Sai's saree: ସାଇଙ୍କ ୬୮ ହଜାର ଟଙ୍କିଆ ଶାଢ଼ି

2 hours ago 1
ARTICLE AD BOX

ବିନା ମେକ୍‌ଅପ୍‌ ଲୁକ୍‌ ପାଇଁ ପରିଚିତ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ଏବେ ଏକ ଦାମୀ ଶାଢ଼ିକୁ ନେଇ ଚର୍ଚ୍ଚାରେ। ସରଳ ପୋଷାକ ଚୟନ ପାଇଁ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ସ୍ୱତନ୍ତ୍ର ଆକର୍ଷଣ ରହିଛି। ଅଧିକାଂଶ ସମୟରେ ସେ ପାରମ୍ପରିକ ପୋଷାକ, ବିଶେଷକରି ଶାଢ଼ିରେ ନଜର ଆସନ୍ତି। ‘ରାମାୟଣ’ରେ ମାତା ସୀତାଙ୍କ ଚରିତ୍ରରେ ଦର୍ଶକଙ୍କ ମନ ଜିଣୁଥିବା ସାଇ ହାଇଦ୍ରାବାଦରେ ଆୟୋଜିତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଓଏମ୍‌’ର ପ୍ରି-ରିଲିଜ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତଙ୍କ ନଜର ଅଟକିଥିଲା ସେ ପିନ୍ଧିଥିବା ୬୮ ହଜାର ୫୦୦ ଟଙ୍କା ମୂଲ୍ୟର ଆକର୍ଷଣୀୟ କାଞ୍ଜିବରମ୍‌ ଶାଢ଼ି ଉପରେ।

Humanitarian Help: ସମ୍ବାଦ ଡିଜିଟାଲ ପ୍ରଭାବ; ଅସହାୟ ଆଦିବାସୀ ରୋଗୀଙ୍କୁ ମିଳିଲା ସହାୟତା

ସାଇ ପିନ୍ଧିଥିବା ହାଲୁକା ରଙ୍ଗର ଏହି ଶାଢ଼ିରେ ହୋଇଥିବା କୁନ୍ଦନ କାରୁକାର୍ଯ୍ୟ ଏହାକୁ ବେଶ୍‌ ଆକର୍ଷଣୀୟ କରିଛି। ସବୁଜ ଓ ଲାଲ୍‌ ରଙ୍ଗର ପଥର ଏହାର ସୌନ୍ଦର୍ଯ୍ୟ ବଢ଼ାଇଛି। ସୁନେଲି ଜରିର ବର୍ଡର ସହ ଗାଢ଼ ଲାଲ୍‌ ରଙ୍ଗର ବ୍ଲାଉଜ୍‌ ତାଙ୍କ ପାରମ୍ପରିକ ରୂପକୁ ପୂର୍ଣ୍ଣତା ଦେଇଛି। ଖୋଲା କେଶ, ହାଲୁକା ମେକ୍‌ଅପ୍‌ ଓ ଛୋଟ କାନଫୁଲରେ ସେ ବେଶ୍‌ ସୁନ୍ଦର ଦିଶୁଥିଲେ।

Cyclone: ସମ୍ଭାବ୍ୟ ବାତ୍ୟା-ବର୍ଷା ଭୟ, ଧାନ କାଟିବାକୁ ଚାଷୀ ତରତର; ମିଳୁନାହାନ୍ତି କୃଷି ଶ୍ରମିକ

ଉଲ୍ଲେଖଯୋଗ୍ୟ, ‘ଓଏମ୍‌’ ଚଳଚ୍ଚିତ୍ରରେ ସାଇ ଜଣେ ଆଇପିଏସ୍‌ ଅଧିକାରୀଙ୍କ ଭୂମିକାରେ ନଜର ଆସିବେ। ରାଜକୁମାର ପେରିୟାସାମୀଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍‌ ଥ୍ରିଲର୍‌ରେ ଧନୁଷ, ମାମୁଟି, ଶ୍ରୀଲୀଳା ଓ ନସିରୁଦ୍ଦିନ ଶାହା ମଧ୍ୟ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି ନଭେମ୍ବର ୨୦ରେ ମୁକ୍ତିଲାଭ କରିବାକୁ ଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.