Sal Wood Logs Seize ରାୟଗଡ଼ାରେ ଶାଳକାଠ ଚୋରା ଚାଲାଣ ଉଦ୍ୟମ ପଣ୍ଡ: ୭୪ ଖଣ୍ଡ କାଠ ଜବତ, ପିକଅପ୍‌ ସହ ୩ ଗିରଫ

1 hour ago 1
ARTICLE AD BOX

କାଶୀପୁର (ରତ୍ନାକର ନାୟକ): ରାୟଗଡା ବନଖଣ୍ଡ ଅଧୀନ ଟିକିରି ଓ ରାୟଗଡା ବନାଞ୍ଚଳ ମିଳିତରେ ଲେଲିଗୁମା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ଗତକାଲି(ରବିବାର) ସନ୍ଧ୍ୟାରେ ସାଇଜ ଶାଳକାଠ ବୋଝେଇ ମହିନ୍ଦ୍ରା ପିକଅପ (ଓଆର ୦୮ଏଫ ୬୧୨୩)କୁ ଜବତ କରାଯାଇଛି। ଏହି ମାମଲାରେ ଗୋରଖପୁର ପଞ୍ଚାୟତ ଲିମାଡୋର ମିଥୁନ ନାୟକ, ଦାଶ ମାଝି ଓ ଗଣପତି ମାଝିକୁ ଗିରଫ କରାଯାଇଛି। 

ଶାଳକାଠ ବୋଝେଇ ପିକଅପ୍ ଗାଡ଼ି ଜବତ
ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଜବତ ୭୪ ଖଣ୍ଡ ସାଇଜ ଶାଳକାଠର ଆନୁମାନିକ ମୂଲ୍ୟ ପ୍ରାୟଦେଢ଼ ଲକ୍ଷହେବ। ରାୟଗଡା ବନାଞ୍ଚଳ ଅତିରିକ୍ତ ଦାୟିତ୍ବରେ ଥିବା ଟିକିରି ବନାଞ୍ଚଳ ଅଧିକାରୀ ଅନୀଲ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଟିକିରି ଫରେଷ୍ଟର ଡମ୍ବୁରୁଧର ସେନାପତି, ଲେଲିଗୁମା ଫରେଷ୍ଟର , ସୀରସା କୁଲେଶିକା ଏବଂ ରାୟଗଡ଼ା ବନାଞ୍ଚଳ ଅଧୀନ ଗୁମ୍ମାଫରେଷ୍ଟର ରବିଚନ୍ଦ୍ର ପାତ୍ର, ସନ୍ତୋଷ ପାଣିଗ୍ରାହୀ ସହିତ ଭ୍ରାମ୍ୟମାଣ ୟୁନିଟ୍‌ ଲେଲି ଗୁମା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ।  ଶିରିପାଇ ପଞ୍ଚାୟତ କିଚିଖାଲ ଅଞ୍ଚଳରୁ ଆସୁଥିବା ପିକ ଅପଗାଡ଼ିକୁ ଵାଲାକାପାଇ ଗ୍ରାମର ଖରକାନାଳ ପାଖରେ ସନ୍ଦେହରେ ଅଟକାଇ ଥିଲେ । ଯାଞ୍ଚରେ ୭୪ଖଣ୍ତ ସାଇଜ ଶାଳକାଠ ମିଳିଥିଲା।  ଅଭିଯୁକ୍ତଙ୍କୁ ଆଜି (ସୋମବାର) କୋର୍ଟ ଚାଲାଣ କରାଯାଇଛି। ପଚରା ଉଚରାରେ ସାଇଜ ଶାଳକାଠ ଖୁରିଗାଁ ଅଞ୍ଚଳକୁ ଚାଲାଣ ହେଉଥିବା ନେଇ ଅଭିଯୁକ୍ତମାନେ କହିଛନ୍ତି। ଏନେଇ ନଂ ୮୧/୨୬ରେ ଏକ ମାମଲା ରୁଜୁ କରାଯାଇ ଚାଲାଣରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ବିଭାଗ ପକ୍ଷରୁ ଜାଲ ବିଛା ଯାଇଥିବାର ସୂଚନା ମିଳିଛି। 

ବିପୁଳ ଶାଳକାଠ ଜବତ; ବେପାରୀ ଖସିଗଲା
ସୂଚନାଯୋଗ୍ୟ, କିଛି ମାସ ମଧ୍ୟରେ ଟିକିରି ଏବଂ ରାୟଗଡ଼ା ବନାଞ୍ଚଳ ବିଭିନ୍ନ ସ୍ଥାନରେ ଚଢଉ କରି ବଜ୍ରକାପତାର କାତି, ବାରହା ମାଂସ, ମାଙ୍ଗାନିଜଚୋରା କରୁଥିବା ତିନିଟି ଗାଡ଼ି ଜବତ କରାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.