Car Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ମୃତ

39 minutes ago 2
ARTICLE AD BOX

ହାଇଦ୍ରାବାଦ: ହାଇଦ୍ରାବାଦ-ବେଙ୍ଗାଲୁରୁ ୪୪ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଶନିବାର ଭୋର ପ୍ରାୟ ୪:୩୦ ସମୟରେ ପାଲାମାକୁଲା ଗ୍ରାମ ନିକଟରେ ଏକ ଦ୍ରୁତଗାମୀ ଇନୋଭା କାର୍ ନିୟନ୍ତ୍ରଣ ହରାଇ ପୋଲ ସହ ପିଟିହୋଇ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ମହବୁବନଗର ଜିଲ୍ଲାର ନିଜ ଗାଁରେ ଗଣେଶ ବିସର୍ଜନ ଉତ୍ସବ ସାରି ସମସାବାଦ ଫେରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।

ଡ୍ରାଇଭର ଗୁରୁତର ଆହତ

ମୃତକମାନେ ନୱାବପେଟ ମଣ୍ଡଳ ଚୌଦୁର ଗ୍ରାମର କେଥାବତ ଲିମ୍ବିଆ (୫୪), ତାଙ୍କ ସ୍ତ୍ରୀ କେଥାବତ ଜମୁନା (୪୫), କାତ୍ରାବତ ମାନସିଂହ (୪୮) ଏବଂ କେଥାବତ ବାସରାମ (୪୫) ବୋଲି ସମସାବାଦ ପୁଲିସ ସୂଚନା ଦେଇଛି। ଦୁର୍ଘଟଣାରେ ଗୁରୁତର ଆହତ ଡ୍ରାଇଭର ସବାବତ ଅଶୋକଙ୍କୁ ସ୍ଥାନୀୟ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯାହାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଉସ୍ମାନିଆ ଜେନେରାଲ ହସ୍ପିଟାଲକୁ ପଠାଯାଇଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

NGT Conference: ଭାରତ ଉପରେ କାହିଁକି ଉଠୁଛି ପ୍ରଶ୍ନ, ବିକଶିତ ଦେଶଙ୍କର ମୁଣ୍ଡପିଛା କାର୍ବନ ନିର୍ଗମନ ଛଅ ଗୁଣା ଅଧିକ: ଏନଜିଟି ସମ୍ମିଳନୀରେ କହିଲେ ପ୍ରଧାନମନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.