ARTICLE AD BOX
ନୂଆଦିଲ୍ଲୀ/ଫ୍ରିସ୍କୋ: ଦେଶର ସର୍ବବୃହତ ବ୍ୟାଙ୍କ ‘ଭାରତୀୟ ଷ୍ଟେଟ୍ ବ୍ୟାଙ୍କ’ (SBI) ଆମେରିକାରେ ନିଜର ବ୍ୟାଙ୍କିଙ୍ଗ୍ କାର୍ଯ୍ୟାଳୟକୁ ଆହୁରି ସମ୍ପ୍ରସାରିତ କରିଛି। ବ୍ୟାଙ୍କ ପକ୍ଷରୁ ଆମେରିକାର ଟେକ୍ସାସ ପ୍ରଦେଶର ଫ୍ରିସ୍କୋ (Frisco) ସହରରେ ଏହାର ଏକ ନୂତନ ଶାଖା ଶୁଭାରମ୍ଭ କରାଯାଇଛି। କାଲିଫର୍ଣ୍ଣିଆ ବାହାରେ ଏହା ହେଉଛି SBI ର ପ୍ରଥମ ଶାଖା, ଯାହାକି ବ୍ୟାଙ୍କର ସେବାକୁ ଆହୁରି ମଜବୁତ କରିବ।
କାଲିଫର୍ଣ୍ଣିଆ ବାହାରେ ପ୍ରଥମ ଶାଖା
SBI ର ସହାୟକ କମ୍ପାନୀ (State Bank of India California) ଦ୍ୱାରା ପରିଚାଳିତ ଏହି ନୂତନ ଶାଖା ଖୋଲାଯିବା ପରେ ଆମେରିକାରେ ଏହି ସହାୟକ ବ୍ୟାଙ୍କର ମୋଟ ଶାଖା ସଂଖ୍ୟା ୭ରୁ ବୃଦ୍ଧି ପାଇ ୮ରେ ପହଞ୍ଚିଛି। ଏହା ବ୍ୟତୀତ ନ୍ୟୁୟର୍କ, ସିକାଗୋ ଏବଂ ଲସ୍ ଆଞ୍ଜେଲସ୍ ଭଳି ସହରରେ SBI ର ସିଧାସଳଖ ଶାଖାଗୁଡ଼ିକ ମଧ୍ୟ କାର୍ଯ୍ୟ କରୁଛି।
ଆହୁରି ପଢନ୍ତୁ: irrigation Project: ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପିତ; ଉପକୃତ ହେବେ ୬୦୨୫ ଚାଷୀ
ପ୍ରବାସୀ ଭାରତୀୟ ଓ ବ୍ୟବସାୟୀଙ୍କୁ ମିଳିବ ସୁବିଧା
ଉତ୍ତର ଟେକ୍ସାସ ଅଞ୍ଚଳରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଭାରତୀୟ ପ୍ରବାସୀ ସମ୍ପ୍ରଦାୟ, ଉଦ୍ୟମୀ, ବ୍ୟବସାୟୀ ଏବଂ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଏହି ଶାଖା ଜରିଆରେ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଦିଆଯିବ। ଏଠାରୁ ବ୍ୟକ୍ତିଗତ ଓ ବ୍ୟାବସାୟିକ ଜମା, କମର୍ସିଆଲ୍ ଋଣ, ଆନ୍ତର୍ଜାତୀୟ ରେମିଟ୍ଡ୍ ସେବା ଏବଂ ଏନ.ଆର୍.ଆଇ. (NRI) ମାନଙ୍କ ପାଇଁ ସ୍ୱତନ୍ତ୍ର ସେବା ସହଜରେ ମିଳିପାରିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

55 minutes ago
1


