School student: ସ୍କୁଲ୍‌ ଫାଟକ ଭାଙ୍ଗି ଦୁଇଛାତ୍ର ଗୁରୁତର

1 week ago 6
ARTICLE AD BOX

ନନ୍ଦପୁର: ସ୍କୁଲ ପାଚେରି ଫାଟକ ଭାଙ୍ଗିପଡ଼ିବାରୁ ଏହାତଳେ ଚାପିହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ କସନ୍ଧି ପଞ୍ଚାୟତର କଲାଡ଼ି ପ୍ରାଥମିକ ସ୍କୁଲରେ ଏହି ଅଘଟଣ ଘଟିଛି। ଆହତ ଛାତ୍ର କାମେଶ ଖିଲଙ୍କ ହାତ ଭାଙ୍ଗିଥିବା ବେଳେ ଆୟୁଷ ଖିଲଙ୍କ ମୁଣ୍ଡ ଫାଟିଛି। ପ୍ରାଥମିକ ଚିକିତ୍ସା ପରେ ଉଭୟ ଛାତ୍ର ସୁସ୍ଥ ଥିବା ଜଣାପଡ଼ିଛି। ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୁଏ, ନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀ ଭବାନୀ ନନ୍ଦନ ପଟ୍ଟନାୟକ ସ୍କୁଲ୍‌ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୂର୍ବାହ୍ଣରେ ପିଲାମାନେ ସ୍କୁଲକୁ ଆସିବା ପରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଫାଟକ ନିକଟରେ ଖେଳୁଥିଲେ। ହଠାତ୍‌ ଫାଟକ ସହ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏହାତଳେ ୪ ଛାତ୍ର ଚାପିହୋଇ ଯାଇଥିଲେ। 

Tur dal: ହରଡ଼ ଡାଲିର ସମ୍ପୂର୍ଣ୍ଣ ଜିନୋମ୍‌ ଉନ୍ମୋଚନ କଲେ ଭାରତୀୟ ବିଜ୍ଞାନୀ

ଗ୍ରାମବାସୀ ଦୌଡ଼ିଆସି ପିଲାଙ୍କୁ ଉଦ୍ଧାର କରିଥିଲେ। ୪ ଛାତ୍ରଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବାରୁ ସେମାନଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କାମେଶଙ୍କ ହାତ ଭାଙ୍ଗି ଯାଇଥିବାରୁ ଅଧିକ ଚିକିତ୍ସା ପାଇଁ ଲମତାପୁଟ ଆଶାକିରଣ ମେଡିକାଲ ଓ ପରେ ସେମିଳିଗୁଡ଼ାର ଏକ ଘରୋଇ କ୍ଲିନିକରେ ଚିକିତ୍ସା କରାଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଗା ପ୍ରସାଦ ଦୋରା କହିଛନ୍ତି, ଦୁଇ ଆହତଙ୍କ ଚିକିତ୍ସା ଚାଲିଛି। ତୁରନ୍ତ ନୂଆ ଫାଟକ ଓ ପାଚେରି ନିର୍ମାଣ କରିବାକୁ ବ୍ଲକ ଉପାଧ୍ୟକ୍ଷ ଗୋପାଲ ହନ୍ତାଳ ଦାବି କରିଛନ୍ତି। ବିଦ୍ୟାଳୟ ପ୍ରଧାନଶିକ୍ଷକ ମହେଶ୍ବର ସାହୁ କହିଛନ୍ତି, ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

Palm trees: ଗ୍ରାମୀଣ ଜୀବନର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ପରିଚିତ ‘ତାଳଗଛ’

Read Entire Article
LEFT SIDEBAR AD

Hidden in mobile, Best for skyscrapers.