ARTICLE AD BOX
ଅନୁଧ୍ୟାନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍
ହେଲିକପ୍ଟର ଯୋଗେ ଅଧିକ ପ୍ରଭାଵିତ ଗଞ୍ଜାମ ଜିଲ୍ଲାରେ ସୁରକ୍ଷିତ ସ୍ଥାନକୁ ଜନସାଧାରଣଙ୍କୁ ସ୍ଥାନାନ୍ତରଣ
୩୦୦୧ ମହିଳା ଚିକିତ୍ସାଳୟକୁ ସଠିକ୍ ସମୟରେ ସ୍ଥାନାନ୍ତରିତ, ଏପର୍ଯ୍ୟନ୍ତ ୧୧୮୮ ସୁରକ୍ଷିତ ପ୍ରସବ
ଭୁବନେଶ୍ୱର: ଚାଲିଗଲା ବାତ୍ୟା ଅର୍ଣ୍ଣବ, ଛାଡ଼ିଗଲା ବର୍ଷା ବିତ୍ପାତ। ବର୍ତ୍ତମାନ ଅବିଶ୍ରାନ୍ତ ବର୍ଷା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଉବୁଟୁବୁ ହେଉଛି। ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ଗଞ୍ଜାମ ଓ ଗଜପତିରେ ୨୦୦ରୁ ୪୦୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ। ଉଭୟ ଜିଲ୍ଲାର ୧ ହଜାର ଗାଁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଜଳଘେରିରେ ରହିଛନ୍ତି।
Cyclone Arnab Review: ’ବାତ୍ୟା ଅର୍ଣ୍ଣବ’ ସ୍ଥିତି ସମୀକ୍ଷା: ୧୯ ହଜାର ମାଛଧରା ଡଙ୍ଗା ଉଦ୍ଧାର, ୪ ହଜାର ଜଣ ଗର୍ଭବତୀ ମହିଳା ସୁରକ୍ଷିତ ସ୍ଥାନାନ୍ତର
ଆଜି (ଗୁରୁବାର) ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରେ ସ୍ଥିତ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଠାରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଏସଆରସି , ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏଵଂ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ବର୍ଷା ଜନିତ ବିତ୍ପାତର ସ୍ଥିତିର ସମୀକ୍ଷା କରିଛନ୍ତି।
Heavy Rainfall: ବାତ୍ୟା ଅର୍ଣ୍ଣବ ପ୍ରଭାବ: ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ମୋହନାରେ ସର୍ବାଧିକ ୧୮୨.୪ ମିମି ରେକର୍ଡ
ବୈଠକରୁ ମିଳିଥିବା ସୂଚନାନୁସାର, ବାତ୍ୟା ଅର୍ଣ୍ଣବ୍ ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି l ଗଞ୍ଜାମ ଜିଲ୍ଲାର ପାତ୍ରପୁର ଠାରେ ୫୪୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କନ୍ଧମାଳ ଜିଲ୍ଳାର ଜି ଉଦୟଗିରିଠାରେ ୪୬୨.୪ ମିମି ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଗଞ୍ଜାମ, ଗଜପତି, କନ୍ଧମାଳ ଆଦି ଜିଲ୍ଲାର ଅନେକ ଅଞ୍ଚଳରେ ୨୦୦ ମିମିରୁ ଅଧିକ ଅର୍ଥାତ୍ ଅତି ପ୍ରବଳ ବର୍ଷା ରେକର୍ଡ଼ ହୋଇଛି। ଦୁଇ ଜିଲ୍ଲା ବ୍ୟତୀତ ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳ ଅଳ୍ପବହୁତ ପ୍ରଭାଵିତ ହୋଇଛି।
Ganjam Administration: ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ହାଇଆଲର୍ଟରେ ଗଞ୍ଜାମ ପ୍ରଶାସନ: ୬,୧୭୦ ଜଣ ସ୍ଥାନାନ୍ତର, ବାଘଲଟି ଜଳଭଣ୍ଡାର ଉପରେ ନଜର
