Rourkela POCSO Case: ନାବାଳିକା ଘରୋଇ ସହାୟିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

1 hour ago 1
ARTICLE AD BOX

ରାଉରକେଲା:  ନାବାଳିକା ଘରୋଇ ସହାୟିକାକୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ମାମଲାର ରାୟ ଆଜି (ଶୁକ୍ରବାର) ପ୍ରକାଶ ପାଇଛି। ରାଉରକେଲା ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟ ବିଚାରପତି ପି. ସୂର୍ଯ୍ୟା ରାଓ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ ସହ ୧ ଲକ୍ଷ ୫୫ ହଜାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ ନିର୍ଦେଶ ଦେଇଛନ୍ତି। 

POCSO case Verdict ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲା, ୨ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ

୧୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ, ଆବଶ୍ୟକୀୟ ଦସ୍ତାବିଜ୍‌ ଓ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିପ୍ରମାଣକୁ ଆଧାର କରି ବିଚାରପତି ପି. ସୂର୍ଯ୍ୟା ରାଓ ଏହି ରାୟ ଶୁଣାଇଛନ୍ତି। ଦୋଷୀ ଜଣକ ହେଲେ ଟାଙ୍ଗରପାଲି ଅଞ୍ଚଳର ପାସ୍‌କାଲ ଟପ୍ନୋ (୨୩)। ସ୍ବତନ୍ତ୍ର ସରକାରୀ ପିପି ପ୍ରମୋଦ କୁମାର ଦେବତା ମାମଲା ପରିଚାଳନା କରୁଥିଲେ। 

POCSO Case ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ ଓ ଜରିମାନା

୨୦୨୨ରେ ଏହି ସମ୍ବେଦନଶୀଳ ଘଟଣା ଘଟିଥିଲା। ବାପା-ମା’ ନଥିବା ଜଣେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଟାଙ୍ଗରପାଲି ଅଞ୍ଚଳର ପାସ୍‌କାଲଙ୍କ ଘରେ କାମ କରିବାକୁ ଛାଡିଦେଇଥିଲେ। ନାବାଳିକା ଜଣକ ସେଠାରେ ସହାୟିକା ଭାବେ କାମ କରୁଥିଲେ। ପାସ୍‌କାଲ ନାବାଳିକାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତା’ ସହ ଜୋରଜବରଦସ୍ତ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ। ଫଳରେ ନାବାଳିକା ଅନ୍ତସ୍ବତ୍ତା ହୋଇଥିଲେ। ପରବର୍ତ୍ତୀ ସମୟରେ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ। ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ଟିମ୍ କୌଣସି ସୂତ୍ରରୁ ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାଙ୍କୁ ପଉରାଉଚୁରା କରିଥିଲେ। ନାବାଳିକା ଜଣକ ସିଡବ୍ଲ୍ୟୁସି ଟିମ୍‌ ଆଗରେ ସମସ୍ତ କଥା କହିଥିଲେ। ପରେ ସିଡବ୍ଲ୍ୟୁସି ଅଧିକାରୀ ଘଟଣା ସମ୍ପର୍କରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପାସ୍‌କାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.