Sanjay Dutt: ପୋଲିସ ବାପାଙ୍କ ସାମ୍ନାରେ ହାତକଡ଼ି ପିନ୍ଧାଇଥିଲା: ସଞ୍ଜୟ ଦତ୍ତ

34 minutes ago 1
ARTICLE AD BOX

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ସଞ୍ଜୟ ଦତ୍ତନିଜ ଜୀବନର ସବୁଠାରୁ କଠିନ ସମୟ ଅର୍ଥାତ୍ ଜେଲ୍‌ରେ ବିତାଇଥିବା ଦିନଗୁଡ଼ିକୁ ପୁଣି ଥରେ ମନେ ପକାଇଛନ୍ତି। ଶେଖର ସୁମନଙ୍କ ଟକ୍ ଶୋ’ 'ଶେଖର ଟୁନାଇଟ୍'ରେ ସଞ୍ଜୟ ନିଜର ଗିରଫଦାରୀ, ଜେଲ୍ ଜୀବନ ଏବଂ ସେହି କଠିନ ସମୟରେ ପରିବାର ଉପରେ ପଡ଼ିଥିବା ପ୍ରଭାବ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି।

ସଞ୍ଜୟ ଦତ୍ତ ପ୍ରକାଶ କରିଛନ୍ତି ଯେ ଯେତେବେଳେ ପ୍ରଥମ ଥର ପୋଲିସ ତାଙ୍କୁ ଗିରଫ କରିବାକୁ ଆସିଥିଲା, ସେତେବେଳେ ତାଙ୍କ ବାପା ତଥା ଦିଗ୍ଗଜ ଅଭିନେତା ସୁନୀଲ ଦତ୍ତଙ୍କ ସାମ୍ନାରେ ହିଁ ତାଙ୍କ ହାତରେ ହାତକଡ଼ି ପିନ୍ଧାଯାଇଥିଲା। ଏହି ଦୃଶ୍ୟ ଦେଖି ସୁନୀଲ ଦତ୍ତ ଗଭୀର ଅବସାଦରେ ଚାଲିଯାଇଥିଲେ ଏବଂ ତାଙ୍କ ଆଖିରୁ ଲୁହ ବୋହିଯାଇଥିଲା। ସେହି ସମୟରେ ସଞ୍ଜୟ ନିଜେ ଭିତରୁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ ମଧ୍ୟ ବାପାଙ୍କୁ ଧୈର୍ଯ୍ୟ ଦେବା ପାଇଁ ନିଜକୁ ମଜବୁତ ରଖିଥିଲେ ଏବଂ ହାତକଡ଼ିକୁ ନେଇ ବ୍ୟସ୍ତ ନହେବାକୁ ଅନୁରୋଧ କରିଥିଲେ।

ସେହିପରି ଜେଲ୍ ଅଧିକାରୀମାନଙ୍କ ବ୍ୟବହାର ସମ୍ପର୍କରେ ସଞ୍ଜୟ କହିଛନ୍ତି ଯେ, ଜେଲ୍‌ରେ ତାଙ୍କୁ ମାନସିକ ସ୍ତରରେ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଇଥିଲା। ସେ ଜଣେ ବଡ଼ ଷ୍ଟାର୍ ହୋଇଥିବାରୁ ସୁବିଧା ସୁଯୋଗରୁ ବଞ୍ଚିତ କଲେ ସେ ଭାଙ୍ଗିପଡ଼ିବେ ବୋଲି ଅଧିକାରୀମାନେ ଭାବିଥିଲେ। କିନ୍ତୁ ଜେଲ୍‌ର କଠିନ ପରିସ୍ଥିତି ଏବଂ ସୁବିଧା ଅଭାବ ତାଙ୍କୁ ଆଦୌ ପ୍ରଭାବିତ କରିପାରିନଥିଲା, ଯାହା ଅଧିକାରୀମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା।

ଆହୁରି ପଢନ୍ତୁ: Odisha Travel Bazzar: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଉଦଘାଟିତ

ସୂଚନାଯୋଗ୍ୟ ଯେ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ସଞ୍ଜୟ ଦତ୍ତଙ୍କୁ ଦୀର୍ଘ ୨୪ ବର୍ଷ ଧରି ଆଇନଗତ ଆଇନଗତ ଲଢ଼େଇ ଲଢ଼ିବାକୁ ପଡ଼ିଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଜେଲ୍ ଦଣ୍ଡ ଭୋଗିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.