ଗଞ୍ଜାମ ଜିଲ୍ଲାରେ ୯୨୨ ଟି ସମ୍ବେଦନଶୀଳ ଗ୍ରାମ ଚିହ୍ନଟ (୨୨ଟି ବ୍ଲକରେ ୨୯୯ଟି ଗ୍ରାମ ପ୍ରଭାବିତ) ସହ ୪ଟି SRC ପାୱାର୍ ବୋଟ୍ ନିୟୋଜିତ ହୋଇଛି। ଉଦ୍ଧାରକାରୀ ବୋଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୫୫୦ ଜଣ ଗର୍ଭବତୀ ମହିଳା ସ୍ଥାନାନ୍ତରିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯୩ଜଣ ସୁରକ୍ଷିତ ପ୍ରସବ କରିଛନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ୪୫ଓଡ୍ରାଫ୍ (ODRAF), ୭ଏନଡିଆରଏଫ୍ (NDRF), ୨୪ ଅଗ୍ନିଶମ ଦଳ (Fire Teams) ନିୟୋଜିତ ଥିବା ବେଳେ ୧୧୦ ସ୍ଥାୟୀ ଆଶ୍ରୟସ୍ଥଳୀ ସହ ଅନେକ ଅସ୍ଥାୟୀ ଆଶ୍ରୟସ୍ଥଳୀର ବ୍ୟବସ୍ଥା ସହିତ ପ୍ରାଥମିକ ପର୍ଯ୍ୟାୟରେ ଚୁଡ଼ା,ଗୁଡ଼ ଓ ପଲିଥିନ୍ ରୋଲ୍ ଵ୍ୟଵସ୍ଥା କରାଯାଇଛି।
Odisha Governor Reviews ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ମୁକାବିଲାର ସମୀକ୍ଷା କଲେ ରାଜ୍ୟପାଳ
ଗଜପତି ଜିଲ୍ଲାର ୭ଟି ବ୍ଲକରେ ୧୧୯ଟି ଗ୍ରାମ ସମ୍ବେଦନଶୀଳ ଥିବା ବେଳେ (୭୧୧ଟି ଗ୍ରାମ ପ୍ରଭାବିତ) ଗୋଟା ବ୍ୟାରେଜ୍, ବଡ଼ନାଳ ଏବଂ ଡ୍ରେନେଜ୍ ନିରୀକ୍ଷଣ କରାଯାଉଛି।ବଂଶଧାରାରେ ଜଳସ୍ତର ୫୨.୫ ମିଟର ; ଯାହା ବିପଦ ସଙ୍କେତ (୫୪.୧୦ ମିଟର) ଠାରୁ ବହୁତ କମ୍ ଅଛି । ୭ଟି ଉଦ୍ଧାରକାରୀ ବୋଟ୍ ନିୟୋଜିତ ଥିବା ବେଳେ ୪୨୦ ଜଣ ଗର୍ଭବତୀ ମହିଳା ସ୍ଥାନାନ୍ତରିତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୩୩ଜଣସୁରକ୍ଷିତ ସନ୍ତାନ ଜନ୍ମ ଦେଇଛନ୍ତି। ଗଜପତି ଜିଲ୍ଲାରେ ୧୨ ଓଡ୍ରାଫ୍, ୧ ଏନଡିଆରଏଫ୍ ଏବଂ ୧୨ ଅଗ୍ନିଶମ ଦଳ ପ୍ରସ୍ତୁତ ଥିବା ବେଳେ ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀର ଵ୍ୟଵସ୍ଥା ସହ ରିଲିଫ୍ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି।
Heavy Rain: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଛତ୍ରପୁରରେ ଲଗାଣ ବର୍ଷା ଓ ପବନ, ଗଛ ଭାଙ୍ଗି ଯାତାୟତ ବାଧାପ୍ରାପ୍ତ; ଧାନ ଫସଲ ନଷ୍ଟ ଆଶଙ୍କା
ଭାରତୀୟ ତଟରକ୍ଷୀ ବାହିନୀ ସହ ଯୋଗାଯୋଗ କରି ପ୍ରଭାବିତ ଅଞ୍ଚଳରେ ଯେଉଁଠି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପହଁଚିବା ସମ୍ଭବପର ହେଉ ନାହିଁ ସେଠାରେ ହେଲିକପ୍ଟର ଯୋଗେ ଜଳବନ୍ଦୀ ଜନସାଧାରଣଙ୍କ ସ୍ଥାନାନ୍ତରଣ ସୁନିଶ୍ଚିତ କରିବା ନିମନ୍ତେ ଵ୍ୟଵସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲାର ବିପଦଜନକ ସ୍ଥାନରେ ଥିବା ପ୍ରଭାଵିତ ଜନସାଧାରଣଙ୍କୁ ପର୍ଯ୍ୟାୟକ୍ରମେ କୋଷ୍ଟଗାର୍ଡ଼ ହେଲିକପ୍ଟର ଯୋଗେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି।
ସମୀକ୍ଷା ବୈଠକରେ ରାଜସ୍ବମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଏସ୍ଆର୍ସିଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୫ଟି ଓଡ୍ରାଫ୍ ଏବଂ ୭ଟି ଏନ୍.ଡି.ଆର୍.ଏଫ୍. ଦଳ ସମେତ ମୋଟ ୫୨ଟି ଦଳ ନିୟୋଜିତ ଅଛନ୍ତି। ଗଜପତି ଜିଲ୍ଲାରେ ୧୨ଟି ଓଡ୍ରାଫ୍ ଏବଂ ୧ଟି ଏନ୍.ଡି.ଆର୍.ଏଫ୍. ଦଳ ସହ ମୋଟ ୧୩ଟି ଦଳ କାର୍ଯ୍ୟରତ ଅଛନ୍ତି। ସମସ୍ତ ସ୍ଥାନକୁ ମିଶାଇ ସମଗ୍ର ରାଜ୍ୟରେ ୬୦ଟି ଓଡ୍ରାଫ୍ ଏବଂ ୯ଟି ଏନ୍.ଡି.ଆର୍.ଏଫ୍. ଦଳ (ସମୁଦାୟ ୬୯ଟି ଦଳ) ସମ୍ପୂର୍ଣ୍ଣ ଭାବେ ନିୟୋଜିତ ରହି ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରୁଛନ୍ତି। ସେହିପରି ମୋଟ୍ ୨୪୪ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ବାହିନୀ ସମଗ୍ର ରାଜ୍ୟରେ ନିୟୋଜିତ ରହି ଗଛ କାଟି ରାସ୍ତା ସଫା କରିବା, ଯୋଗାଯୋଗ ପୁନଃସ୍ଥାପନ କରିବା,ଉଦ୍ଧାର ଏବଂ ସ୍ଥାନାନ୍ତରଣ କାର୍ଯ୍ୟ ସୁନିଶ୍ଚିତ କରୁଛନ୍ତି। ସମସ୍ତ ଉଦ୍ଧାରକାରୀ ଦଳ ୨୪ଘଣ୍ଟିଆ କାର୍ଯ୍ୟରେ ନିୟୋଜିତ ରହିଛନ୍ତି।
