ARTICLE AD BOX
ବରଗଡ଼ (ସୁଦୀପ୍ତ ଷଡ଼ଙ୍ଗୀ): ୨୦୨୫-୨୬ ଧନୁଯାତ୍ରା ନିମନ୍ତେ ଚର୍ଚ୍ଚିତ କଂସ ଭୂମିକା ନିମନ୍ତେ ଚୟନ ହୋଇଥିବା ସୁଶୀଳ ମେହେର ଆଜି ନିଜ ଦାୟିତ୍ବରୁ ଅବ୍ୟାହତି ନେଇଛନ୍ତି। ଥରେ କଂସ ଭୂମିକା ନିମନ୍ତେ ଚୟନ ହେଲେ, ୩ ବର୍ଷ ନିମନ୍ତେ ଦାୟିତ୍ବ ତୁଲାଇବା ନିୟମ ରହିଥିବା ବେଳେ ବିଭିନ୍ନ ମହଲରୁ ପ୍ରତିବାଦକୁ ଦୃଷ୍ଟିରେ ରଖି ସୁଶୀଲ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।
Bargarh Dhanu Yatra ଜାନୁଆରି ୧୨ରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ବଦଳିବ କଂସ ମହାରାଜ
ସୁଶୀଲଙ୍କ ଅଭିନୟ ଭଲ ହେଉନଥିବା ନେଇ ବିଭିନ୍ନ ମହଲରୁ ଆପତ୍ତି ଉଠିଥିଲା। ନିକଟରେ ହୋଇଥିବା ଧନୁଯାତ୍ରା ମହୋତ୍ସବ ସମିତିର ପ୍ରଥମ ବୈଠକରେ କଂସ ଭୂମିକାରୁ ସୁଶୀଳଙ୍କୁ ହଟାଇବାକୁ ମଧ୍ୟ ବିଭିନ୍ନ କମିଟି ସୁପାରିଶ କରିଥିଲେ। ଏହାକୁ ନେଇ ୧୫ ଦିନର ସମୟ ଭିତରେ ନିଷ୍ପତ୍ତି ଜଣାଇବାକୁ କହିଥିଲା ଧନୁଯାତ୍ରା ସମିତି l
Sushil Meher Puri ପୁରୀରେ ବରଗଡ଼ ଧନୁଯାତ୍ରାର କଂସ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ସୁଶୀଲ ମେହେର
ଆଜି ସୁଶୀଲ ନିଜର ସମର୍ଥକଙ୍କ ସହ ବରଗଡ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟାଳଙ୍କୁ ଭେଟି ଏହି ଅବ୍ୟାହତି ପତ୍ର ପ୍ରଦାନ କରିଛନ୍ତି। ଏନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି, ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିମାନଙ୍କ ଦ୍ଵାରା ସୃଷ୍ଟି କରାଯାଇଥିବା ବିବାଦ ତାଙ୍କୁ ଅଶାନ୍ତି ଦେଇଛି। ଭବିଷ୍ୟତରେ ଧନୁଯାତ୍ରା ମହୋତ୍ସବ ସମିତି ମତେ ସୁଯୋଗ ଦେଲେ ପୁଣି ମଇଦାନକୁ ଓଲାଇବି ବୋଲି କହିଛନ୍ତି ସୁଶୀଳ l
Baragarh Dhanu Yatra ବରଗଡ଼ ଧନୁଯାତ୍ରା ମହୋତ୍ସବର ଆଜି ଦଶମ ରଜନୀ, ମଥୁରାରେ ଶ୍ରୀକୃଷ୍ଣ ଓ ବଳରାମ
ସୂଚନାଯୋଗ୍ୟ, ଜାନୁଆରି ୧୨ ତାରିଖରୁ ୨୨ ଯାଏଁ ଧନୁଯାତ୍ରା ଅନୁଷ୍ଠିତ ହେବ l କମ ସମୟ ଥିବାରୁ ଏବେ କାହାକୁ କଂସ କରାଯିବ ତାକୁ ସମସ୍ତଙ୍କର ଅପେକ୍ଷା ରହିଛି l ପୁଣି କଂସ ଚୟନ କରାଯିବ ନାଁ ଗତ ବର୍ଷ ଯେଉଁ ମାନେ ଟପ୍-୫ ରେ ଥିଲେ ତାଙ୍କ ଭିତରୁ ଜଣଙ୍କୁ ଚୟନ କରାଯିବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

56 minutes ago
2


