ARTICLE AD BOX
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାରେ ଜଣେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ହାଜତକୁ ନେଇ ଜେରା କରୁଛି। ନାଗୁଲୁପ୍ପଲାପାଡ଼ୁ ମଣ୍ଡଳର ଚଡ଼ାଲାୱାଡ଼ା ଗ୍ରାମରେ ଏହି ଘଟଣା ଘଟିଛି।
ଆହୁରି ପଢନ୍ତୁ :Handwriting: ବିଶ୍ୱର ସବୁଠାରୁ ସୁନ୍ଦର ହାତଲେଖା ପାଇଁ ଚର୍ଚ୍ଚାରେ ଥିବା ନେପାଳୀ ଛାତ୍ରୀ ପ୍ରକୃତି
ଶିଶୁଟି ତା’ ଜେଜେମା’ଙ୍କ ସହ ରହୁଥିଲା। ତା’ର ବାପା ଓ ମା’ ନିର୍ମାଣ କାମରେ ନିୟୋଜିତ ଥିବାରୁ ହାଇଦ୍ରାବାଦରେ ରହୁଛନ୍ତି। ପୁଲିସ ଅନୁଯାୟୀ, ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର। ଶିଶୁଟି ଜେଜେମା’ଙ୍କ ସହ ଘର ବାହାରେ ଶୋଇଥିବାବେଳେ ଅଭିଯୁକ୍ତ ତାକୁ ସେଠାରୁ ଏକ ନିର୍ଜନ ସ୍ଥାନକୁ ଉଠାଇ ନେଇଥିଲା। ସେଠାରେ ଦୁଷ୍କର୍ମ କରିବା ପରେ ତାକୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ଅପରାଧ ଘଟାଇବା ପରେ ଅଭିଯୁକ୍ତ ରାତି ପ୍ରାୟ ୨ଟାରେ ଶିଶୁଟିର ମୃତଦେହକୁ ତା’ ଘର ବାହାରେ ଥିବା ଏକ ଚେୟାର ଉପରେ ରଖି ଚାଲିଯାଇଥିଲା। ଜେଜେମା’ ଶିଶୁଟିକୁ ଚେୟାର ଉପରେ ଏପରି ଅବସ୍ଥାରେ ଦେଖି ପଡ଼ୋଶୀଙ୍କୁ ଜଣାଇଥିଲେ। ସେମାନେ ତୁରନ୍ତ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।
ଆହୁରି ପଢନ୍ତୁ :Bargarh Dhanu Yatra: ବରଗଡ଼ ଧନୁଯାତ୍ରା: କଂସ ଭୂମିକାରୁ ଓହରିଲେ ସୁଶୀଳ ମେହେର, ନୂଆ କଂସ ଚୟନ ନେଇ ଚର୍ଚ୍ଚା
ଏହାପରେ ଗ୍ରାମବାସୀ ଅଭିଯୁକ୍ତକୁ ଖୋଜି ବାହାର କରି ଆଜି ସକାଳେ ଧରିଥିଲେ। ସେମାନେ ତାକୁ ମାଡ଼ ମାରିବା ପରେ ପୁଲିସ ଜିମା ଦେଇଥିଲେ। ପୁଲିସ ଏହି ଘଟଣାରତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ, ମୃତ ଶିଶୁର ପରିବାର ସଦସ୍ୟ ଓ ଗ୍ରାମବାସୀ ତା’ର ମୃତଦେହକୁ ରାସ୍ତା ଉପରେ ରଖି ଆନ୍ଦୋଳନ କରିଥିଲେ। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ସେମାନେ ପ୍ରତିବାଦ ଜଣାଇଥିଲେ। ବରିଷ୍ଠ ପୁଲିସ ଅଧିକାରୀ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଥିଲା।

59 minutes ago
2


