ARTICLE AD BOX
ଇସଲାମାବାଦ:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଭାରତୀୟ ପ୍ରତିନିଧି ଦଳ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ପାଇଁ ଇସଲାମାବାଦରେ ପହଞ୍ଚିଛନ୍ତି। ଭାରତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଜାତୀୟ ସଂଯୋଜକଙ୍କ ବୈଠକରେ ଅଂଶଗ୍ରହଣ କରୁଛି। ଏହି ବୈଠକରେ ପାକିସ୍ତାନର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର କ୍ୟାଲେଣ୍ଡରକୁ ଅନୁମୋଦନ କରାଯିବ। ଭାରତର ଏସସିଓ ସଂଯୋଜକ ଆଲୋକ ଡିମିରି ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୨୪ ପରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରତିନିଧି ଦଳ ପାକିସ୍ତାନ ଗସ୍ତ କରିଛନ୍ତି। ପାକିସ୍ତାନ ପୂର୍ବରୁ ଘୋଷଣା କରିଥିଲା ​​ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିମନ୍ତ୍ରଣ କରିବ । ତେବେ ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନ ଗସ୍ତ କରିବେ କି ନାହିଁ ତାହା ଜଣାପଡ଼ିନାହିଁ।
ପାକିସ୍ତାନ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବ
ଏସସିଓ ସମ୍ମିଳନୀ ୨୦୨୭ ପାକିସ୍ତାନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଅଛି। ପାକିସ୍ତାନ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବ। ଏସମ୍ପର୍କରେ ପାକିସ୍ତାନ ଭାରତ ସମେତ ଅନ୍ୟାନ୍ୟ ଦେଶ ସହିତ ବୈଠକ କରୁଛି। ଚଳିତ ବର୍ଷ ଏସସିଓ ସମ୍ମିଳନୀ କିର୍ଗିଜସ୍ତାନର ବିଶକେକରେ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
Delhi Pollution: ପ୍ରଦୂଷଣକୁ ରୋକିବାକୁ ପ୍ରସ୍ତୁତି: ଦିଲ୍ଲୀରେ ନଭେମ୍ବର ୧ ତାରିଖରୁ ୱାର୍କ ଫ୍ରମ୍ ହୋମ୍ ଘୋଷଣା
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଏହି ଅପରେସନ ସମୟରେ, ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ଥିବା ଅନେକ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।

4 days ago
4


