Russia drone attack: ୟୁକ୍ରେନ ରେଳ ଷ୍ଟେସନରେ ରୁଷ୍‌ର ଡ୍ରୋନ ମାଡ଼, ୧୩ ମୃତ

44 minutes ago 4
ARTICLE AD BOX

କିଭ୍‌: ମଧ୍ୟ ୟୁକ୍ରେନର ନିପ୍ରୋ ସହରରେ ଥିବା ଏକ ରେଳ ଷ୍ଟେସନ ଉପରେ ରୁଷ୍ ପକ୍ଷରୁ ଏକ ଭୟାବହ ଡ୍ରୋନ ଆକ୍ରମଣ କରାଯାଇଛି। ଗୁରୁବାର ଅପରାହ୍ନରେ ହୋଇଥିବା ଏହି ଆକ୍ରମଣରେ ଅତିକମ୍‌ରେ ୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ରେଳ ଷ୍ଟେସନର ଏକ ପ୍ଲାଟଫର୍ମରେ ଏକ ସ୍ଥାନୀୟ କମ୍ୟୁଟର ଟ୍ରେନ ଏବଂ ଏକ ନିୟମିତ ଯାତ୍ରୀବାହୀ ଟ୍ରେନ ଠିଆ ହୋଇଥିବା ସମୟରେ ରୁଷର ଏକ ଜେଟ୍ ଚାଳିତ ଡ୍ରୋନ ଏହା ଉପରେ ମାଡ଼ କରିଥିଲା। ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଷ୍ଟେସନ ପରିସରରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ଜାରି ରଖିଛନ୍ତି।

ୟୁକ୍ରେନ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନସ୍କି ‘ଏକ୍ସ’ ରେ ଏହି ଆକ୍ରମଣକୁ ଅତି ଭୟଙ୍କର ଏବଂ ଆତଙ୍କବାଦୀ କାର୍ଯ୍ୟ ବୋଲି ଅଭିହିତ କରି କଡ଼ା ନିନ୍ଦା କରିଛନ୍ତି। ରୁଷ୍‌ର ଏହି ସାମରିକ ଆକ୍ରମଣକୁ ନେଇ ସେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କରିଛନ୍ତି। ରୁଷ୍‌ର କେତେକ ବିଶିଷ୍ଟ ବ୍ୟବସାୟୀ ଏବଂ ଶକ୍ତି କ୍ଷେତ୍ର ଉପରୁ ପ୍ରତିବନ୍ଧକ କୋହଳ କରାଯିବା ପରଠାରୁ ମସ୍କୋ ନିଜର ଯୁଦ୍ଧ ମେସିନ୍‌କୁ ଅଧିକ ସକ୍ରିୟ କରି ଏଭଳି ଆକ୍ରମଣ ଜାରି ରଖିଛି ବୋଲି ସେ ଦର୍ଶାଇଛନ୍ତି। 

Attacki in Ukraine: ୟୁକ୍ରେନ୍‌ରେ ରୁଷ୍‌ ଡ୍ରୋନ୍‌ ଆକ୍ରମଣରେ ଭାରତୀୟ ଫାର୍ମା କାରଖାନା ଧ୍ବଂସ

ରାଷ୍ଟ୍ରପତି ଜେଲେନସ୍କି ଆମେରିକା ଏବଂ ୟୁରୋପୀୟ ଦେଶ ଗୁଡ଼ିକୁ ରୁଷର ଏହି ଉତ୍ତେଜନାମୂଳକ ଆଚରଣ ବିରୋଧରେ ନ୍ୟାୟସଙ୍ଗତ ଓ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ୟୁକ୍ରେନ ବିରୋଧରେ ରୁଷ୍‌ର ଏହି ଯୁଦ୍ଧ ଜାରି ରହିବା ପର୍ଯ୍ୟନ୍ତ ମସ୍କୋ ଉପରେ ଲାଗିଥିବା କଟକଣାକୁ କୌଣସି ପରିସ୍ଥିତିରେ କୋହଳ କରାଯିବା ଉଚିତ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ୟୁରୋପୀୟ ସଂଘ (ଇୟୁ), ଆମେରିକା ଏବଂ ଜି୭ ଗ୍ରୁପର ସଦସ୍ୟ ରାଷ୍ଟ୍ରମାନଙ୍କୁ ଏକତ୍ରିତ ହୋଇ ରୁଷ୍ ବିରୋଧରେ ନୂତନ ତଥା ଅଧିକ କଠୋର ଆପରାଧିକ ପ୍ରତିବନ୍ଧକ ଲଗାଇବା ପାଇଁ ଜୋରଦାର ଦାବି କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.