RohitSharma: ଆଜି ଲର୍ଡସ୍‌ରେ ନିର୍ଣ୍ଣାୟକ ଲଢେଇ, ରୋହିତଙ୍କ ଉପରେ ନଜର

6 hours ago 1
ARTICLE AD BOX

ଲଣ୍ଡନ: ରବିବାର ଐତିହାସିକ ଲର୍ଡସ୍‌ ଷ୍ଟାଡିୟମ୍‌ରେ ଭାରତଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଶେଷଦିନିକିଆ ଖେଳାଯିବ। ଏବେ ଶୃଙ୍ଖଳା ୧-୧ରେ ବରାବର ଥିବାବେଳେ ଏହି ମ୍ୟାଚ୍‌ ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ଏହି ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟର୍‌ ରୋହିତ ଶର୍ମାଙ୍କ ଉପରେ ନଜର ରହିବ। ସେ ଅବସର ନେଉ ନାହାନ୍ତି ବୋଲି ବିସିସିଆଇର ସ୍ପଷ୍ଟୀକରଣ ସତ୍ତ୍ବେ ତାଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ପୂର୍ବ ଦୁଇ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିପାରି ନଥିବା ରୋହିତ ଏହି ମ୍ୟାଚ୍‌ରେ ବଡ଼ ସ୍କୋର୍‌ କରି ସମସ୍ତଙ୍କ ମୁହଁ ବନ୍ଦ କରିବା ଲକ୍ଷ୍ୟରେ ରହିବେ।

ଏହି ମ୍ୟାଚ୍‌ ଲାଗି ଅଲ୍‌ରାଉଣ୍ଡର ଓ୍ବାସିଂଟନ ସୁନ୍ଦରଙ୍କ ବଦଳରେ ହର୍ଷ ଦୁବେଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଦ୍ବିତୀୟ ଦିନିକିଆ ବେଳେ ସୁନ୍ଦରଙ୍କ ଡାହାଣ ଜଙ୍ଘ ଆଘାତପ୍ରାପ୍ତ ହୋଇଥିଲା। ଏହା ପରେ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା। କେବଳ ରୋହିତ ନୁହନ୍ତି ଭାରତର ଅନ୍ୟ ବ୍ୟାଟରମାନଙ୍କ ଉପରେ ବି ନଜର ରହିବ। କାରଣ ଚଳିତ ଗସ୍ତରେ ଭାରତୀୟ ବ୍ୟାଟରମାନେ ସଂଘର୍ଷ କରୁଥିବା ଦେଖାଯାଇଛି। ତେବେ ଗତ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରି ବିରାଟ କୋହଲି ଓ ଶ୍ରେୟସ୍‌ ଆୟର ଲୟକୁ ଫେରିବା ସଂକେତ ଦେଇଛନ୍ତି।

ଆହୁରି ପଢନ୍ତୁ: Bollywood: ମୁଁ ବଞ୍ଚିଛି': ପୁଣି ଆକ୍ସନ ଅବତାରରେ ନଜର ଆସିଲେ ସନ୍ନି ଦେଓଲ

ଅନ୍ୟପକ୍ଷରେ ଅଭିଜ୍ଞ ଯସପ୍ରୀତ ବୁମରା, ପ୍ରସିଦ୍ଧ କୃଷ୍ଣ ଓ ନବାଗତ ଗୁରନୂର ବ୍ରାର୍‌ ଭାରତୀୟ ବୋଲିଂର ମଙ୍ଗ ସମ୍ଭାଳିବେ। କିନ୍ତୁ ଗତ ଦୁଇ ମ୍ୟାଚ୍‌ ପରି ଜୋ ରୁଟ୍‌ ଭାରତ ପାଇଁ ସବୁଠାରୁ ବଡ଼ ଆହ୍ବାନ ସୃଷ୍ଟି କରିପାରନ୍ତି। ସେହିପରି ଜାକବ୍‌ ବେଥେଲ୍‌, ଜୋସ୍‌ ବଟଲ୍‌ର, ବେନ୍‌ ଡକେଟ୍‌ ଓ ଲିଆମ ଡସନ୍‌ ବି ଭାରତର ବୋଲିଂ ଆକ୍ରମଣକୁ ପ୍ରତିହତ କରିବାର କ୍ଷମତା ରଖନ୍ତି। ପୂର୍ବ ଦୁଇ ମ୍ୟାଚ୍‌ର ପିଚ୍‌ ବୋଲରଙ୍କୁ ସୁହାଉଥିବାବେଳେ ଲର୍ଡସ୍‌ ପିଚ୍‌ ବ୍ୟାଟିଂ ଅନୁକୂଳ ରହିବା ଆଶା କରାଯାଉଛି। କିନ୍ତୁ ଏହି ପିଚ୍‌ ଆରମ୍ଭରୁ ନୂଆ ବଲ୍‌ ସହ ବୋଲିଂ କରୁଥିବା ଦ୍ରୁତ ବୋଲରଙ୍କୁ କିଛିଟା ସହାୟତା ପ୍ରଦାନ କରିବା ଆଶା କରାଯାଉଛି।

ଆହୁରି ପଢନ୍ତୁ: Accident: ବୟସ୍କ ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର

ସମ୍ଭାବ୍ୟ ଭାରତୀୟ ଦଳ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେଏଲ୍ ରାହୁଲ (ୱିକେଟକିପର୍), ହର୍ଷ ଦୁବେ, ଅକ୍ଷର ପଟେଲ, ଶିବମ ଦୁବେ, ଯଶପ୍ରୀତ ବୁମ୍‌ରା, ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂହ/ଗୁରନୁର ବ୍ରାର।

ସମ୍ଭାବ୍ୟ ଇଂଲଣ୍ଡ ଦଳ: ଜାକବ ବେଥେଲ, ବେନ୍ ଡକେଟ, ଜୋ ରୁଟ୍‌, ହ୍ୟାରି ବ୍ରୁକ (ଅଧିନାୟକ), ଜୋସ୍‌ ବଟଲର (ୱିକେଟ୍‌ରକ୍ଷକ), ସାମ୍‌ କରନ, ୱିଲ୍‌ ଜ୍ୟାକ୍ସ, ଜୋଫ୍ରା ଆର୍ଚର, ଲିଆମ ଡସନ, ଜୋସ୍‌ ଟଙ୍ଗ, ଆଦିଲ ରସିଦ।

ସମୟ : ଅପରାହ୍ଣ ୩.୩୦

ପ୍ରସାରଣ: ସୋନି ସ୍ପୋର୍ଟସ୍‌, ସୋନି ଲିଭ୍‌, ଜିଓହଟ୍‌ଷ୍ଟାର୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.