Sanctions Bill: ରୁଷ ଉପରେ କଟକଣା ବିଲ୍: ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ଜେଲେନସ୍କି

40 minutes ago 2
ARTICLE AD BOX

କିଭ୍‌: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷକୁ ଟାର୍ଗେଟ କରି ଆମେରିକା ପକ୍ଷରୁ ଅଣାଯାଇଥିବା କଟକଣା ବିଲ୍‌କୁ ସ୍ବାଗତ କରିଛନ୍ତି। ବିଲ୍‌ରେ ସ୍ୱାକ୍ଷର କରି ଥିବାରୁ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ମସ୍କୋ ଉପରେ ଚାପ ବୃଦ୍ଧି କରିବା ପାଇଁ ଏହି ଆଇନକୁ ସମ୍ପୂର୍ଣ୍ଣ ଭାବେ ଏବଂ ଶୀଘ୍ର କାର୍ଯ୍ୟକାରୀ କରାଯିବା ଉଚିତ୍।

ଗ୍ରାହାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ସୋସିଆଲ ମିଡିଆ ପୋଷ୍ଟରେ, ଜେଲେନସ୍କି ସ୍ୱର୍ଗତ ଆମେରିକୀୟ ସେନେଟର ଲିଣ୍ଡସେ ଗ୍ରାହାମଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହିତ ଜେଲେନସ୍କି ରୁଷଠାରୁ ତେଲ କିଣିବା ଜାରି ରଖି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆର୍ଥିକ ଭାବେ ସଶକ୍ତ କରୁଥିବା ଦେଶଗୁଡ଼ିକୁ ପ୍ରଶ୍ନ କରିଛନ୍ତି। ରୁଷର କମ୍ପାନିଗୁଡ଼ିକ ସହ ବିଦେଶରେ ସାଧାରଣ ବ୍ୟବସାୟିକ ସମ୍ପର୍କ ବଜାୟ ରଖିବାକୁ ‌ଏଭଳି ଦେଶ ଅନୁମତି ଦେଉଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

Mamata Banerjee: ମମତାଙ୍କୁ ପୁଣି ବଡ଼ ଝଟକା: ନନ୍ଦିଗ୍ରାମ ପରେ ଏବେ ରେଜିନଗର ଉପନିର୍ବାଚନରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଟିଏମସି ପ୍ରାର୍ଥୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.