ARTICLE AD BOX
ଚେନ୍ନାଇ: ଭାରତୀୟ ସ୍ପିନର ଆର୍ ସାଇ କିଶୋର ଦ୍ବିତୀୟ ଥର ଲାଗି ଇଂଲିସ କାଉଣ୍ଟି ପ୍ରତିଯୋଗିତାରେ ଖେଳିବାର ସୁଯୋଗ ପାଇଛନ୍ତି। ଡିଭିଜନ୍ ୨ ଋତୁରେ ଶେଷ ୬ ମ୍ୟାଚ୍ ପାଇଁ ତାଙ୍କ ସହ ଗ୍ଲସେଷ୍ଟରସାୟର ଚୁକ୍ତି କରିଛି। ଏହି ଚୁକ୍ତି ପରେ ଏହି ବାମହାତୀ ସ୍ପିନର ସଂପ୍ରତି ଚାଲିଥିବା ତାମିଲନାଡୁ ପ୍ରିମିୟର ଲିଗ୍ (ଟିପିଏଲ୍)ର ଅବଶିଷ୍ଟ ମ୍ୟାଚ୍ ଖେଳିପାରିବେନି।
"ବର୍ଷର ଏହି ସମୟ ସ୍ପିନ୍ ବୋଲିଂ ପାଇଁ ଉପଯୋଗୀ"
ଆଇଡ୍ରିମ୍ ତିରପୁର ତାମିଝାନ୍ସର ଏହି ଅଧିନାୟକ ଟିପିଏଲ୍ରେ ୫ ପାଳି ଖେଳି ୭.୨୧ ଇକୋନୋମିରେ ୬ ୱିକେଟ୍ ନେବା ସହ ୪୯ ରନ୍ କରିଛନ୍ତି। ତାମିଲନାଡ଼ୁର ରେଡ୍ବଲ୍ କ୍ରିକେଟ୍ରେ ଏହି ସଫଳ ବୋଲର ଗତ ବର୍ଷ ସରେ ପକ୍ଷରୁ ୨ ମ୍ୟାଚ୍ ଖେଳିଥିଲେ। ସାଇ କିଶୋର ୫୪ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୧୪ ଥର ୫ ୱିକେଟ୍ ସଫଳତା ପାଇବା ସହ ୨୨୩ ୱିକେଟ୍ ଅକ୍ତିଆର କରିଛନ୍ତି। ତାଙ୍କ ଚୁକ୍ତିକୁ ନେଇ ଗ୍ଲସେଷ୍ଟରସାୟର ପ୍ରଶିକ୍ଷକ ଜନ୍ ଲୁଇସ୍ କହିଛନ୍ତି, ‘‘ବର୍ଷର ଏହି ସମୟ ସ୍ପିନ୍ ବୋଲିଂ ପାଇଁ ଉପଯୋଗୀ। ତେଣୁ ସାଇ ଭଲ କରିବାର ସମ୍ଭାବନା ଥିବାରୁ ଆମେ ତାଙ୍କୁ ଦଳରେ ନେଇଛୁ’’। ସୂଚନାଯୋଗ୍ୟ ଯେ ଗ୍ଲସେଷ୍ଟରସାୟର ଚଳିତ ଋତୁରେ ୮ ମ୍ୟାଚ୍ ଖେଳି ଗୋଟିଏ ବିଜୟ ସହ ଟେବୁଲର ଶେଷ ସ୍ଥାନରେ ରହିଛି। ପରବର୍ତ୍ତୀ ମ୍ୟାଚ୍ ଅଗଷ୍ଟ ୨୦ ତାରିଖରେ ୱର୍ସେଷ୍ଟରସାୟର ବିପକ୍ଷରେ ଖେଳିବ।
SpaceX: ଚନ୍ଦ୍ରରେ କ୍ରାସ୍ ଲ୍ୟାଣ୍ଡିଂ କଲା ସ୍ପେସଏକ୍ସ ରକେଟ୍: ୬୦ ଫୁଟ ଚଉଡା ଗର୍ତ୍ତର ଫଟୋ ଜାରି କଲା ନାସା

1 month ago
13


