Rocket Launch: ‘ଲକି ଫ୍ଲାଇଟ୍ ୧୩’କୁ ସଫଳତାର ସହ ଉତ୍‌କ୍ଷେପଣ କଲା ସ୍ପେସ୍‌ଏକ୍ସ

1 hour ago 2
ARTICLE AD BOX

ୱାସିଂଟନ: ଟେକ୍ସାସର ବୋକା ଚିକାରେ ଥିବା ଷ୍ଟାରବେସ୍‌ରୁ ସ୍ପେସଏକ୍ସର ଷ୍ଟାରସିପ୍ ଫ୍ଲାଇଟ୍ ୧୩ ସଫଳତାର ସହ ଉତ୍‌କ୍ଷେପଣ ହୋଇ ପରେ ଭାରତ ମହାସାଗରରେ ଏକ ସଫଳ ଅବତରଣ କରିଛି। ଏହା ବିଶ୍ୱର କୋଟିପତି ଏଲୋନ ମସ୍କଙ୍କ ମାଲିକାନାରେ ଥିବା ସ୍ପେସଏକ୍ସର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ରକେଟ୍ ଇଞ୍ଜିନ୍ ଷ୍ଟାର୍ଟଅପ୍ ସମସ୍ୟାର ସମ୍ମୁଖୀନ ହେବା ପରେ ପୂର୍ବର ଉତ୍‌କ୍ଷେପଣକୁ ବାତିଲ କରାଯାଇଥିଲା। ସ୍ପେସଏକ୍ସର ଫ୍ଲାଇଟ୍ ୧୩ର ସଫଳତା ଷ୍ଟାରସିପ୍‌କୁ ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରକ୍ଷେପଣ ଯାନ କରିବାରେ ଆଉ ଏକ ପ୍ରୟାସ ଭାବେ ଦେଖାଯାଉଛି। ରିପୋର୍ଟ ଅନୁଯାୟୀ, ସ୍ପେସଏକ୍ସର ଦୀର୍ଘକାଳୀନ ରଣନୀତି ଅନ୍ତର୍ଗତ ଏହି ରକେଟ୍ ବଡ଼ ଷ୍ଟାରଲିଙ୍କ୍ ଉପଗ୍ରହ ନିୟୋଜନ କରିବ, ନାସାର ଆର୍ଟେମିସ୍ କାର୍ଯ୍ୟକ୍ରମକୁ ସୁଦୃଢ଼ ​​କରିବ ଏବଂ ମଙ୍ଗଳ ଗ୍ରହକୁ ଭବିଷ୍ୟତର ମାନବ ଯାତ୍ରା ପାଇଁ ଏକ ପ୍ରମୁଖ ଯାନ ଭାବରେ କାର୍ଯ୍ୟ କରିବ ।

ପୂର୍ବ ଉଡ଼ାଣଗୁଡ଼ିକ ମୁଖ୍ୟତଃ ମହାକାଶ ଯାନ ଉତ୍‌କ୍ଷେପଣ ଉପରେ ଧ୍ୟାନ ଦେଇଥିବାବେଳେ, ଏହି ନୂଆ ମିଶନ ମହାକାଶରେ ପେଲୋଡ୍ ନିୟୋଜନ ଏବଂ ଇଞ୍ଜିନ୍ ପୁନଃପ୍ରଜ୍ବଳନ ପରୀକ୍ଷା କରି ରକେଟର କାର୍ଯ୍ୟକ୍ଷମ କ୍ଷମତାକୁ ଯାଞ୍ଚ୍ କରିବା ଉପରେ ପର୍ଯ୍ୟବେସିତ। ଏହା ଦ୍ବାରା ପୃଥିବୀର କକ୍ଷପଥ, ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ କ୍ରୁ ଏବଂ ମାଲ୍ ପରିବହନ ପାଇଁ ଡିଜାଇନ୍ ହୋଇଥିବା ଏକ ସମ୍ପୂର୍ଣ୍ଣ ପୁନଃବ୍ୟବହାରଯୋଗ୍ୟ ରକେଟ୍ ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଛି।

War: ମଧ୍ୟପ୍ରାଚ୍ୟ ଯୁଦ୍ଧ ବିପଜ୍ଜନକ ମୋଡ଼ରେ: ସମୁଦ୍ରରେ ଫସି ରହିଛନ୍ତି ୪୦୦, ଜାହାଜରେ ୬ ହଜାରରୁ ଅଧିକ ନାବିକ

ଷ୍ଟାରସିପ୍ ଫ୍ଲାଇଟ୍ ୧୩ ପ୍ରଥମେ ଜୁଲାଇ ୧୬ ରେ ଲଞ୍ଚ ହେବାର ଥିଲା, କିନ୍ତୁ କାଉଣ୍ଟଡାଉନର ଶେଷ ମୁହୂର୍ତ୍ତରେ ସୁପର ହେଭି ବୁଷ୍ଟରର କିଛି ରାପ୍ଟର ୩ ଇଞ୍ଜିନ ଜଳିବାରେ ବିଫଳ ହୋଇଥିଲା, ଯାହା ଫଳରେ ଲଞ୍ଚ ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯାଇଥିଲା। ପରେ ଏଲୋନ୍ ମସ୍କ କହିଥିଲେ ଯେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଦୁଇଟି ଇଞ୍ଜିନ ବଦଳାଯିବ। ଇଞ୍ଜିନ ବଦଳାଯିବା ପରେ, ସ୍ପେସଏକ୍ସ ଜୁଲାଇ ୨୩ ପାଇଁ ଏକ ନୂତନ ତାରିଖ ସ୍ଥିର କରିଥିଲା, କିନ୍ତୁ ସେହି ଦିନ ଖରାପ ପାଗ ଯୋଗୁଁ ଉତ୍‌କ୍ଷେପଣକୁ ଜୁଲାଇ ୨୪ କୁ ସ୍ଥଗିତ ରଖାଯାଇଥିଲା। ସୂଚନା ଅନୁଯାୟୀ, ଲଞ୍ଚ୍ ୱିଣ୍ଡୋ ଟେକ୍ସାସ ସମୟ ସନ୍ଧ୍ୟା ୫:୪୫ ରେ ଖୋଲିଥିଲା। ଭାରତୀୟ ମାନକ ସମୟ ଅନୁଯାୟୀ , ଷ୍ଟାରସିପ୍ ଉଡ଼ାଣ ୨୫ ଜୁଲାଇ ୨୦୨୬ ରେ ଭୋର୍ ୪:୧୫ ରେ କରାଯାଇଥିଲା ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.