Sand: ବହି-ପେନ୍‌ସିଲ୍‌ ନୁହେଁ, ବାଲିରେ ପାଠ ପଢାନ୍ତି ଏହି ବୃଦ୍ଧା

1 hour ago 1
ARTICLE AD BOX

ତିରୁଅନନ୍ତପୁରମ: ଆଜିର ଡିଜିଟାଲ୍ ଯୁଗରେ ସ୍ମାର୍ଟ ବୋର୍ଡ, ଟାବଲେଟ୍ ଏବଂ ମହଙ୍ଗା ପାଠପଢା ସରଞ୍ଜାମ ଦେଖିବାକୁ ମିଳୁଥିବାବେଳେ, କେରଳର ଜଣେ ୮୫ ବର୍ଷୀୟ ବୃଦ୍ଧା ସମ୍ପୂର୍ଣ୍ଣ ବ୍ୟତିକ୍ରମ ଏବଂ ପ୍ରେରଣାଦାୟକ ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଛନ୍ତି। କୌଣସି ବହି, ଖାତା କିମ୍ବା କଲମ ବିନା କେବଳ ବାଲି ସାହାଯ୍ୟରେ ସେ କୁନିକୁନି ପିଲାମାନଙ୍କୁ ପାଠପଢା ଶିଖାଉଛନ୍ତି। ବର୍ତ୍ତମାନ ଏହି ଅନନ୍ୟ ଶୈଳୀର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

ଆହୁରି ପଢନ୍ତୁ :Kavita Mahto: ହାଇଜମ୍ପରେ ହାରିଗଲେ କବିତା ଅଧାରେ ରହିଗଲା ହୋମ୍‌ଗାର୍ଡ ହେବାର ସ୍ବପ୍ନ

ସ୍ଥାନୀୟ ଲୋକଙ୍କ ନିକଟରେ ‘ଆଶାତ୍ତି ଆମ୍ମୁମ୍ମା’ ଭାବେ ପରିଚିତ ଏହି ବୃଦ୍ଧାଜଣକ ପାରମ୍ପରିକ ଏବଂ ସରଳ ଉପାୟରେ ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ଏକ ବାଲ୍‌ତିରେ ବାଲି ଆଣି ସେଗୁଡ଼ିକୁ ତଳେ ସମତଳ କରି ବିଛାଇ ଦେଉଛନ୍ତି। ଏହାପରେ ଏକ ଛୋଟ ଡାଳ ସାହାଯ୍ୟରେ ସେଥିରେ ଇଂରାଜୀ ଓ ମାଲାୟାଲମ ବର୍ଣ୍ଣମାଳା ଲେଖି ପିଲାମାନଙ୍କୁ ପ୍ରଦର୍ଶନ କରୁଛନ୍ତି।

ଆହୁରି ପଢନ୍ତୁ :  FIFA U15 World Cup: ଫିଫା ୧୫ ବର୍ଷରୁ କମ୍‌ ବିଶ୍ବକପ୍: ଗ୍ରେନାଡା ସହ ପଏଣ୍ଟ ବାଣ୍ଟିଲା ଭାରତ

ପିଲାମାନେ ମଧ୍ୟ ଆଗ୍ରହର ସହ ବସି ତାଙ୍କୁ ଦେଖୁଛନ୍ତି ଏବଂ ନିଜ ଆଙ୍ଗୁଠି ସାହାଯ୍ୟରେ ସେହି ବାଲି ଉପରେ ଅକ୍ଷର ଟାଣି ଅଭ୍ୟାସ କରୁଛନ୍ତି। ଏଠାରେ କୌଣସି କଳାପଟା କିମ୍ବା କାଗଜ ନଷ୍ଟ ହେବାର ଭୟ ନାହିଁ। କୌଣସି ଭୁଲ୍ ହେଲେ ହାତରେ ସହଜରେ ପୋଛି ପୁଣି ନୂଆ କରି ଲେଖିହେଉଛି। ଏହି ଭିଡିଓଟି ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଅନେକ ଲୋକ ବୃଦ୍ଧାଙ୍କର ଏହି ନିଃସ୍ୱାର୍ଥପର ସେବା ଏବଂ ସରଳ ଶିକ୍ଷାଦାନ ଶୈଳୀକୁ ଭୂୟସୀ ପ୍ରଶଂସା କରିଛନ୍ତି। ଶିକ୍ଷା ପାଇଁ ମହଙ୍ଗା ସରଞ୍ଜାମ ନୁହେଁ, ବରଂ ଶିଖାଇବାର ପ୍ରକୃତ ଇଚ୍ଛା ଏବଂ ସୃଜନଶୀଳତା ହିଁ ସବୁଠାରୁ ବଡ଼ କଥା—ଏହା ଏହି କେରଳର ବୃଦ୍ଧାଜଣକ ପୁଣିଥରେ ପ୍ରମାଣିତ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.