ARTICLE AD BOX
ବଣାଇଗଡ଼: ବଣାଇଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଉପାନ୍ତ ଆଦିବାସୀ ଅଞ୍ଚଳର ସିନ୍ଦୁରକଳା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି। ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ କୋମଳମତି ଶିଶୁମାନେ ଅସୁରକ୍ଷିତ ପରିବେଶରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଦୁଇଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ସେହିପରି ଶିକ୍ଷାଦାନ ପାଇଁ କେବଳ ଦୁଇଟି ଶ୍ରେଣୀଗୃହ ଥିବାରୁ ଏକ ପୁରୁଣା ଓ ଜରାଜୀର୍ଣ୍ଣ କୋଠାକୁ ଶ୍ରେଣୀଗୃହ ସହ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଉଛି। ତେବେ ଉକ୍ତ କୋଠାର ଛାତ ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇପଡ଼ିଥିବାରୁ ବର୍ଷା ହେଲେ ପାଣି ଗଳୁଛି। ଏଥିରୁ ରକ୍ଷା ପାଇବା ପାଇଁ ଛାତ ଉପରେ ପଲିଥିନ ଘୋଡ଼ାଯାଇଥିବା ବେଳେ, ଭିତରେ ମଧ୍ୟ ପଲିଥିନ ପାଲ ଟାଙ୍ଗି ଶିକ୍ଷକମାନେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ଏଭଳି ଅବସ୍ଥାରେ ଶିକ୍ଷାଦାନ କରିବା ସହ ଅଫିସ କାର୍ଯ୍ୟ ମଧ୍ୟ ସମ୍ପାଦନ କରାଯାଉଛି।
ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା
ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ସମ୍ପର୍କରେ ବହୁବାର ସମ୍ପୃକ୍ତ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଲଗାତାର ବର୍ଷା ଯୋଗୁଁ କୋଠାର ଅବସ୍ଥା ଆହୁରି ସଙ୍କଟଜନକ ହୋଇପଡ଼ିଛି। ଯେକୌଣସି ସମୟରେ ଛାତର ଅଂଶ ଖସିପଡ଼ି ଅଘଟଣ ଘଟିବାର ଆଶଙ୍କା ରହିଛି।
Murder: ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ: ଅଭିଯୁକ୍ତ ଗିରଫ
ଉପାନ୍ତ ଆଦିବାସୀ ଅଞ୍ଚଳର ଶିଶୁମାନେ ମୌଳିକ ଶିକ୍ଷା ଭିତ୍ତିଭୂମିରୁ ବଞ୍ଚିତ ହେଉଥିବାରୁ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ଏବଂ ଶିକ୍ଷା ବିଭାଗକୁ ତୁରନ୍ତ ବିଦ୍ୟାଳୟର ମରାମତି କିମ୍ବା ନୂତନ ଭବନ ନିର୍ମାଣ କରି ସୁରକ୍ଷିତ ଶିକ୍ଷା ପରିବେଶ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି। ସେମାନଙ୍କ ମତରେ, କୋମଳମତି ଶିଶୁମାନଙ୍କ ସୁରକ୍ଷା ସହ କୌଣସି ପ୍ରକାର ସାଲିସ କରାଯିବା ଉଚିତ ନୁହେଁ।

1 hour ago
1


