତ ଡାକ୍ତର ଅଶୋକ କୁମାର ପ୍ରଧାନ ସେମାନଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ଦୁର୍ଘଟଣାରେ କନିଷ୍ଠ ଗହୀରଙ୍କ ଡାହାଣ ଗୋଡ଼ର ଜଙ୍ଘ ନିକଟରେ ଗୁରୁତର ଆଘାତ ଲାଗି ଭାଙ୍ଗିଥିବା ବେଳେ ଅନ୍ୟ ଆହତ ବାଲେଶ୍ୱର ପ୍ରଧାନଙ୍କର ବିଶେଷ ଆଘାତ ହୋଇନଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଗୁରୁତର ଆହତ କନିଷ୍ଠ ଗହୀରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.