Salman Khan: ଏଆଇକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସଲମାନ୍ ଖାନ୍

1 hour ago 1
ARTICLE AD BOX

ମୁମ୍ବାଇ: ସଲମାନ ଖାନ 'ବିଗ୍ ବସ୍'ର 'ୱିକେଣ୍ଡ କା ଭାର୍' ଏପିସୋଡ୍ ସମୟରେ ପଛପଟୁ ଫଟୋ ଉଠାଉଥିବା ଘଟଣାକୁ ନେଇ ପାପାରାଜିଙ୍କୁ ତାଗିଦ୍ କରିଥିଲେ। ଚଳିତ ସପ୍ତାହରେ ସେ ପୁଣିଥରେ ଏହି ପ୍ରସଙ୍ଗ ଉଠାଇ ସୋସିଆଲ ମିଡିଆରେ ସେନ୍ସରସିପ୍ (ନିୟନ୍ତ୍ରଣ ବ୍ୟବସ୍ଥା) ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)ର ଅପବ୍ୟବହାର ନେଇ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।।

ଟ୍ରୋଲରଙ୍କୁ କଡ଼‌ା ଜବ‌ାବ

ସାମ୍ପ୍ରତିକ ଏପିସୋଡରେ ସଲମାନ କହିଛନ୍ତି, "ଏଆଇର ମଧ୍ୟ ଅପବ୍ୟବହାର କରାଯାଉଛି। କେହି ଜଣେ ଆପଣଙ୍କ ଏଆଇ ଜନିତ ସ୍ୱର ବ୍ୟବହାର କରି ଅନ୍ୟମାନଙ୍କୁ ଗାଳିଗୁଲଜ କରିପାରନ୍ତି। ଆପଣ ଜାଣନ୍ତି, ଲୋକମାନେ ବିଭିନ୍ନ ବ୍ୟକ୍ତିଙ୍କୁ ନେଇ ଏଆଇ ଭିଡିଓ ତିଆରି କରୁଛନ୍ତି। ଏପରିକି ମୁଁ ମଧ୍ୟ ଏଭଳି ଏଆଇ ଭିଡିଓରେ ଦେଖାଯାଉଛି। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ମୋର ପ୍ରକୃତ ସ୍ୱଭାବ ବିଷୟରେ ଜାଣନ୍ତି ନାହିଁ କିନ୍ତୁ ଦାବି କରିଦିଅନ୍ତି କି  ସଲମାନ ଖାନ ଏକ ପବରେ ଥିଲେ। ଯେଉଁମାନେ ସତ୍ୟ ଜାଣି ମଧ୍ୟ ଏଭଳି ଭିଡିଓ ତିଆରି କରନ୍ତି, ସେମାନେ କି ପ୍ରକାରର ଲୋକ ମୁଁ ଆଜି ଯାଏଁ ତାହା ଜାଣି ପାରିଲି ନାହିଁ। ଏଭଳି ଲୋକଙ୍କୁ ଜେଲ୍ ପଠାଯିବା ଉଚିତ୍। ଯେପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇଜଣଙ୍କୁ ଜେଲ୍ ନ ପଠାଯାଇଛି, ସେପର୍ଯ୍ୟନ୍ତ ଏହା ବନ୍ଦ ହେବ ନାହିଁ। ଏଥିପାଇଁ ଆଇନ୍ ପ୍ରଣୟନ କରାଯିବା ଆବଶ୍ୟକ। ସୋସିଆଲ ମିଡିଆରେ ମଧ୍ୟ ସେନ୍ସରସିପ୍ ରହିବା ଉଚିତ୍। ମୁଁ ଏହି ବିଷୟକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେବାକୁ ଚାହୁଁଛି।"

କିଛିଦିନ ପୂର୍ବରୁ 'ବିଗ୍ ବସ୍' ର 'ୱିକେଣ୍ଡ କା ଭାର୍' ଏପିସୋଡ୍ ସମୟରେ, ସଲମାନ କ୍ୟାଟ୍ରିନା କୈଫ୍‌ଙ୍କ ଓଜନ, ନିଜ ଭାଇ ସୋହେଲଙ୍କ ଚେହେରା ଏବଂ ସନ୍ନି ଦେଓଲଙ୍କ ଚିରିଯାଇଥିବା ଜୋତାକୁ ନେଇ ଟ୍ରୋଲ୍ କରୁଥିବା ଲୋକଙ୍କୁ କଠୋର ଭାବେ ସମାଲୋଚନା କରିଥିଲେ। 

କୁରାଶରେ ପିଙ୍କି ବଲହାରାଙ୍କୁ କାଂସ୍ୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.