Rourkela Railway Station: ରାଉରକେଲା ରେଳ ଷ୍ଟେସନରେ ପାର୍କିଂ ଦର କମିବ: ୪୭ ଟଙ୍କା ବଦଳରେ ୨୦ ଟଙ୍କା, ପିକ୍‌ଅପ୍‌-ଡ୍ରପ୍‌ ଶୁଳ୍କ ଉଚ୍ଛେଦ ପ୍ରସ୍ତାବ

51 minutes ago 1
ARTICLE AD BOX

ବନ୍ଧମୁଣ୍ଡା (ଦେବ କୁମାର ଦେ): ରେଳବାଇ ଷ୍ଟେସନରେ ଗାଡ଼ି ରଖିବା ହେଉ କି ନିଜ ପରିବାର ସଦସ୍ୟଙ୍କୁ ଟ୍ରେନ୍‌ରେ ଛାଡ଼ିବା ଓ ଆଣିବା—ଏଥିପାଇଁ ଆଉ ଅଧିକ ଟଙ୍କା ଗଣିବାକୁ ପଡ଼ିବ ନାହିଁ! ରାଉରକେଲା ରେଳବାଇ ଷ୍ଟେସନରେ ମହଙ୍ଗା ପାର୍କିଂ ଦର ଓ ପିକ୍‌ଅପ୍‌-ଡ୍ରପ୍‌ ଶୁଳ୍କକୁ ନେଇ ଦୀର୍ଘଦିନର ଅସନ୍ତୋଷ ପରେ ରେଳ ଯାତ୍ରୀଙ୍କୁ ଆଶ୍ୱସ୍ତି ଦେବା ଦିଗରେ ରେଳବାଇ ପଦକ୍ଷେପ ନେଇଛି। ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ରେଳ ମଣ୍ଡଳ ପକ୍ଷରୁ ଷ୍ଟେସନର ପ୍ରଥମ ପ୍ରବେଶ ଦ୍ୱାରର ପାର୍କିଂ ପାଇଁ ନୂଆ ଟେଣ୍ଡର ଜାରି ହୋଇଛି। ଏଥିରେ ପାର୍କିଂ ଦରକୁ ଯଥେଷ୍ଟ ହ୍ରାସ କରିବା ସହ ପିକ୍‌ଅପ୍‌ ଓ ଡ୍ରପ୍‌ ନାମରେ ଆଦାୟ ହେଉଥିବା ଅତିରିକ୍ତ ଶୁଳ୍କ ବନ୍ଦ କରିବାକୁ ପ୍ରସ୍ତାବ ରହିଛି।

୪୭ ଟଙ୍କାରୁ ୨୦ ଟଙ୍କାକୁ ଖସିବ ଚାରିଚକିଆ ଗାଡ଼ିର ଦର

ପ୍ରସ୍ତାବିତ ନୂଆ ଦର ଅନୁଯାୟୀ, ଦୁଇ ଘଣ୍ଟା ପର୍ଯ୍ୟନ୍ତ ପାର୍କିଂ ପାଇଁ ଦୁଇଚକିଆ ଯାନର ଦର ୧୨ ଟଙ୍କାରୁ ୧୦ ଟଙ୍କା, ତିନିଚକିଆ ଯାନର ଦର ୩୫ ଟଙ୍କାରୁ ୧୫ ଟଙ୍କା ଏବଂ ଚାରିଚକିଆ ଯାନର ଦର ୪୭ ଟଙ୍କାରୁ ୨୦ ଟଙ୍କାକୁ ହ୍ରାସ କରାଯିବାକୁ ଯୋଜନା ରହିଛି। ଏହି ପରିବର୍ତ୍ତନ ଲାଗୁ ହେଲେ ଯାତ୍ରୀଙ୍କୁ ଷ୍ଟେସନରେ ଛାଡ଼ିବା କିମ୍ବା ଆଣିବାକୁ ଆସୁଥିବା ଲୋକଙ୍କ ଅତିରିକ୍ତ ଖର୍ଚ୍ଚ କମିବ। ଦୈନିକ ଯାତାୟାତ କରୁଥିବା ଯାତ୍ରୀଙ୍କ ସହ ଅଟୋ ଓ ଟ୍ୟାକ୍ସି ଚାଳକମାନେ ମଧ୍ୟ ଏଥିରୁ ଲାଭବାନ ହେବେ।

