Attack: ବେଲଗୋରୋଡ଼ରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ୫ ମୃତ, ୧୪ ଆହତ

48 minutes ago 2
ARTICLE AD BOX

ମସ୍କୋ: ରୁଷ୍‌ର ସୀମାନ୍ତ ସହର ବେଲଗୋରୋଡ଼ରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ, ନିକଟସ୍ଥ ଶେବେକିନୋ ଅଞ୍ଚଳରେ ଆଉ ଏକ ଡ୍ରୋନ୍‌ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ଗତକାଲି ରାତିସାରା ବେଲଗୋରୋଡ଼ରେ ହୋଇଥିବା ଆକ୍ରମଣରେ ୩୦ଟି ଆପାର୍ଟମେଣ୍ଟ କୋଠା କ୍ଷତିଗ୍ରସ୍ତ ହୋଇଛି।

ଆହୁରି ପଢନ୍ତୁ :Rape: ନାବାଳିକା ସହିତ ସମ୍ପର୍କ ରଖିବା ଅଭିଯୋଗରେ ବାପା, ୧୮ ବର୍ଷୀୟ ପୁଅଙ୍କୁ ମୁଖ୍ୟ ରାସ୍ତାରେ ଉଲଗ୍ନ ବୁଲାଇଲେ ଅଭିଯୁକ୍ତ

 ଏଥିସହ ୩୫ଟି କାର୍‌, ୪ଟି ଘର, ୩ଟି ପ୍ରଶାସନିକ କୋଠା ଏବଂ ୮ଟି ବାଣିଜ୍ୟିକ ପରିସର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଉଲ୍ଲେଖଯୋଗ୍ୟ, ଆମେରିକାର ମଧ୍ୟସ୍ଥତାରେ ରୁଷ୍‌ ଶାନ୍ତି ବୁଝାମଣା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହି ଆକ୍ରମଣ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.