Road: ମୁଖ୍ୟ ରାସ୍ତାରେ ଫସିଲା ବସ୍ , ଯାତାୟତ ବାଧାପ୍ରାପ୍ତ

43 minutes ago 1
ARTICLE AD BOX

ଗୁଡ଼ାରି: ଗୁଡ଼ାରି ସହରର ମୁଖ୍ୟ ପ୍ରବେଶ ପଥ କାଦୁଅ ପଚପଚ ରାସ୍ତାରେ ଘରୋଇ ବସ , ସରକାରୀ ବସ ସାଙ୍ଗକୁ ଏକ ଥର୍ ଗାଡ଼ି କାଦୁଅ ପଚ ପଚ ରାସ୍ତାରେ ଲାଗିଯିବା ଫଳରେ ଯାତାୟତ ବlଧାପ୍ରାପ୍ତ ହୋଇଛି। ପାଣି କାଦୁଅ ରାସ୍ତାରେ  ପ୍ରାୟ ୨ ଘଣ୍ଟା ଧରି ଫସିଯିବା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅକ୍ଲାନ୍ତ ପରିଶ୍ରମକରି ସ୍ଥାନୀୟ ଲୋକଙ୍କ ସହ‌ଯୋଗରେ ବସ୍ କାଦୁଅ ରାସ୍ତାରୁ ବାହାରିଥିଲା।

ଦୈନନ୍ଦିନ ଯାତାୟତରେ ବାଧା

ବଂଶଧାରା  ସେତୁ ଠାରୁ ଶିରିଗୁଡା ଛକ ମଧ୍ୟରେ ଅନେକ ସ୍ଥାନରେ ରାସ୍ତା ସମ୍ପୂର୍ଣ୍ଣ କାଢୁଅ, ଖାଲଖମାରେ ପରିପୂର୍ଣ ହୋଇଛି। ଏହି ରାସ୍ତାରେ ପ୍ରତିଦିନ ବସ୍ ଆମ୍ବୁଲାନ୍ସ, ୪ ଚକିଆ ଯାନ, ବାଇକ୍ ଯାତାୟତ କରୁଛି ହେଲେ ମରାମତି କରାଯାଇନାହିଁ।। ଏହି ରାସ୍ତା ଦେଇ ୪ଗୋଟି ଗ୍ରାମପଞ୍ଚାୟତ ଲୋକ ଦୈନନ୍ଦିନ ଯାତାୟତ କରିଥାନ୍ତି l ଏନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ କହିଛନ୍ତି,  ମୋରମ, ମେଟାଲ ପକାଇ ବର୍ତ୍ତମାନ ପାଇଁ ରାସ୍ତା ମରାମତି କରାଯିବ। ଏହି ରାସ୍ତା ନିକଟରେ ଏକ ଘରୋଇ  ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରହିଛି। ପ୍ରତିଦିନ ସ୍କୁଲ ବସ୍ ପିଲାଙ୍କୁ ଧରି  ଯାତାୟାତ ଘୋର ଅସୁବିଧା ହେଉଛି । ଖୁବ୍ ଶୀଘ୍ର ରାସ୍ତା ମରାମତି ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି l

ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ମୃତ୍ୟୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.