Nabarangpur Floods ନବରଙ୍ଗପୁର ବର୍ଷା ବିତ୍ପାତ: ୨୪,୭୦୬ ପ୍ରଭାବିତ, ପ୍ରାରମ୍ଭିକ କ୍ଷତି ୫୪କୋଟି ଟଙ୍କା
ବିପଦସଙ୍କୁଳ ଅଞ୍ଚଳରୁ ମୋଟ୍ ୫୯,୦୨୮ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି, ଯେଉଁଥିପାଇଁ ୮୩୦ଟି ଆଶ୍ରୟସ୍ଥଳୀର ଵ୍ୟଵସ୍ଥା ହୋଇଛି । ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ,ଗଜପତି ଜିଲ୍ଲା । ଗଜପତି ଜିଲ୍ଲାରେ ୧୭,୪୪୧ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି, ଯେଉଁଥିପାଇଁ ୨୯୮ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି । ଏହା ପଛକୁ ମାଲକାନଗିରିରେ ୧୫,୪୭୭, ଗଞ୍ଜାମରେ ୧୧,୮୮୨ ଏବଂ ନବରଙ୍ଗପୁରରେ ୧୦,୫୧୯ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କୋରାପୁଟ ଜିଲ୍ଲାରେ ପଟ୍ଟାଙ୍ଗି-ଗାଲିଗବଦର ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା, ଯାହାକି ବର୍ତ୍ତମାନ ସ୍ୱାଭାବିକ ହୋଇଛି । ଗଜପତି ଜିଲ୍ଲାର ମୋହନା, ଉଦୟଗିରି ଏବଂ ରାୟଗଡ଼ ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ୪ଟି ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଥିବା ବେଳେ ଜଳସ୍ତର ଅନୁଧ୍ୟାନ କରାଯାଇ ଆବଶ୍ୟକ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
Cyclone Arnab Preparedness: ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ୮ ଜିଲ୍ଲାର ୪୬୬ଟି ଆଶ୍ରୟସ୍ଥଳୀ, ୪୮ହଜାର ସ୍ଥାନାନ୍ତର
ସେହିପରି ବିଶାଖାପାଟଣା ଡ଼ିଭିଜନର ଇଚ୍ଛାପୁରମ - ଝଡୁପୁଡ଼ି ସେକ୍ସନ ମଧ୍ୟରେ ଅନେକ ସ୍ଥାନରେ ରେଳପଥ ଜଳବନ୍ଦୀ ହୋଇଥିବା ବେଳେ ୯ ଟି ଟ୍ରେନର ଯାତ୍ରା ସ୍ଥଗିତ ରଖାଯାଇଥିବା ବେଳେ ୧୪ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ସେହିପରି ଓଡ଼ିଶାର ପାଞ୍ଚଟି ସ୍ଥାନରେ ପ୍ରଭାବିତ ଗତିପଥ ଟ୍ରେନ୍ ଅଟକି ରହିଥିବା ବେଳେ ଯାତ୍ରୀମାନଙ୍କ ପାଇଁ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଉଛି।
Cyclone Arnab Preparedness ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା, ୮୩ ସେଟ୍ ଜରୁରୀକାଳୀନ ଟାୱାର ଓ ୧୧୧୫ କିମି କଣ୍ଡକ୍ଟର ମହଜୁଦ
ସମଗ୍ର ରାଜ୍ୟରେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ପୁନଃସ୍ଥାପନକୁ ଗୁରୁତ୍ୱ ଦିଆଯାଇ ପ୍ରଭାବିତ ୩୧୬ ୩୩କେଭି ଷ୍ଟେସନରୁ ୨୯୮ଟି ଷ୍ଟେସନରେ ପୁନଃସ୍ଥାପନ ହୋଇ ଇତିମଧ୍ୟରେ ପ୍ରାୟ ୮୪% ବିଦ୍ୟୁତ୍ ସଂଯୋଗ ହୋଇଯାଇଛି। ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରକର ମୌଳିକ ସୁବିଧା ତ୍ୱରିତ ଉପଲବ୍ଧ କରାଯାଉଛି ।

1 hour ago
4


