ARTICLE AD BOX
କିଭ୍: ଶନିବାର ୟୁକ୍ରେନ୍ ରାଜଧାନୀ କିଭ୍ ଓ ଏହାର ଆଖପାଖ ଅଞ୍ଚଳରେ ରୁଷିଆ ପକ୍ଷରୁ କରାଯାଇଥିବା ଭୟଙ୍କର ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣରେ ଜଣେ ୩ ବର୍ଷର ଶିଶୁ ଏବଂ ତାଙ୍କ ଜେଜେବାପା-ଜେଜେମା’ଙ୍କ ସମେତ ମୋଟ ୪ ଜଣ ପ୍ରାଣ ହରାଇଛନ୍ତି। କିଭର ବ୍ରୋଭାରୀ ଜିଲ୍ଲାରେ ରୁଷୀୟ ଡ୍ରୋନ୍ ମାଡ଼ରେ ଏକ ଆବାସିକ ଗୃହ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର୍ ହୋଇଯାଇଛି। ଏହାସହ ଅନ୍ୟ ୪ ଜଣ ଗୁରୁତର ଆହାତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରାଜଧାନୀ କିଭରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର୍ ଜେଲେନସ୍କି ସୂଚନା ଦେଇଛନ୍ତି।
ଯାଜପୁରରେ ମହାବଳ ବାଘ ଆତଙ୍କ; ଫଟୋ ଭାଇରାଲ, ଗ୍ରାମବାସୀ ଭୟଭୀତ
ରୁଷିଆ ରାତିସାରା ୧୫୧ଟି ଡ୍ରୋନ୍ ଏବଂ ୬ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଥିଲା, ଯେଉଁଥିରୁ ୧୩୫ଟି ଡ୍ରୋନକୁ ନଷ୍ଟ କରାଯାଇଛି। ଆମେରିକା ନିର୍ମିତ ପାଟ୍ରିଅଟ୍ ଆଣ୍ଟି-ମିସାଇଲ୍ ସିଷ୍ଟମର କ୍ଷେପଣାସ୍ତ୍ର ଅଭାବରୁ ୟୁକ୍ରେନ୍ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବାଲିଷ୍ଟିକ୍ ମିସାଇଲ୍ଗୁଡ଼ିକୁ ରୋକିବାରେ ସମସ୍ୟାର ସମ୍ମୁଖୀନ ହେଉଛି। ଏହି ସଙ୍କଟକୁ ଏଡ଼ାଇବା ପାଇଁ ଜେଲେନସ୍କି ପାଶ୍ଚାତ୍ୟ ଦେଶଗୁଡ଼ିକୁ ଅଧିକ କ୍ଷେପଣାସ୍ତ୍ର ଯୋଗାଇବାକୁ ଆହ୍ୱାନ ଦେବା ସହ ରୁଷିଆର କ୍ଷେପଣାସ୍ତ୍ର ଉତ୍ପାଦନ ରୋକିବା ପାଇଁ ଅଧିକ କଟକଣା ଲଗାଇବାକୁ ନିବେଦନ କରିଛନ୍ତି।

1 hour ago
2