୨୦୨୫ ଜୁଲାଇରୁ ଆରମ୍ଭ ହୋଇଥିଲା ଅସନ୍ତୋଷ

ରାଉରକେଲା ଷ୍ଟେସନରେ ୨୦୨୫ ଜୁଲାଇରେ ପିକ୍‌ଅପ୍‌ ଓ ଡ୍ରପ୍‌ ବ୍ୟବସ୍ଥା ଲାଗୁ ହେବା ପରଠାରୁ ଯାତ୍ରୀ ଓ ଗାଡ଼ି ଚାଳକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ଏହାର ପ୍ରତିବାଦରେ ବିଭିନ୍ନ ସମୟରେ ରେଳ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଉଠାଯିବା ସହ ଚିଠି ମାଧ୍ୟମରେ ଦର ହ୍ରାସ ପାଇଁ ଅନୁରୋଧ କରାଯାଇଥିଲା। ଗତ ସେପ୍ଟେମ୍ବର ୨୯, ୨୦୨୬ରେ ଚକ୍ରଧରପୁର ମଣ୍ଡଳ ରେଳ ପ୍ରବନ୍ଧକଙ୍କୁ ଦିଆଯାଇଥିବା ପତ୍ରରେ ଟାଟାନଗର ଷ୍ଟେସନ ସହ ସମାନ ପାର୍କିଂ ଦର ଲାଗୁ କରିବାକୁ ଦାବି କରାଯାଇଥିଲା।

ଏହି ଦୀର୍ଘଦିନର ଦାବି ପରେ ରେଳବାଇ ନୂଆ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛି। ଆସନ୍ତା ଅକ୍ଟୋବର ୨୭ରେ ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ନୂଆ ଦର ଲାଗୁ ହେବାର ଆଶା ରହିଛି।

ଦ୍ୱିତୀୟ ପ୍ରବେଶ ଦ୍ୱାରରେ କେବେ ହେବ ପରିବର୍ତ୍ତନ?

ଷ୍ଟେସନର ପ୍ରଥମ ପ୍ରବେଶ ଦ୍ୱାର ପାଇଁ ନୂଆ ଦର ପ୍ରସ୍ତାବକୁ ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିକର ପଦକ୍ଷେପ ଭାବେ ଦେଖାଯାଉଛି। ତେବେ ଦ୍ୱିତୀୟ ପ୍ରବେଶ ଦ୍ୱାରରେ ମଧ୍ୟ ସମାନ ପାର୍କିଂ ଦର ଓ ନିୟମ ଲାଗୁ କରିବାକୁ ଦାବି ଉଠିଛି। ଉଭୟ ଦ୍ୱାରରେ ସମାନ ବ୍ୟବସ୍ଥା ଲାଗୁ ହେଲେ ରେଳ ଯାତ୍ରୀଙ୍କୁ ଅନାବଶ୍ୟକ ଖର୍ଚ୍ଚରୁ ମୁକ୍ତି ମିଳିବା ସହ ଷ୍ଟେସନରେ ଯାତାୟାତ ବ୍ୟବସ୍ଥା ଅଧିକ ସୁବିଧାଜନକ ହୋଇପାରିବ।

ତେବେ ଏହି ଦରଗୁଡ଼ିକ ବର୍ତ୍ତମାନ ପ୍ରସ୍ତାବିତ ଟେଣ୍ଡର ଦର ହୋଇଥିବାରୁ ଚୂଡ଼ାନ୍ତ ନିଷ୍ପତ୍ତି ଓ ନୂଆ ନିୟମ ଲାଗୁ ହେବା ପରେ ହିଁ ଯାତ୍ରୀମାନେ ପ୍ରକୃତ ଆଶ୍ୱସ୍ତି ପାଇପାରିବେ।

Tribals: ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା: ୨୪୭ ଜଙ୍ଗଲ ଜମି ଅଧିକାର ପ୍ରକୋଷ୍ଠ ବନ୍ଦ

Read Entire Article
LEFT SIDEBAR AD

Hidden in mobile, Best for skyscrapers.