ARTICLE AD BOX
ନୂଆଦିଲ୍ଲୀ: ନିର୍ବାଚନ ଲଢ଼ିବା ଏତେ ସହଜ କଥା ନୁହେଁ। ଏଥିପାଇଁ ପ୍ରାର୍ଥୀଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼େ। ଲୋକଙ୍କ ପାଖକୁ ଯାଇ ଭୋଟ୍ ମାଗିବା ସହ ଜିତିବାର ଆଶା ରଖିଥାନ୍ତି। କିନ୍ତୁ ଫଳାଫଳ ଆଶା ଅନୁଯାୟୀ ନ ଆସିଲେ ନିରାଶ ହେବା ସ୍ୱାଭାବିକ। କିଛି ଲୋକ ଏହାକୁ ନୂଆ ଶିକ୍ଷା ଭାବେ ଗ୍ରହଣ କରୁଥିବା ବେଳେ ଆଉ କିଛି ଲୋକ ପରାଜୟକୁ ଆଗାମୀ ଥର ପାଇଁ ଏକ ସୁଯୋଗ ଭାବେ ଦେଖନ୍ତି।
ତେବେ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସରପଞ୍ଚ ନିର୍ବାଚନ ହାରିବା ପରେ ଜଣେ ପ୍ରାର୍ଥୀ ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି। ଆଖପାଖରେ ଥିବା ଲୋକେ ତାଙ୍କୁ ବୁଝାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସେ ଚୁପ୍ ହେଉନାହାନ୍ତି।
ଗ୍ରାମବାସୀ ବୁଝାଉଥିଲେ, ପ୍ରାର୍ଥୀ କାନ୍ଦୁଥିଲେ
ଭିଡିଓରେ ଦେଖିବାକୁ ମିଳୁଛି, ସରପଞ୍ଚ ନିର୍ବାଚନରେ ହାରିଥିବା ପ୍ରାର୍ଥୀ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଛନ୍ତି। ସେ ଲଗାତାର କାନ୍ଦୁଥିବା ବେଳେ ପାଖରେ ଥିବା ଲୋକମାନେ ତାଙ୍କୁ ବୁଝାଇବାରେ ଲାଗିଛନ୍ତି। ଏହା କେବଳ ଗୋଟିଏ ନିର୍ବାଚନ, ଏଥିରେ ହାର୍ ଜିତ୍ ଲାଗି ରହିଥାଏ, ଏତେ ମନ ଖରାପ କରିବାର କିଛି ନାହିଁ ବୋଲି ସେମାନେ କହୁଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ତାଙ୍କୁ ଉଠାଇ କାର୍ରେ ବସାଇ ଦେଉଥିବା ଦେଖାଯାଉଛି। ଆଉ ମଜାଦାର କଥା ହେଉଛି, ନିର୍ବାଚନ ହାରିବା ପରେ ମଧ୍ୟ ଲୋକେ ତାଙ୍କୁ ‘ସରପଞ୍ଚ’ ବୋଲି ଡାକୁଛନ୍ତି।
ସୋସିଆଲ ମିଡିଆରେ ମଜାଦାର ମନ୍ତବ୍ୟ
ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ବିଭିନ୍ନ ମଜାଦାର ମନ୍ତବ୍ୟ ଦେଉଛନ୍ତି। କେହି ଗ୍ରାମବାସୀଙ୍କ ବୁଝାଇବା ଶୈଳୀକୁ ନେଇ ମଜା କରୁଥିବା ବେଳେ ଆଉ କେହି ପ୍ରାର୍ଥୀଙ୍କ କାନ୍ଦକୁ ନେଇ ମନ୍ତବ୍ୟ ଦେଉଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, ‘ମୁଁ ଆପଣଙ୍କ ସହ ଅଛି’। ଅନ୍ୟ ଜଣେ ମଜାରେ କହିଛନ୍ତି, ‘ସରପଞ୍ଚଙ୍କୁ କେହି ଡାକ୍ତରଖାନା ନେଇଯାଅ’।
ଅମିତାଭଙ୍କ ବଙ୍ଗଳା ଓ ଦିଲଜିତଙ୍କ କନ୍ସର୍ଟକୁ ବୋମାରେ ଉଡ଼ାଇବାକୁ ଧମକ

4 hours ago
3


