Sambad Sahitya Ghar: ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ ଅଭିଯାନ: ‘ବ୍ୟାପକ ବୃକ୍ଷରୋପଣ ହିଁ ପରିବେଶକୁ ସୁରକ୍ଷା ଦେବ’

1 month ago 10
ARTICLE AD BOX

ପୁରୁଣା ଭୁବନେଶ୍ବର: ବ୍ୟାପକ ବୃକ୍ଷରୋପଣ ହିଁ ପରିବେଶକୁ ସୁରକ୍ଷା ଦେବ। ଏଥିପାଇଁ ଅଧିକରୁ ଅଧିକ ଚାରାରୋପଣ କରି ଏହାର ସୁରକ୍ଷା କରିବାକୁ ପଡ଼ିବ। ବର୍ତ୍ତମାନର ପରିସ୍ଥିତିରେ ଏହା ଆମର ଗୋଟିଏ ଅନ୍ୟତମ ଦାୟିତ୍ବ ବୋଲି ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ରବିବାର ‘ସମ୍ବାଦ ସାହିତ୍ୟଘର’ ଓ ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି। 

Women: ପାରମ୍ପରିକ ପୋଷାକରେ ବିଭିନ୍ନ ଦେଶର ନାରୀ

ଏଥିରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୁପମା ସାହୁ, ସାହିତ୍ୟଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଯୋଗଦେଇ ଚାରାରୋପଣ କରିଥିଲେ। ସୁସ୍ଥ ଜୀବନ ପାଇଁ ବୃକ୍ଷରୋପଣ ଜରୁରି ଏବଂ ଏହି ବୃକ୍ଷରୋପଣ ଅଭିଯାନ ଆଗାମୀ ଦିନରେ ଅଞ୍ଚଳକୁ ଅଧିକ ସବୁଜ ଓ ପରିବେଶ ଅନୁକୂଳ କରିବ ବୋଲି ଅତିଥିମାନେ କହିଥିଲେ। ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ଦୟାନଦୀ ରାସ୍ତାକଡ଼ରେ ଜୟପୁରଠାରୁ ରାସ୍ତାର ଦୁଇ ପାର୍ଶ୍ବରେ ବ୍ୟାପକ ବୃକ୍ଷରୋପଣ କରାଯାଇଥିଲା। ଜାମୁ, ଲିମ୍ବ, କରଞ୍ଜ, ପେସ୍ତା, କୃଷ୍ଣଚୂଡ଼ା ଭଳି ବିଭିନ୍ନ ପ୍ରକାର ଚାରାରୋପଣ କରାଯାଇ ଗଛର ସୁରକ୍ଷା ଓ ଯତ୍ନ ନେବା ପାଇଁ ଚାରିପାଖରେ ଜାଲି ଗୁଡ଼ାଯାଇଥିଲା। ସ୍ଥାନୀୟ ଜନସାଧାରଣଙ୍କୁ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା।

Education: ଖତ ଖାଉଛି କମ୍ପ୍ୟୁଟର; ଅଚଳ ହେଲାଣି ସ୍କୁଲରେ ଇ-ଶିକ୍ଷା

ସାମ୍ବାଦିକ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ, ସମ୍ପାଦକ ଅରୁଣ ପୁରୋହିତ, ଉପସଭାପତି ଅକ୍ଷୟ ସ୍ୱାଇଁ, ବରିଷ୍ଠ ସଦସ୍ୟ ପ୍ରଶାନ୍ତ ମିଶ୍ର, ବିଷ୍ଣୁ ବିଶ୍ୱାଳ, ଗଜେନ୍ଦ୍ର ବେହେରା, ଗୋପୀନାଥ ସାହୁ, ସୂର୍ଯ୍ୟକାନ୍ତ ସାହୁ, ସନ୍ତୋଷ ବେହେରା, ବରେନ୍ଦ୍ର ସାହୁ, ବିକ୍ରମ ମହାରଣା, ଯୁଧିଷ୍ଠିର ସ୍ବାଇଁ, ପ୍ରକାଶ ଜେନା, ବିଷ୍ଣୁ ଗୋଚ୍ଛାୟତ, କ୍ଷୀରୋଦ ବେହେରା, ପ୍ରତାପ ଜେନା, ଜୟକୃଷ୍ଣ ମଲିଆ, ବିଜୟ ଗୋଚ୍ଛାୟତ, ହରେକୃଷ୍ଣ ପ୍ରଧାନ, ଗଙ୍ଗାଧର ଭଟ୍ଟ, ସବ୍ୟସାଚୀ ସ୍ବାଇଁ, ପଞ୍ଚାନନ ସ୍ବାଇଁ, ଲକ୍ଷ୍ମୀଧର ପ୍ରଧାନ, ସୁମନ୍ତ ସୁବୁଦ୍ଧି, ସଞ୍ଜୟ ସାହୁ, ଅଶୋକ ଧୀରସାମନ୍ତ, ରାଜକିଶୋର ମହାରଣା, ସନାତନ ବରାଳ, ବସନ୍ତ ସ୍ବାଇଁ, ଇନ୍ଦ୍ରମଣି ମହାରଣା, ସୁଧାଂଶୁସାମନ୍ତ ସିଂହାର, ଯମ୍ବେଶ୍ୱର ପ୍ରଧାନ, ପ୍ରଦୀପ ପ୍ରଧାନ, ଦିବାକର ଷଡ଼ଙ୍ଗୀ, ଶୁକୁଟା ଭୋଇ, ବୈଶାଳିନୀ ପଟ୍ଟନାୟକ, ଅମିନ ଭୋଇ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଶଙ୍କର ସ୍ବାଇଁ, ହିମାଂଶୁ ସାହୁ, ମନୋଜ ବରାଳ, କାହ୍ନୁଚରଣ ନାୟକ ଓ ବହୁ ସଭ୍ୟ ସାମିଲ ହୋଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.