ARTICLE AD BOX
ସମ୍ବଲପୁର: ‘ଅବସର ଚାକିରି ଜୀବନର ଏକ ପ୍ରକ୍ରିୟା ମାତ୍ର। ଅବସର ପରବର୍ତ୍ତୀ ସମୟରେ ମଧ୍ୟ ‘ସମ୍ବାଦ’ ସବୁବେଳେ କର୍ମଚାରୀଙ୍କ ସହ ଯୋଡ଼ି ହୋଇ ରହିଛି।’ ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ବାର୍ତ୍ତା ଉପମହାପ୍ରବନ୍ଧକ (ଡିଜିଏମ୍) ସୁବ୍ରତ ନାୟକ ଗତ ୩୧ ତାରିଖରେ ଅବସର ଗ୍ରହଣ କରିଥିବା ବେଳେ ଆଜି ତାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ସମ୍ପାଦକ ତନୟା ପଟ୍ଟନାୟକ ଏଭଳି କିଛି ମତବ୍ୟକ୍ତ କରିଛନ୍ତି।
Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା
ଅବସର ପରବର୍ତ୍ତୀ ସମୟରେ ନିଜେ ସୁସ୍ଥ ରହିବା ସହ ‘ସମ୍ବାଦ’କୁ ସବୁବେଳେ ପରାମର୍ଶ ଦେଇଆସିବାକୁ ଶ୍ରୀମତୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଶ୍ରୀ ନାୟକଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ନାୟକ ମଧ୍ୟ ଭାବବିହ୍ବଳ ହୋଇ ଦୀର୍ଘ ୩୬ ବର୍ଷର ସାମ୍ବାଦିକତା କ୍ୟାରିୟରର ନିଜ ଅନୁଭୂତି ବଖାଣିଥିଲେ। ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ-କନକ ନ୍ୟୁଜ୍’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ, ମାନବସମ୍ବଳ ବିଭାଗର ମହାପ୍ରବନ୍ଧକ ବୈଜୟନ୍ତୀ କର, ଏଜିଏମ୍ ଗଜେନ୍ଦ୍ରନାଥ ମଲ୍ଲିକ, ବିଜ୍ଞାପନ ବିଭାଗର ସୁଶାନ୍ତ ମହାପାତ୍ର, ପ୍ରସାର ବିଭାଗର ପ୍ରିୟଦର୍ଶୀ ମହାନ୍ତିଙ୍କ ସମେତ ସମ୍ବଲପୁର ସଂସ୍କରଣର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ମିଶ୍ର ସମ୍ବଲପୁର ସଂସ୍କରଣ ମୁଖ୍ୟ ଭାବେ ମଧ୍ୟ ଦାୟିତ୍ବ ଗ୍ରହଣ କରିଥିଲେ।
Palm trees: ଗ୍ରାମୀଣ ଜୀବନର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ପରିଚିତ ‘ତାଳଗଛ’

1 week ago
6

