ARTICLE AD BOX
ଭୁବନେଶ୍ବର: ଓଡ଼ିଶା ଖଣି ନିଗମ (ଓଏମ୍ସି) ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରେ ୧.୭୨ ଲକ୍ଷରୁ ଅଧିକ ଚାରାରୋପଣ କରାଯାଇ ୪୨୮ ହେକ୍ଟର ଅଞ୍ଚଳରେ ସବୁଜିମା ସୃଷ୍ଟି କରାଯାଇଥିଲା। କମ୍ପାନିର ଖଣି ଅଞ୍ଚଳରେ ଥିବା ଓଭରବର୍ଡେନ୍ ଡମ୍ପ୍ ଅଞ୍ଚଳଗୁଡ଼ିକରେ ଚାରାଗୁଡ଼ିକୁ ଲଗାଯାଇଥିଲା।
କମ୍ପାନି ଦେଶୀ ପ୍ରଜାତିର ବୃକ୍ଷରୋପଣକୁ ପ୍ରାଥମିକତା ଦେଉଛି। ମୃତ୍ତିକା କ୍ଷୟକୁ ରୋକିବା ପାଇଁ କମ୍ପାନି ପରିବେଶ ଅନୁକୂଳ କୋଏର ମ୍ୟାଟିଂ ପ୍ରଯୁକ୍ତିର ବ୍ୟବହାର କରୁଛି। ୨୦୨୫-୨୬ରେ ସାଉଥ୍ କାଳିଆ ପାଣି କ୍ରୋମାଇଟ୍ ଖଣିର ୧,୦୦,୦୦୦ ବର୍ଗମିଟର୍ର କୋଏର ମ୍ୟାଟିଂ କରାଯାଇଥିଲା।
ସେହିପରି ଗୁଆଲି, ଜିଲିଙ୍ଗ-ଲାଙ୍ଗାଲୋଡା, ଉଞ୍ଚାବାଲି ଓ ରୋଇଡା ସି ଖଣି ଅଞ୍ଚଳରେ ୬୨,୦୦୦ ବର୍ଗଫିଟର୍ର କୋଏର୍ ମ୍ୟାଟିଂ କରାଯାଇଥିଲା। ଖଣି ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କମ୍ପାନି ଡ୍ରାଏ ଫଗ୍ ସିଷ୍ଟମ୍, ମିଷ୍ଟ କ୍ୟାନନ୍, ୱିଲ୍ ୱାସିଂ ସିଷ୍ଟମ୍ ମୂତୟନ କରିଛି। ଏହା ଅକ୍ଷୟ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ଦେଉଛି।

2 months ago
20


