ARTICLE AD BOX
ବାଲିପାଟଣା : ଖୋର୍ଦ୍ଧାଜିଲ୍ଲା ବାଲିପାଟଣା ତହସିଲ ସାମ୍ନାରୁ ସରାଟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କିଛି ବର୍ଷ ପୂର୍ବରୁ ରାସ୍ତା ନବୀକରଣ ହୋଇଥିଲା | ଶିଶୁମଠ ସାହି, ଗିରିଙ୍ଗ, ଅଠାନ୍ତର, ସରାଟ ଶାସନ, ସରଟ ପଣ୍ଡା ସାହି ପର୍ଯ୍ୟନ୍ତ ପିଚୁ ହୋଇଛି | ହେଲେ ଠିକାଦାର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି |
କିଛି ଦିନ ପୂର୍ବରୁ ଆଙ୍କୁଶପୁର କେନାଲ ବନ୍ଧର ଅଠାନ୍ତର ହସ୍ପିଟାଲ ଛକରୁ ସରାଟ ଶାସନ ମଧ୍ୟରେ ରାସ୍ତାରେ ଗଭୀର ଖାତ ସୃଷ୍ଟି ହୋଇଥିଲା | ଆଜି ସକାଳୁ ଏହି ରାସ୍ତାରେ ପୁଣି ଏକ ସ୍ଥାନ ଦବି ଯାଇଛି | ସେଠାରେ ବିରାଟ ଗାତ ହୋଇଛି | ଫଳରେ ରାସ୍ତାଟି ସମ୍ପୂର୍ଣ୍ଣ ବିପଦସଂକୁଳ ଅବସ୍ଥାରେ ଅଛି | ସରାଟ , ଚଣାହଟ୍ଟା , କୁଳନ୍ତିରା , ତରବୋଇ, ଟିଂକିପଡା, ରାଜସ୍ ପ୍ରଭୃତି ୨୦ରୁ ଉର୍ଦ୍ଧ୍ବ ଅଞ୍ଚଳ ଲୋକେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବଜାରକୁ ଯିବା ପାଇଁ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି |
ଆହୁରି ପଢନ୍ତୁ: Blast: ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ବିସ୍ଫୋରଣ, ଗୋଟିଏ ପରିବାରର ୩ ଜଣ ଆହତ
ଖରିଫ ଋତୁ ପାଇଁ କେନାଲରେ ପାଣି ଭରପୁର ରହିଛି | ହଠାତ ଗାତ ସୃଷ୍ଟି ହେବାରୁ ପାଣି ସୁଅ ରାସ୍ତା ତଳ ଅଂଶରୁ ମାଟି ଭୁଶୁଡି ପଡୁଛି | ଏହି ରାସ୍ତା ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ବସିଲାଣି | ସମସ୍ୟା ସମ୍ପର୍କ ଗ୍ରାମ୍ୟ ଉନୟନ୍ନ ବିଭାଗ ଅଧିକାରୀ ଙ୍କୁ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ବିଫଳ ହୋଇଛନ୍ତି |

6 hours ago
3


